Advertisment

Nuapada Bypoll: ସୀମା ଜଗିଛି ପୋଲିସ, ଦିନ ରାତି ସଜାଗ ଅଛନ୍ତି...୯ ଗୋଟି ଚେକିଂ ପୋଷ୍ଟ

ନୂଆପଡ଼ା ଉପନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା l ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ଓଡ଼ିଶା-ଛତିଶଗଡ଼ ସୀମାରେ ୯ ଗୋଟି ଓ କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ସୀମାରେ ୭ ଗୋଟି ସ୍ଥାନରେ ପୋଲିସ ଚେକିଂ ପୋଷ୍ଟ କରାଯାଇଛି l

NUAPADA

NUAPADA Photograph: (OTV)

Advertisment

ନୂଆପଡ଼ା ଉପନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ଓଡ଼ିଶା-ଛତିଶଗଡ଼ ସୀମାରେ ୯ ଗୋଟି ଓ କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ସୀମାରେ ୭ ଗୋଟି ସ୍ଥାନରେ ପୋଲିସ ଚେକିଂ ପୋଷ୍ଟ କରାଯାଇଛି l ଦିନ ରାତି ପୋଲିସ ମୁତୟନ ଅଛନ୍ତି l ଯେମିତି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଯେମିତି ଟଙ୍କା, ନିଶା ଦ୍ରବ୍ୟ ଜିଲ୍ଲାକୁ ନ ଆସିବ, ସେଥିପ୍ରତି ସଜାଗ ଅଛନ୍ତି ପୋଲିସ l ଏହାସହ ନୂଆପଡ଼ାରେ ପୋଲିସର ଫ୍ଲାଗମାର୍ଚ୍ଚ କରାଯାଇଛି l 

Advertisment

ଆଜିଠୁ ନୂଆପଡ଼ା ଉପନିର୍ବାଚନ ନାମାଙ୍କନ । ଆସନ୍ତା ୨୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜର ନାମାଙ୍କନପତ୍ର ଦାଖଲ କରିପାରିବେ। ଅକ୍ଟୋବର ୨୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଚଳିତ ମାସ ୨୪ ତାରିଖ। ନଭେମ୍ବର ୧୧ରେ ଭୋଟ ଗ୍ରହଣ ଓ ୧୪ ତାରିଖରେ ଭୋଟ୍ ଗଣତି କରାଯିବ। ୧୬ ତାରିଖ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ନୂଆପଡ଼ା ନିର୍ବାଚନମଣ୍ଡଳୀରେ ୩୫୮ଟି ମତଦାନ କେନ୍ଦ୍ର ରହିଛି। ସବୁ ମତଦାନ କେନ୍ଦ୍ରରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯିବ। ବୁଥ୍ ଭିତରକୁ ମତଦାତାମାନେ ନିଜର ମୋବାଇଲ ଫୋନ୍ ନେଇପାରିବେ ନାହିଁ। ନୂଆପଡ଼ା ନିର୍ବାଚନମଣ୍ଡଳୀରେ ମୋଟ୍  ୨ ଲକ୍ଷ ୪୮ ହଜାର ୨୫୬ ଜଣ ଭୋଟର ରହିଛନ୍ତି। ସେଥିମଧ୍ୟରୁ ୧.୨୨ ଲକ୍ଷ ପୁରୁଷ ଓ ୧.୨୬ ଲକ୍ଷ ମହିଳାଙ୍କ ସମେତ ୨୧ଜଣ ତୃତୀୟ ଲିଙ୍ଗ ଓ ୪ ହଜାର ଭିନ୍ନକ୍ଷମ ଭୋଟର ରହିଛନ୍ତି। ୮୫ ବର୍ଷରୁ ଅଧିକ ୨୦୦୭ ଜଣ ଭୋଟର ରହିଛନ୍ତି। କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି ଉଭୟ ବିଜେପି ଓ ବିଜେଡି । ଗତକାଲି ବିଜେପି କୋର୍ କମିଟି ବୈଠକରେ ପ୍ରାର୍ଥୀଙ୍କ ନାଁ ଦିଲ୍ଲୀକୁ ପଠାଇଥିବା ସୂଚନା ମିଳିଛି । ତେବେ ଜୟ ଢୋଲକିଆ ଝଟକା ଦେଇ ବିଜେପିରେ ସାମିଲ ହେବା ପରେ ବିଜେଡି ତରଫରୁ କିଏ ପ୍ରାର୍ଥୀ ହେବ ତାହା ଉପରେ ନଜର ରହିଛି । 

ସୀମା ଜଗିଛି ପୋଲିସ
ନୂଆପଡ଼ା ଉପନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଓଡ଼ିଶା-ଛତିଶଗଡ଼ ସୀମାରେ ୯ ଗୋଟି ଚେକିଂ ପୋଷ୍ଟ 
ସେହିପରି କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ସୀମାରେ ୭ଟି ଚେକିଂ ପୋଷ୍ଟ 
ଦିନ ରାତି ସଜାଗ ଅଛନ୍ତି ପୋଲିସ
ନୂଆପଡ଼ାରେ ପୋଲିସର ଫ୍ଲାଗମାର୍ଚ୍ଚ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ