Nuapada By-Election Photograph: (OTV)
ଆଜିଠୁ ଜୋରସୋର ହେବ ନୂଆପଡ଼ାରେ ପ୍ରଚାର ଲଢ଼େଇ। ପ୍ରଚାର ପାଇଁ ସମୟ ସରି ଆସୁଥିବାରୁ ମୈଦାନରେ ଜି-ଜାନ୍ ଲଗେଇ ଦେଇଛନ୍ତି ସବୁ ଦଳ। ଆଜି ବିଜେପି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ପ୍ରଚାରକୁ ଓହ୍ଲାଉ ଥିବାରୁ ମୈଦାନରେ ହେବ ହାଇ ଭୋଲଟେଜ୍ ଟକ୍କର।
ବିଜେଡି ଓ କଂଗ୍ରେସର ତୁଙ୍ଗ ନେତା ବି ଦମ୍ ଲଗେଇ ଦେଇଛନ୍ତି। ବିଜେପିର ନେତା ମନ୍ତ୍ରୀ ବିଧାୟକ ରାଜ୍ୟ ଓ ସ୍ଥାନୀୟ ନେତୃମଣ୍ଡଳୀ ପ୍ରଚାର ମଙ୍ଗ ଧରିଛନ୍ତି ।
ଆଜି ପୂର୍ବାହ୍ନ ୧୧ ଟା ସମୟରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେବ ସାଏ ନୂଆପଡା ବ୍ଲକ ଅଧିନସ୍ଥ କୁଟବନବେରା ପଞ୍ଚାୟତ ଅନ୍ତର୍ଗତ ପଞ୍ଚମପୁର ଠାରେ ଏକ ବିଶାଳ ଜନ ସମାବେଶରେ ଯୋଗ ଦେଇ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ବ୍ଲକ ଅନ୍ତର୍ଗତ ଉଦ୍ୟାନବନ ଠାରେ ପହଞ୍ଚି କୋମନା ଯିବେ । କୋମନା ବ୍ଲକ ମୁଖ୍ୟାଳୟ ଠାରେ ଏକ ବିଶାଳ ରୋଡ଼ ସୋ କରିବା ପରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।
• ଆଜିଠୁ ଜୋରସୋର ହେବ ନୂଆପଡ଼ାରେ ପ୍ରଚାର ଲଢ଼େଇ
• ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ପ୍ରଚାରକୁ ଓହ୍ଲାଇବେ
• ଦମ୍ ଲଗେଇଛନ୍ତି ବିଜେଡି ଓ କଂଗ୍ରେସର ତୁଙ୍ଗ ନେତା
• ବିଜେପିର ନେତା, ମନ୍ତ୍ରୀ, ବିଧାୟକ ଏବଂ ରାଜ୍ୟ ନେତୃମଣ୍ଡଳୀ ପ୍ରଚାର ମଙ୍ଗ ଧରିଛନ୍ତି
• ଛତିଶଗଡର ମୁଖ୍ୟମନ୍ତ୍ରୀ କୁଟବନବେରାରେ ବିଶାଳ ଜନ ସମାବେଶରେ ଯୋଗ ଦେବେ
• ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଯିବେ
• କୋମନା ବ୍ଲକ ମୁଖ୍ୟାଳୟ ଠାରେ ଏକ ବିଶାଳ ରୋଡ଼ ସୋ କରିବେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/06/nuapada-by-election-2025-11-06-08-45-43.jpg)