Advertisment

ଲକ୍‌ଡାଉନ୍‌ ବେଳେ ସାଇକେଲିଂ ଓ ମର୍ଣ୍ଣିଂ ୱାର୍କ୍‌ ସମ୍ପୂର୍ଣ୍ଣ ମନା

ଲକଡାଉନ୍‌ରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା। ଲକ୍ ଡାଉନ୍ କଟକଣା ନେଇ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାର୍କ, ସାଇକ୍ଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

ଅଦ୍ୟତନ ହୋଇଛି
ଲକ୍‌ଡାଉନ୍‌ ବେଳେ ସାଇକେଲିଂ ଓ ମର୍ଣ୍ଣିଂ ୱାର୍କ୍‌ ସମ୍ପୂର୍ଣ୍ଣ ମନା

Morning Work

Advertisment
  • ଲକଡାଉନ୍‌ରେ ମର୍ଣ୍ଣିଂ ୱାକ୍‌, ସାଇକ୍ଲିଂ ମନା
  • ଲକଡାଉନରେ ମର୍ଣ୍ଣିଂ ୱାକ୍‌, ଇଭିନିଂ ୱାକ୍‌ ସାଇକ୍ଲିଂକୁ ସଂପୂର୍ଣ୍ଣ ମନା କରାଯାଇଛି
  • ୱାକିଂ, ସାଇକ୍ଲିଂ ନକରିବାକୁ କହିଲେ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ
  • କିଛି ଲୋକ ଏସବୁ କରୁଥିବା ଦେଖାଯାଉଛି, ଏହା ଗାଇଡଲାଇନ ଉଲ୍ଲଂଘନ
  • ଲକ୍ ଡାଉନର ଉଦ୍ଦେଶ୍ୟ ରାସ୍ତା ଉପରକୁ ଆସି ଗହଳି ନକରିବା ବୋଲି କହିଲେ ସିପି
Advertisment

ଭୁବନେଶ୍ୱର: ଲକଡାଉନ୍‌ରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା। ଲକ୍ ଡାଉନ୍ କଟକଣା ନେଇ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାର୍କ, ସାଇକ୍ଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ୱାର୍କିଂ, ସାଇକ୍ଲିଂ ନକରିବାକୁ  ଲୋକଙ୍କୁ କହିଛନ୍ତି ଟ୍ୱିନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହାସହ କିଛି ଲୋକ ଏସବୁ କରୁଥିବା ଦେଖାଯାଉଛି, ଏହା ଗାଇଡଲାଇନ ଉଲ୍ଲଂଘନ ହେଉଥିବା ସେ କହିଛନ୍ତି। ଲକଡାଉନ୍‌ର ଉଦ୍ଦେଶ୍ୟ ରାସ୍ତା ଉପରକୁ ଆସି ଗହଳି ନକରିବା ବୋଲି ସିପି ସ୍ପଷ୍ଟ କରିଛନ୍ତି।

ତେଣୁ ଲକଡାଉନ ବେଳେ ୱାକିଂ, ସାଇକ୍ଲିଂ ନକରିବାକୁ କହିଛନ୍ତି ସିପି। ସେପଟେ କଳାବଜାରୀ, ଅସାଧୁ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା। ସେ କହିଛନ୍ତି ଯେ, କରୋନା ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। କୌଣସି ଘରୋଇ ହସ୍ପିଟାଲ ଅଧିକ ଅର୍ଥ ନେଉଥିଲେ ବି ତାହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

Advertisment

ତେବେ କାର୍ଯ୍ୟାନୁଷ୍ଠାନ ନେବାକୁ ୨୨ଟି ଫ୍ଲାଇଂ ସ୍ୱ୍କାର୍ଡ ହୋଇଛି। ବର୍ତ୍ତମାନ ସୁଦ୍ଧା ୭୧ଟି ମାମଲା ରୁଜୁ ହେବା ସହ ୨୬୯ ଗିରଫ, ୮୩୦୦ ଗାଡି ଜବତ ମଧ୍ୟ ହୋଇଛି। କେବଳ ଏତିକି ନୁହେଁ ବରଂ  ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ହେଲପଲାଇନ ନମ୍ବର ଜାରି ହୋଇଛି। ହେଲପଲାଇନ ନମ୍ବର- ୮୦୯୩୦୨୮୧୦୦ରେ କଲ କରି ବରିଷ୍ଠ ନାଗରିକ ସହାୟତା ଲୋଡ଼ିପାରିବେ ବୋଲି ଜେଠୱା କହିଛନ୍ତି।

ସୂଚନା ଅନୁସାରେ, ରାଜ୍ୟରେ ଆଜି ମଧ୍ୟ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । କିଛି ଦିନ ଦୈନିକ ସଂକ୍ରମଣ ହାର ସ୍ଥିର ରହିବା ପରେ ଆଜି ୧୧୦୦୦ ନିକଟତର ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚି ଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣର ସ୍ଥିତି ଦିନକୁ ଦିନକ ବିସ୍ଫୋରକ ହେଉଛି । ସବୁ ଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୧ ଲକ୍ଷ ନିକଟତର ହୋଇଛି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ।

Advertisment

Latest Corona News In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ