Jaleswar-West Bengal Photograph: (OTV)
ଓଡ଼ିଶା ଲୋକଙ୍କୁ ପଶ୍ଚିମବଙ୍ଗ ମନା ! ଦୀଘାରେ ଓଡ଼ିଆଙ୍କୁ ନାଲିଆଖି । ୨୪ ଘଣ୍ଟା ପରେ ବି ପ୍ରଶାସନ ଚୁପ୍ । ମମତା ଦିଦିଙ୍କ ଭାଙ୍ଗୁନି ନିଦ । ମମତା ଦିଦିଙ୍କ ଗଡ଼ରେ ଦାଦାଗିରି ଚାଲିଛି । ଦୀଘା ଛାଡ଼ିବାକୁ ଓଡ଼ିଆମାନଙ୍କୁ ଖୁଲମଖୁଲା ଧମକ ମିଳୁଛି । ହେଲେ ପ୍ରଶାସନ କି ସରକାର କେହି ଏହି ଘଟଣାରେ ମୁହଁ ଖୋଲୁନାହାନ୍ତି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ରହିଛି ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ । ଏଠାରେ ପ୍ରାୟ ଓଡ଼ିଆ ଲୋକେ ଦୀଘା ଉପରେ ନିର୍ଭର କରନ୍ତି । ସେଇଠି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାନ୍ତି । ଜଗନ୍ନାଥ ମନ୍ଦିର ନିକଟରେ ବି କିଛି ଓଡ଼ିଆ ଦୋକାନ କରିଛନ୍ତି । ତେଣୁ ଓଡ଼ିଆମାନଙ୍କୁ ନାଲି ଆଖି ଦେଖାଯାଉଛି ।
ଖାଲି ଓଡ଼ିଆ ନୁହେଁ, ବିହାରୀ ଏବଂ ଅନ୍ୟାନ୍ୟ ରାଜ୍ୟର ଲୋକଙ୍କୁ ବି ଦୀଘା ଛାଡିବାକୁ କହିଛନ୍ତି ସ୍ଥାନୀୟ ବାସିନ୍ଦା ଓ ସେଠାର ସରପଞ୍ଚ । ଏବଂ କିଛି ବ୍ୟବସାୟୀ ମାନଙ୍କୁ ତମେ ଓଡ଼ିଶା ଲୋକ ଓ ବିହାରୀ କହି ସେମାନଙ୍କ ଦୋକାନ ଗୁଡିକୁ ଉଠାଇ ଦେଇଛନ୍ତି । ଯାହାକୁ ନେଇ ରାଜ୍ୟର ସୀମାନ୍ତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ତେଣୁ ଓଡ଼ିଆ ଲୋକ ଏହାକୁ ପ୍ରତିବାଦ କରି ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରେ ଥିବା ବଙ୍ଗାଳି ଦୋକାନୀ ଗୁଡିକୁ ୩ ଦିନ ମଧ୍ୟରେ ଚନ୍ଦନେଶ୍ୱର ଛାଡିବାକୁ ଚେତାବନୀ ଦେଇଛନ୍ତି । ତା’ ଛଡ଼ା ଆଗକୁ ପଶ୍ଚିମବଙ୍ଗକୁ ଯାଉଥିବା ଲଘୁଖଣିଜ ସମ୍ପଦକୁ ମଧ୍ୟ ବନ୍ଦ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଏନେଇ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ କହିଛନ୍ତି, ସରକାରୀ ଜାଗାରୁ ଉଚ୍ଛେଦ ହେଉଛି ।
ଓଡ଼ିଆ ଲୋକଙ୍କ ଉପରେ ଦାଉ ସାଧୁଛନ୍ତି ଦିଦି । ପୂର୍ବରୁ ଅନେକ ସମୟରେ ଓଡ଼ିଆଙ୍କ ପ୍ରତି ମମତାଙ୍କ ନାଲି ଆଖି ଦେଖିବାକୁ ମିଳିଛି । କିନ୍ତୁ ଏବେ ଏପରି ଏକ ଘଟଣାରେ ପଶ୍ଚିମବଙ୍ଗ ସରାକର ଚୁପ୍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/27/jaleswar-west-bengal-2025-11-27-13-13-01.jpg)