BDO Abuse Photograph: (OTV)
ରାଜନଗର ବିଡିଓଙ୍କୁ ଆକ୍ରମଣ ଉଦ୍ୟମ ଓ ଦୁର୍ବ୍ୟବହାର ଘଟଣାର ତଦନ୍ତ ନିର୍ଦ୍ଦେଶ। OAS ସଂଘର ଅଭିଯୋଗ ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଏଏସ୍ ସଂଘ । ବ୍ଲକ୍ ଚେୟାରମ୍ୟାନଙ୍କ ପକ୍ଷରୁ ଅଭିଯୁକ୍ତଙ୍କ ନାଁରେ ଏତଲା ଦାଖଲ କରାଯାଇଛି ।
ଛୁଟିରେ ରାଜନଗର ବିଡିଓ
ଘଟଣା ପରଠୁ ଛୁଟିରେ ଅଛନ୍ତି ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟି । ବିଡିଓଙ୍କୁ ଆକ୍ରମଣ ଉଦ୍ୟମର ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ସ୍ଥାନୀୟ ବିଜେପି ନେତା ଲଳିତ ବେହେରାଙ୍କ ନେତୃତ୍ବରେ କିଛି ଜନପ୍ରତିନିଧି ଅଫିସ୍ ଭିତରେ ଲାପଟପ୍ ଉଠାଇ ଫିଙ୍ଗିବାକୁ ଉଦ୍ୟମ କରିଥିଲେ। ବିଲ୍ ପାସ୍ ଓ ଉନ୍ନୟନ କାମକୁ ନେଇ ବଚସା ହୋଇଥିଲା। ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ...
କେନ୍ଦ୍ରାପଡା ରାଜନଗର ବ୍ଲକର ମହିଳା ବିଡିଓଙ୍କୁ ଆକ୍ରମଣ ଉଦ୍ୟମର ଭିଡିଓ ଭାଇରାଲ୍ ହୋଇଥିଲା। ଗତ ଶୁକ୍ରବାର ଦିନ ପ୍ରାୟ 12ଟା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି। ସ୍ଥାନୀୟ ବିଜେପି ନେତା ଲଳିତ ବେହେରାଙ୍କ ନେତୃତ୍ବରେ କିଛି ଜନପ୍ରତିନିଧି ବ୍ଲକର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କ ସହ ଆଲୋଚନା ପାଇଁ ଅଫିସକୁ ଯାଇଥିଲା ବେଳେ କୌଣସି କଥାକୁ ନେଇ ବଚସା ହୋଇଥିଲା।
ଏହାଭିତରେ ଉତକ୍ଷିପ୍ତ ହୋଇ ଲଳିତ ହଠାତ୍ ଟେବୁଲରେ ଥିବା ଡେକ୍ସଟପ୍ ମନିଟରକୁ ଉଠାଇ ବିଡିଓଙ୍କ ଉପରକୁ ଫୋପାଡ଼ିବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଲଳିତଙ୍କ ଅନ୍ୟ ସମର୍ଥକମାନେ ଲଳିତଙ୍କ ହାତରୁ ମନିଟରକୁ ଧରିଦେବାରୁ ବିଡିଓ ଅଳ୍ପକେ ବର୍ତ୍ତିଯାଇଥିବା ଅଫିସରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡୁଛି।
ଏହି ଘଟଣାରେ ବିଡିଓଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଏ ବାବଦରେ ବିଡିଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜଣେ କାର୍ଯ୍ୟରତ ବିଡିଓଙ୍କ ଅଫିସ୍ ଚାମ୍ବରରେ ପଶି ଏଭଳି ଆକ୍ରମଣ ଉଦ୍ୟମକୁ ନେଇ ଉଦବେଗ ସୃଷ୍ଟି ହୋଇଥିଲା। ହେଲେ ବିଜେପି ନେତା ଲଳିତ ବେହେରା କିନ୍ତୁ ଆକ୍ରମଣ ଉଦ୍ୟମ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିବା ସହ ଭିନ୍ନ କଥା କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/05/bdo-abuse-2026-01-05-12-19-51.jpg)