Advertisment

No PUCC No Petrol : ବୈଧ PUCC ନଥିଲେ ମିଳିବନି ପେଟ୍ରୋଲ, ଡିଜେଲ୍ ... ଓଡ଼ିଶାରେ ଦିଲ୍ଲୀ ଇଫେକ୍ଟ

ଦିଲ୍ଲୀ ପରେ ଓଡ଼ିଶା। ଭେଲିଡ୍ ପଲ୍ୟୁସନ୍ ସାର୍ଟିଫିକେଟ୍ ନ ଦେଖାଇଲେ ମିଳିବନି ପେଟ୍ରୋଲ କି ଡିଜେଲ୍ । ମୋଟର ଯାନ ନିୟମ ଉଲ୍ଲଂଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ଉପରେ ଲାଗିବ ଅଙ୍କୁଶ।

petrol

petrol Photograph: (OTV)

Advertisment

ଦିଲ୍ଲୀ ପରେ ଓଡ଼ିଶା। ଭେଲିଡ୍ ପଲ୍ୟୁସନ୍ ସାର୍ଟିଫିକେଟ୍ ନ ଦେଖାଇଲେ ମିଳିବନି ପେଟ୍ରୋଲ କି ଡିଜେଲ୍ । ମୋଟର ଯାନ ନିୟମ ଉଲ୍ଲଂଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ଉପରେ ଲାଗିବ ଅଙ୍କୁଶ। ଦିଲ୍ଲୀ ପରେ ଓଡ଼ିଶାରେ ଏହି ନିୟମ ଲାଗୁ କରିବାକୁ ଯାଉଛି ପରିବହନ ବିଭାଗ। ଏ ହେଉଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ-STAର ସେହି ଚିଠି। ବିଭିନ୍ନ ତୈଳ ବିତରଣ ସଂସ୍ଥାକୁ ଲେଖାଯାଇଥିବା ଏଇ ଚିଠିରେ, ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବ, କୌଣସି ପେଟ୍ରୋଲ ପମ୍ପରେ ତାକୁ ତେଲ ଦିଆଯିବ ନାହିଁ ବୋଲି ଉଲ୍ଲେଖ ରହିଛି । ଏ ନେଇ ବିଭିନ୍ନ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ଅବଗତ କରାଇବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଏହା ପାଳନ କରିବାରେ ବିଫଳ ହେଲେ ଏହାକୁ ଗୁରତର ସହ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ କୁହାଯାଇଛି । ରାଜ୍ୟରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢୁଥିବାରୁ ଏଭଳି ପଦକ୍ଷେପ ନେଇଛି ପରିବହନ ବିଭାଗ । ଏହି ନିୟମକୁ ଗ୍ରାହକମାନେ ସ୍ବାଗତ କରିଥିବା ବେଳେ ଏହାର ସଠିକ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ପେଟ୍ରୋଲ ପମ୍ପ କର୍ମଚାରୀ।...

Advertisment



ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ । ତେବେ ଏ ନେଇ ସଂଘ ସଦସ୍ୟଙ୍କ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସାଧାରଣ ସମ୍ପାଦକ । ତେଣେ ଆବଶ୍ୟକୀୟ ବ୍ୟବସ୍ଥା କରା ନ ଯାଇ ରାତି ଅଧିଆ ଏଭଳି ନିୟମ ଲାଗୁ କରାଗଲେ ସମସ୍ୟା ସୃଷ୍ଟି ହେବ ବୋଲି କହିଛନ୍ତି  ସଡ଼କ ସୁରକ୍ଷା ଅଧିକାର କର୍ମୀ।...

ପୂର୍ବରୁ ରାଜ୍ୟ ସରକାର ବିନା ହେଲମେଟ ଏଵଂ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ କିମ୍ବା ଡିଜେଲ ନଦେବାକୁ ପେଟ୍ରୋଲ ପମ୍ପ ମାନଙ୍କୁ ବରଣ କରିଥିଲେ। ଯାହା ବିଶେଷ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ । ଏବେ ଦେଖିବା କଥା PUCC ପ୍ରମାଣପତ୍ର ଲାଗୁ ନିୟମ କେତେ ସଫଳ ହେଉଛି।.

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ