Advertisment

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପାସ୍‌ ହାରରେ ରେକର୍ଡ

ମାର୍କରେ ଅସନ୍ତୁଷ୍ଟ ଥିବା ପିଲା ସ୍ଥିତି ସ୍ୱାଭାବିକ ହେଲେ ପରୀକ୍ଷା ଦେବେ। ପରୀକ୍ଷା ଦେବା ପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ କରାଯିବ।

ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପାସ୍‌ ହାରରେ ରେକର୍ଡ

10th-Result

Advertisment

କଟକ: ପ୍ରକାଶ ପାଇଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ । ବୋର୍ଡ ଇତିହାସରେ ରେକର୍ଡ।  ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଛି ୧୦ମ ବୋର୍ଡ ପରୀକ୍ଷା ଫଳ। ନିର୍ଦ୍ଧାରିତ ହୋଇଛି ସାଢେ ୬ ଲକ୍ଷ ଛାତ୍ରଛାତ୍ରୀଙ୍କ ଭାଗ୍ୟ। ପାସ ହାର ୯୭.୮୯ ପ୍ରତିଶତ ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଏକ୍ସ ରେଗୁଲାର ଫଳାଫଳ ୮୮ ପ୍ରତିଶତ ରହିଛି। ଗତବର୍ଷ ଅପେକ୍ଷା ଫଳାଫଳ ଭଲ ରହିଛି ବୋଲି କୁହାଯାଉଛି।

Advertisment

ପଢନ୍ତୁ ମାଟ୍ରିକ ରେଜଲ୍ଟ ସମସ୍ତ ଉପଡେଟ 

ଫଳାଫଳ ପ୍ରକାଶ ପାଇବାର କିଛି ସମୟ ପୂର୍ବରୁ ମନ୍ତ୍ରୀ ସମୀର ଦାସ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଫଳାଫଳ ଘୋଷଣା କରି ମନ୍ତ୍ରୀ ସମୀର ଦାସ କହିଛନ୍ତି  ୫ ଲକ୍ଷ ୭୪ ୧୨୫ ପରୀକ୍ଷା ଦେଇଥିଲେ। ପାସ କରିଛନ୍ତି ୫ ଲକ୍ଷ ୬୨ ହଜାର ୧୦।   ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ସୂଚନା ମିଳିଛି। ମୋଟ ୪୪୧୨ ପିଲା ଅନୁପସ୍ଥିତ ଥିଲେ।  ୨୨୫୬ ପିଲାଙ୍କ ମାର୍କ ସ୍କୁଲ ଦେଇ ନ ଥିବା ମନ୍ତ୍ରୀ ସୂଚନା ଦେଇଥିଲେ।

ପରୀକ୍ଷାରେ  A1- ୨୬୫୬; A2- ୨୨, ୧୩୧; B1- ୫୨, ୧୯୯ ଛାତ୍ରଛାତ୍ରୀ ଥିବା ଜଣାଯାଇଛି। ସେହିପରି B2 ଗ୍ରେଡରେ ୯୪, ୪୭୫ ପିଲା ପାସ୍ କରିଛନ୍ତି। ୫୯୪୫ ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି। ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରିନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

୨୦୧୯ରେ ମାଟ୍ରିକ ପାସ୍ ହାର ଥିଲା ୭୨.୩୫% ଥିଲାବେଳେ ୨୦୨୦ରେ ପାସ୍ ହାର ଥିଲା ୭୮.୭୬%। ତେବେ ଚଳିତ ବର୍ଷ ବିନା ପରୀକ୍ଷାରେ ପାସ୍ ହାର ଭଲ ରହିଛି।

ତେବେ ଯେଉଁ ପିଲାମାନେ ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ହୋଇଛନ୍ତି, ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ । ମାର୍କରେ ଅସନ୍ତୁଷ୍ଟ ଥିବା ପିଲା ସ୍ଥିତି ସ୍ୱାଭାବିକ ହେଲେ ପରୀକ୍ଷା ଦେବେ। ପରୀକ୍ଷା ଦେବା ପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ କରାଯିବ।
ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ବୋର୍ଡ ସଭାପତି।

Advertisment

ସନ୍ଧ୍ୟା ୬ଟାରେ ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ  www.bseodisha.ac.in ଏବଂ www.bseodisha.nic.in ୱେବ୍‌ସାଇଟ୍‌କୁ ଯାଇ ନିଜ ପରୀକ୍ଷା ଫଳାଫଳ ଜାଣିପାରିବେ। ଏହାବ୍ୟତୀତ  SMS ଜରିଆରେ ମଧ୍ୟ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିପାଇଁ OR01 ଲେଖି ସ୍ପେଶ୍ ଦେବା ପରେ ରୋଲ ନମ୍ବର ଲେଖି ୫୬୭୬୭୫୦କୁ SMS କରିବାକୁ ହେବ।

BSE Odisha 10th Result 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ