Advertisment

ଆଉନାହାନ୍ତି ଅଜିତ୍ ଦାସ

ଭୁବନେଶ୍ୱର: ଓଡ଼ିଆ ସିନେଜଗତ ପାଇଁ ଆସିଲା ଆଉ ଏକ ଦୁଃଖଦ ଖବର। ବରିଷ୍ଠ ଅଭିନେତା ଅଜିତ୍ ଦାସଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଜିତ୍ ଦାସଙ୍କ ଦେହାନ୍ତ ନେଇ ତାଙ୍କ ପତ୍ନୀ ମାୟା ଦାସ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁ ଓଡ଼ିଆ ସିନେ ଜଗତ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୁଇମାସ […]

ଅଦ୍ୟତନ ହୋଇଛି
ଆଉନାହାନ୍ତି ଅଜିତ୍ ଦାସ

ajit-das1

Advertisment

ଭୁବନେଶ୍ୱର: ଓଡ଼ିଆ ସିନେଜଗତ ପାଇଁ ଆସିଲା ଆଉ ଏକ ଦୁଃଖଦ ଖବର। ବରିଷ୍ଠ ଅଭିନେତା ଅଜିତ୍ ଦାସଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଜିତ୍ ଦାସଙ୍କ ଦେହାନ୍ତ ନେଇ ତାଙ୍କ ପତ୍ନୀ ମାୟା ଦାସ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁ ଓଡ଼ିଆ ସିନେ ଜଗତ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ।

Advertisment

ଦୁଇମାସ ତଳେ ଓଡ଼ିଆ ସିନେ ଜଗତର ମହାନ୍ ଅଭିନେତା ବିଜୟ ମହାନ୍ତିଙ୍କର ଦେହାନ୍ତ ହୋଇଥିଲା। ଏବେ ଅଜିତ୍ ଦାସଙ୍କ ପରଲୋକ ଖବର ପାଇବା ପାଇଁ ସିନେ ଜଗତକୁ ବଡ଼ ଝଟକା ଲାଗିଛି। ଅଜିତ୍ ଦାସ ୬୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୧୯୭୬ ମସିହାରେ 'ସିନ୍ଦୁରବିନ୍ଦୁ' ଫିଲ୍ମ ଜରିଆରେ ସେ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଏହି ଫିଲ୍ମରେ ସେ ଖଳନାୟକ ଭୂମିକା ତୁଲାଇଥିଲେ।

ଏହାଛଡ଼ା 'ହାକିମବାବୁ', ମା', 'ତୁଣ୍ଡବାଇଦ' ଭଳି ସୁପରହିଟ୍‌ ଓଡ଼ିଆ ଫିଲ୍ମରେ ନିଜର ନିଖୁଣ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣିଥିଲେ। ହାକିମବାବୁରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ସହ ତାଙ୍କ ଅଭିନୟ ସାରା ଓଡ଼ିଶା ଦେଖିଛି।

Advertisment

କେବଳ ସିନେମା ନୁହେଁ, ନାଟକରେ ମଧ୍ୟ ସେ ଅଭିନୟ ସହ ଅନେକ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ସେ ନ୍ୟାଶନାଲ୍ ସ୍କୁଲ୍‌ ଅଫ୍‌ ଡ୍ରାମ୍ (NSD)ରୁ ଅଭିନୟରେ ଶିକ୍ଷା ଗ୍ରହଣ କରିଥିଲେ। ଏହାଛଡ଼ା ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ମଧ୍ୟ ଅଧ୍ୟାପନା କରିଥିଲେ। ଅଜିତ୍ ଦାସ ଏକ ନାଟ୍ୟ ଅନୁଷ୍ଠାନ ଗଢ଼ିଥିଲେ, ଯାହାର ନାଁ ଥିଲା 'ଅଜିତ୍'। ଏହି ନାଟ୍ୟାନୁଷ୍ଠାନ 'ଅଜିତ୍' ମଧ୍ୟ ଭେଟିଦେଇଛି ଅନେକ କ୍ଲାସିକାଲ୍ ନାଟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ