Advertisment

Odias Celebrate Chadakhai: ଆଜି ଅସଲ ଛାଡ଼ଖାଇ, ମାଛ ମାଂସ କିଣିବାକୁ ନାହିଁନଥିବା ଭିଡ଼

ଆଜି ଅସଲ ଛାଡ଼ଖାଇ। ଗତକାଲି ଗୁରୁବାର ଥିଲା, ଆଜି ଶୁକ୍ରବାର...ଆମିଷ ବାର ହୋଇଥିବାରୁ ଆଜି ଆମିଷ ବଜାରରେ ଗ୍ରାହକଙ୍କର ଜମିଛି ଭିଡ଼। ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର ସମେତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଥିବା ଆମିଷ ବଜାରରେ ଲୋକଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି।

fishmarket

fishmarket Photograph: (OTV)

Advertisment

ଆଜି ଅସଲ ଛାଡ଼ଖାଇ। ଗତକାଲି ଗୁରୁବାର ଥିଲା, ଆଜି ଶୁକ୍ରବାର...ଆମିଷ ବାର ହୋଇଥିବାରୁ ଆଜି ଆମିଷ ବଜାରରେ ଗ୍ରାହକଙ୍କର ଜମିଛି ଭିଡ଼। ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର ସମେତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଥିବା ଆମିଷ ବଜାରରେ ଲୋକଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି।

Advertisment

ଧର୍ମ ମାସ କାର୍ତ୍ତିକରେ ପ୍ରାୟତଃ ଅଧିକାଂଶ ଲୋକେ ଆମିଷ ଛାଡ଼ିଥିଲେ। ଆଜି ଛାଡ଼ଖାଇରେ ମାଛ ହେଉ କି ଚିକେନ୍ ଅବା ମଟନ୍ ନିଜ ପସନ୍ଦ ଅନୁସାରେ ନନଭେଜ୍ ଖାଇବା ପାଇଁ ସକାଳୁ ସକାଳୁ ଲୋକେ ଆମିଷ ହାଟରେ ପହଞ୍ଚି ଯାଇଛନ୍ତି। ମାସେ ଧରି ପାଟିରେ ଆମିଷ ବାଜି ନଥିବାରୁ ଆଜି ଭଲକି ପାଳିବେ ଛାଡ଼ଖାଇ। ସେଥିପାଇଁ ଆମିଷ ବଜାରରେ ମଧ୍ୟ ବେପାରୀ ମାନେ ଭଳିକି ଭଳି ଆମିଷ ସଜିଲ୍ କରି ରଖିଛନ୍ତି।

ମାଛରେ ରୋହି, ମିରିକାଳି, ଇଲିସି, ପମଫ୍ରେଟ୍, ଭାକୁର ଠାରୁ ଆରମ୍ଭ କରି ଚିଙ୍ଗୁଡି, କଙ୍କଡା ପର୍ଯ୍ୟନ୍ତ ଆଉ ଚିକେନରେ ଦେଶୀ, ବ୍ରୟଲର୍, ମୟୂରଭଞ୍ଜ ଗଞ୍ଜା ଠାରୁ ଆରମ୍ଭ କରି କଡକନାଥ ତଥା ବନରାଜ ପର୍ଯ୍ୟନ୍ତ କେଉଁଥିରେ ଉଣା ନାହିଁ....

Advertisment

ଆଜି ଅସଲ ଛାଡ଼ଖାଇ, ଜମିଲା ଭିଡ଼ 
ମାଛ, ମାଂସ କିଣିବାକୁ ନାହିଁନଥିବା ଭିଡ଼ 
ମାସେ କାଳ ପାଟିକୁ ବାଜି ନ ଥିଲା ଆମିଷ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ