NONVEG-FREE-PURI Photograph: (OTV)
ରାମ ଜନ୍ମଭୂମୀ ଅଯୋଧ୍ୟାରେ ଆମିଷ ଖାଦ୍ୟ ବିତରଣକୁ ସେଠିକା ପ୍ରଶାସନ ଗତକାଲି ସଂପୂର୍ଣ୍ଣ ବ୍ୟାନ୍ କରିବା ପରେ ଏବେ ପ୍ରଶ୍ନ, କେବେ ପୂରଣ ହେବ ଆମିଷ ଓ ମଦ ମୁକ୍ତ ପୁରୀ ସ୍ବପ୍ନ। ଏମିତିକି ଗତବର୍ଷ ଖୋଦ୍ ଆଇନମନ୍ତ୍ରୀ ବି ବଡ଼ଦାଣ୍ଡକୁ ଆମିଷ ମୁକ୍ତ କରିବାକୁ ଘୋଷଣା କରିଥିଲେ ବି ତାର ଅନୁପାଳନ ନହେବା ନେଇ ବଢିଛି କ୍ଷୋଭ।
ଚାରିଧାମ ଭିତରୁ ଅନ୍ୟତମ ଜଗନ୍ନାଥ ଧାମର ମର୍ଯ୍ୟାଦା ରକ୍ଷା ପାଇଁ ସରକାର କଠୋର ହେବାକୁ ଦାବି କଲେଣି ମଠ ମହନ୍ତ, ସେବାୟତ ଓ ବୁଦ୍ଧୀଜୀବୀ। ତେଣେ ଆମିଷ ଦ୍ରବ୍ୟର ବିକ୍ରିକୁ ନେଇ ଆଧାତ୍ମିକ କ୍ଷେତ୍ର ଶ୍ରୀକ୍ଷେତ୍ରର କିଭଳି ଉଡୁଛି ଧଜ୍ଜିଆ- ଆସନ୍ତୁ ଜାଣିବା।...
ଅଯୋଧ୍ୟାରେ ଆମିଷ ନିଷେଧ, ପୁରୀରେ କାହିଁକି ନୁହେଁ ? ଏ କଥା ପଚାରୁଛନ୍ତି ଜଗନ୍ନାଥ ପ୍ରେମୀ, ମହାପ୍ରଭୁଙ୍କ ସେବକ ଓ ବୁଦ୍ଧୀଜୀବୀ । କାହିଁକି ନା ଗତକାଲି ଅଯୋଧ୍ୟା ରାମ ମନ୍ଦିରର ୧୫ କିଲୋମିଟର ପରିଧି ଭିତରେ ଆମିଷ ଖାଦ୍ୟର ଅନଲାଇନ୍ ଡେଲିଭରିକୁ ସେଠିକା ପ୍ରଶାସନ କରିଛି ସଂପୂର୍ଣ୍ଣ ନିଷେଧ। ତେଣୁ ଏଠି ପ୍ରଶ୍ନ ଗତ ଜୁନ୍ ୮ରେ ଆଇନମନ୍ତ୍ରୀ- ଶ୍ରୀମନ୍ଦିରଠୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପୁରା ବଡ଼ଦାଣ୍ଡକୁ ଆମିଷ ମୁକ୍ତ ଲକ୍ଷ୍ୟ ସହ ଶ୍ରୀମନ୍ଦିରଠୁ ୨ କିଲୋମିଟର ପରିଧିକୁ ମଦ ମୁକ୍ତ କରିବା ଲାଗି ଦେଇଥିବା ପ୍ରତିଶ୍ରୁତି ଗଲା କୁଆଡ଼େ ?
୨୦୦୫ ଜୁନ୍ ମାସରେ ଆଇନମନ୍ତ୍ରୀ ଦେଇଥିଲେ ପ୍ରତିଶ୍ରୁତି... ।
ଏବେ ବଡ଼ଦାଣ୍ଡରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ରାସ୍ତାର ଦୁଇ କଡ଼ରେ ମାଳ ମାଳ ଫାଷ୍ଟଫୁଡ୍ ଦୋକାନ। ଚିକେନ୍-ମଟନ୍ ପ୍ରସ୍ତୁତ ଖାଦ୍ୟର ଖୋଲାଖୋଲି ବିକ୍ରି ଚାଲିଛି। ଖୋଦ୍ ଗୁଣ୍ଡିଚା ମନ୍ଦିର ସମ୍ନା ବି ବାଦ୍ ପଡ଼ିନି। ଏଣେ ଶ୍ରୀମନ୍ଦିରଠୁ ମାତ୍ର କେଇ ମିଟର ଗଲେ ଗଳି କନ୍ଦି ଅବା ରାସ୍ତା କଡ଼ ସବୁଠି ବେଧଡ଼କ୍ ଚାଲିଛି ଆମିଷ ବେପାର। ମୋଚି ସାହି, କଲେଜ ରୋଡ୍, ରେଡକ୍ରସ ରୋଡ୍ ଓ ମଶାଣୀ ଚଣ୍ଡି ଛକରେ ବୁଧବାର ଓ ରବିବାରରେ ପାଦ ପକେଇ ହେବନି।
ମଠ ମହନ୍ତ, ସେବାୟତ ଓ ବୁଦ୍ଧୀଜୀବୀଙ୍କ କ୍ଷୋଭ
ସମୁଦ୍ର କୂଳ ରାସ୍ତାରେ ତ ଆଧାତ୍ମିକ ସହରର ଧଜ୍ଜିଆ ଉଡୁଛି। ନା ରୋକିବାକୁ କେହି ଅଛି ? ନା ଆମିଷ ବିକ୍ରି ନକରିବାକୁ କାହା ବିବେକ ବାଧା ଦେଉଛି। ବରିଷ୍ଠ ସେବକଙ୍କ ମତରେ- ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମୀ, ହେଲେ ପୁରୀ ଚାରିଧାମ ଭିତରୁ ଅନ୍ୟତମ। ତେଣୁ ଏଠିକୁ ଭକ୍ତି ଭାବ ନେଇ ଆସୁଥିବା ଶ୍ରଦ୍ଧାଳୁଙ୍କ ନାକ ଆମିଷ ଗନ୍ଧରେ ଫାଟି ପଡୁଛି। ମଠ ମହନ୍ତ ମଧ୍ୟ କହିଲେଣି- ଅଯୋଧ୍ୟା, ବୃନ୍ଦାବନ, ଦ୍ବାରିକା ଓ ତିରୁପତି ଆଦି ଦେବ ସ୍ଥାନ ବୁଲି ଫେରିଥିବା ଭକ୍ତ ପୁରୀ ଆସିଲେ ନାକ ଟେକୁଛନ୍ତି। ତେଣୁ ସରକାର ଚୁପ୍ ନବସି ତୁରନ୍ତ କଠୋର ହୁଅନ୍ତୁ।...
ଆମିଷ ମୁକ୍ତ ପୁରୀ ଗଠନ ଲାଗି ଓଡ଼ିଶା ଯୁବ ଚେତନା ପରିଷଦ ନେତୃତ୍ବରେ ପୁରୀର ୩୨ଟି ସଂଗଠନ ୧୯୯୯ ମସିହାରୁ ଆନ୍ଦୋଳନ କରି ଆସୁଛି। ବହୁ ବିଳମ୍ବରେ ହେଲେ ବି ଗତବର୍ଷ ଆଇନମନ୍ତ୍ରୀ ଏନେଇ ବଡ଼ ଘୋଷଣା କରିଥିଲେ, ହେଲେ ତାର ଅନୁପାଳନରେ ତ୍ରୁଟି କେଉଁଠି ରହିଲା ବୋଲି ପ୍ରଶ୍ନ ଉଠିଛି। ତେଣେ ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ସରକାରଙ୍କ ପାଖରୁ କଡ଼ା ନିଷ୍ପତ୍ତି ଆସିଲେ କାର୍ଯ୍ୟକାରୀ କରିବୁ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/11/nonveg-free-puri-2026-01-11-20-14-26.jpg)