Advertisment

Not Just a Feast: ସୁଜାତାଙ୍କ ଏଣ୍ଟ୍ରିରେ ଚେକ୍ ଦେବାକୁ ଭୋଜି ଆଳରେ ପାୱାର ଶୋ , ଏକାଠି ହେଲେ ୫୦ରୁ ଅଧିକ ପୂର୍ବତନ ବିଧାୟକ

ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପୂର୍ବରୁ ଭୁବନେଶ୍ୱର ଉପକଣ୍ଠରେ ୫୦ରୁ ଅଧିକ ପୂର୍ବତନ ବିଧାୟକଙ୍କ ଭୋଜିକୁ  ବିଜେଡିରେ ବଡ ହଲଚଲ। କାଲି ଭୋଜି ପରେ ଆଜି ବିଧାୟକ ଅରୁଣ ସାହୁଙ୍କ ଘରେ ମେଳିରେ ଥିବା 3 ନେତାଙ୍କ ଏକାଠି ହେବାକୁ ନେଇ ବି ହଟଚମଟ।

BJD-MELI

BJD-MELI Photograph: (OTV)

Advertisment

ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପୂର୍ବରୁ ଭୁବନେଶ୍ୱର ଉପକଣ୍ଠରେ ୫୦ରୁ ଅଧିକ ପୂର୍ବତନ ବିଧାୟକଙ୍କ ଭୋଜିକୁ  ବିଜେଡିରେ ବଡ ହଲଚଲ। କାଲି ଭୋଜି ପରେ ଆଜି ବିଧାୟକ ଅରୁଣ ସାହୁଙ୍କ ଘରେ ମେଳିରେ ଥିବା 3 ନେତାଙ୍କ ଏକାଠି ହେବାକୁ ନେଇ ବି ହଟଚମଟ। ଯଦିଓ ଆଜି ବି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଗତକାଲିର ଭୋଜି କେବଳ ସାମାଜିକ କାର୍ଯ୍ୟକ୍ରମ ଥିଲା ବୋଲି କହିଛନ୍ତି ପୂର୍ବତନ ବିଧାୟକ। କିନ୍ତୁ ପ୍ରଶ୍ନ ଉଠୁଛି ଯଦି ପୂର୍ବତନ ବିଧାୟକଙ୍କ ଭୋଜି ଥିଲା ତାହେଲେ କାହିଁକି ସାମିଲ ନଥିଲେ ଦେବୀ ମିଶ୍ର ଏବଂ  କୋର ଗ୍ରୁପର ସଞ୍ଜୟ, ଅତନୁ ଓ ପ୍ରତାପ। ତେଣୁ ଏହା ଯେ ଖାଲି ଭୋଜି ନୁହେଁ ରାଜନୈତିକ ଉଦ୍ଦେଶ୍ୟରେ ଭେଟ୍ଘାଟ୍ ତାହା ଜଳ ଜଳ ଦିଶୁଛି। ଆଉ ମେଳିକୁ ନେଇ ପରୋକ୍ଷରେ ବିଧାୟକ ଅରୁଣ ସାହୁ ବି କହିଛନ୍ତି ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ମିଳିବା ଉଚିତ୍।... 

ବଡ କଥା ହେଉଛି ଗତକାଲି ଭୋଜି ଭିତରେ ବି ପୂର୍ବତନ ବିଧାୟକ କିଶୋର ତରାଇ, ସମ୍ବିତ ରାଉତରାୟଙ୍କ ଭଳି ନେତା ଦଳର ନେତୃତ୍ୱ ନବୀନଙ୍କ ପାଖରେ ରହିବା ଦରକାର ବୋଲି ମତ ରଖିଥିଲେ। ତେଣୁ କୁହାଯାଉଛି ପୂର୍ବତନ ବିଧାୟକଙ୍କ ଏହି ମେଳି, ପ୍ରତିଷ୍ଠା ଦିବସରେ ସୁଜାତାଙ୍କ ଏଣ୍ଟ୍ରିକୁ ଚେକ୍ ଦେବାକୁ, ଦଳର ନେତୃତ୍ୱ ନବୀନଙ୍କ ପାଖରେ ରହୁ ବୋଲି ମେସେଜ ଦେବାକୁ। ପୂର୍ବରୁ ଯେତେଥର ସୁଜାତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ସେତେବେଳେ ବିଜେଡି ନେତାଙ୍କ ମେଳି ଦେଖିବାକୁ ମିଳିଛି। କେବଳ ଏହି ଯୁବ ପୂର୍ବତନ ବିଧାୟକମାନେ ନୁହଁନ୍ତି ବରଂ ବରିଷ୍ଠ ମାନେ ବି ମେଳି କରିଛନ୍ତି। ଅନ୍ୟପଟେ କୁହାଯାଉଛି ଏବର ଏ ଯୁବ ନେତାଙ୍କ ମେଳିର ନେତୃତ୍ୱ ନେଉଛନ୍ତି ଜଣେ ପ୍ରଭାବଶାଳୀ ଯୁବନେତା। ପୂର୍ବରୁ ପାଣ୍ଡିଆନଙ୍କ ବାଦ୍ ଦଳରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିବା ସେଇ ନେତା ହିଁ ପଛରେ ରହି ସବୁ ଗୋଟି ଚଳାଉଛନ୍ତି। ଯେହେତୁ ନବୀନଙ୍କ ପରେ ଦେବୀ ମିଶ୍ରଙ୍କୁ ଆଗରେ ରଖି ଦଳକୁ ପାଣ୍ଡିଆନ ନିଜ କବ୍ଜାରେ ରଖିଛନ୍ତି, ସେଇଥିପାଇଁ ଯୁବ ନେତାଙ୍କୁ ଧରି ବାରମ୍ବାର କରାଯାଉଛି ପାୱାର ଶୋ ଫନ୍ଦି।... 

 ବିଜେଡିରେ ନେତାଙ୍କ ମେଳି ପରେ ଯଦିଓ ଏହା ଉପରେ ରୋକ ଲଗାଇବାକୁ ମୁଖିଆ ନବୀନ  ଏକାଧିକ ବାର ନିର୍ଦ୍ଦେଶ ଦେଇଛନ୍ତି, ହେଲେ ତାକୁ ଯେମିତି କେହି ମାନିବା ସ୍ଥିତିରେ ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ