2
ଭୁବନେଶ୍ୱର : ଦିବଗଂତ ବଲିଉଡ୍ କୁଇନ୍ ଶ୍ରୀଦେବୀଙ୍କ ଉପରେ ବହି ଲେଖି ଚର୍ଚ୍ଚାରେ ଓଡ଼ିଆ ଯୁବ ଲେଖକ ସତ୍ୟାର୍ଥ ନାୟକ। ଦୀର୍ଘ ୫ ଦଶନ୍ଧୀ ଧରି ରୂପେଲି ପରଦାରେ ସକ୍ରିୟ ଥିବା ଶ୍ରୀଦେବୀଙ୍କ ଅଭିନୟ ଯାତ୍ରାକୁ ନିଜ ପୁସ୍ତକ ‘ଶ୍ରୀଦେବୀ- ଦ ଇଟରନାଲ ସ୍କ୍ରିନ୍ ଗଡେସ୍’ ନାଁରେ ସ୍ଥାନ ଦେଇଛନ୍ତି ସତ୍ୟାର୍ଥ।
ପୁସ୍ତକରେ ଶ୍ରୀଦେବୀଙ୍କ ଶିଶୁ କଳାକାରଠୁ ଆରମ୍ଭ କରି ମେଗା ଷ୍ଟାର ହେବା ପର୍ଯ୍ୟନ୍ତ ତାଙ୍କ କଳାକାର ଜୀବନର ସମସ୍ତ ଦିଗକୁ ଛୁଇଁଛନ୍ତି ସତ୍ୟାର୍ଥ। ଇଂରାଜୀ ଭାଷାରେ ଲିଖିତ, ଏହି ବହିର ପ୍ରକାଶନ ଦାୟିତ୍ୱ ନେଇଛି ପ୍ରଖ୍ୟାତ ପ୍ରକାଶନ ସଂସ୍ଥା ‘ପେଙ୍ଗୁଇନ’। ଦିଲ୍ଲୀରେ ଚାଲିଥିବା ଟାଇମ୍ସ ଲିଟ୍ ଫେଷ୍ଟ୍ରେ ଆଜି ଏହି ପୁସ୍ତକର ଉନ୍ମୋଚନ କରାଯାଇଛି।
ଉନ୍ମୋଚନ ଉତ୍ସବରେ ଶ୍ରୀଦେବଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ ବୋନି କପୁର ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପ୍ରମୁଖ ଯୋଗ ଦେଇଥିଲେ। ସେପଟେ ସତ୍ୟାର୍ଥଙ୍କ ଏହି ଉଦ୍ୟମ ତଥା ଶ୍ରୀଦେବୀଙ୍କ ଉପରେ ବିଶେଷ ଆଲୋକପାତ କରିଥିବାରୁ ବଲିଉଡର ବହୁ ନାମୀଦାମୀ କଳାକାରଙ୍କ ପକ୍ଷରୁ ଭୁରି ଭୁରି ପ୍ରଶଂସା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/2-1_1626686505.jpg)