Advertisment

Curb on Real Estate Irregularities: ଆଉ ଚଳିବନି ରିୟଲ ଇଷ୍ଟେଟ୍ କମ୍ପାନୀଙ୍କ ମନମାନି,ମନଇଚ୍ଛା ଚାଷ ଜମିକୁ ଭାଗ କରି ବିକ୍ରିରେ ଲାଗିବ ବ୍ରେକ୍

ଯଦି କୃଷି ଜମିର ପାର୍ଟ ହେବ ତେବେ ତାର କିସମ ବଦଳି ପାରିବ ନାହିଁ । ପାର୍ଟ ପ୍ଲଟ ବିକ୍ରି ବେଳେ କେବଳ ଜମିର ମ୍ୟାପ, ମାଲିକାନା ସ୍ୱତ୍ତ୍ୱ, ସୀମା, ଅଣ୍ଡରଟେକିଙ୍ଗ ଭଳି ଦସ୍ତାବିଜର ଯାଂଚ କରିବାକୁ ହେବ।

Part Plot

Part Plot Photograph: (OTV)

Advertisment

ଏଣିକି ସୁବ୍ୟବସ୍ଥିତ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ। ଗତ କିଛିମାସ ଧରି ବନ୍ଦ ହୋଇଥିବା ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ ଏସଓପି ଆଣିଛନ୍ତି ସରକାର। ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି। ଏହି ପଦକ୍ଷେପ ଦ୍ବାରା ପଞ୍ଜୀକରଣ ଅଧିକାରୀଙ୍କ ମଧ୍ୟରେ ଥିବା ଅସଙ୍ଗତିକୁ ଦୂର ହେବ ଆଉ ଜନସାଧାରଣଙ୍କ ସୁବିଧା ହେବ। ତେବେ ଜମି କ୍ରେତାଙ୍କ ପାଇଁ ଏହା ବେଶ ସୁହାଇବ ବୋଲି କୁହାଯାଉଥିବା ବେଳେ ରିୟଲ ଇଷ୍ଟେଟ କ୍ଷେତ୍ରରେ ବ୍ୟବହାର ପାଇଁ କିଛିଟା କଟକଣା ରହିଛି। ତେବେ ସରକାରଙ୍କ ନିଷ୍ପତ୍ତି ଆଇନଗତ ପ୍ରତିବନ୍ଧକ ସୃଷ୍ଟି କରିପାରେ ବୋଲି ମତ ରଖିଛନ୍ତି ଆଇନଜୀବୀ। .. ..
କେତେ ସହଜ ହେବ ପାର୍ଟ ପ୍ଲଟ ବିକ୍ରି ? କିଣାବିକା ଦ୍ବନ୍ଦ୍ବ ଦୂର କରିପାରିବ ତ ନୂଆ ଏସଓପି ? କାହାକୁ ସୁହାଇବ ନୂଆ ଏସଓପି ? 
କ୍ରେତା ନା ବିକ୍ରେତା, ଜମି ମାଲିକ ନା ରିୟଲ ଇଷ୍ଟେଟ କମ୍ପାନୀ ?
ରିୟଲ ଇଷ୍ଟେଟ କମ୍ପାନୀଙ୍କ ମନମାନିରେ ଲାଗିବ ରୋକ । ମନଇଚ୍ଛା ଚାଷଜମିକୁ ଆଣି ପାର୍ଟ କରି ବିକ୍ରି କରିପାରିବେ ନାହିଁ। ଯଦି ବା ଚାଷଜମି କିଣୁଛନ୍ତି ତେବେ ଏହାର କିସମକୁ ବଦଳାଇ ହେବ ନାହିଁ। ଜମି କିଣୁଥିବା ବ୍ୟକ୍ତିଙ୍କୁ ସୁବିଧା ନଦେଇ ଅନେକ ବିଲଡର୍ସ ପାର୍ଟ କରି ପ୍ଲଟ ବିକ୍ରି କରୁଥିଲେ। ରାଜ୍ୟ ସରକାରଙ୍କ ନୂଆ ଏସଓପିରେ ଏନେଇ ସ୍ପଷ୍ଟତା ଆସିବା ପରେ ଚାଷଜମିରେ ପ୍ଲଟିଂ କରୁଥିବା ବିଲଡରଙ୍କ ନିଦ ହଜିଛି।

Advertisment

ନୂଆ ଏସଓପି ଅନୁସାରେ ଯଦି ଆପଣଙ୍କ ଜମି ବିଡିଏ, ସିଡିଏ ଭଳି ପ୍ଲାନିଙ୍ଗ ଅଥରିଟି ବାହାରେ ରହିଛି ତେବେ ବିକ୍ରି ପାଇଁ କୌଣସି ବି ବାଧକ ନାହିଁ । କୃଷି ଜମି ପାଇଁ ମଧ୍ୟ କୌଣସି କଟକଣା ନାହିଁ। ଯଦି କୃଷି ଜମିର ପାର୍ଟ ହେବ ତେବେ ତାର କିସମ ବଦଳି ପାରିବ ନାହିଁ । ପାର୍ଟ ପ୍ଲଟ ବିକ୍ରି ବେଳେ କେବଳ ଜମିର ମ୍ୟାପ, ମାଲିକାନା ସ୍ୱତ୍ତ୍ୱ, ସୀମା, ଅଣ୍ଡରଟେକିଙ୍ଗ ଭଳି ଦସ୍ତାବିଜର ଯାଂଚ କରିବାକୁ ହେବ। 

ସହରାଞ୍ଚଳରେ ଏବଂ ଡେଭଲପମେଣ୍ଟ ଅଂଚଳରେ ପାର୍ଟ ପ୍ଲଟ କିଣାବିକା ପାଇଁ ଦୁଇଟି ଘୋଷଣାନାମା ଦେବାକୁ ପଡ଼ିବ। ଚାଷ ଜମି କେବଳ ଚାଷ ପାଇଁ ବ୍ୟବହୃତ ହେବ ଏବଂ କୌଣସି ରିଏଲ ଇଷ୍ଟେଟ କାରବାର ନ କରିବାକୁ ଡିକ୍ଳାରେସନ ଦେବାକୁ ପଡିବ। କିଛି ମାସ ଧରି ବନ୍ଦ ଥିବା ପାର୍ଟ ପ୍ଲଟ ପଞ୍ଜିକରଣ ପାଇଁ ଏବେ ବାଟ ଫିଟିଛି। ନୂଆ ଏସଓପି ସବ ରେଜିଷ୍ଟ୍ରାର ମାନଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବ ଦୂର କରିବାରେ ସହାୟକ ହେବ। 

Advertisment

ଜମି କିଣାବିକାରେ ସମାନତା, ସ୍ୱଚ୍ଛତା ଏବଂ ସହଜ ଆଣିବା ପାଇଁ ଏସଓପି ଆସିଛି ସତ ହେଲେ ଏହାକୁ ନେଇ କିଛି ଆଇନଗତ ଦିଗ ବି ସାମନାକୁ ଆସିଛି। ଆଇନଜୀବୀଙ୍କ କହିବାର କଥା, ସରକାର ଆକ୍ଟ ନବଦଳାଇ ରୁଲସ ଆଣିଛନ୍ତି ତେଣୁ ଭବିଷ୍ୟତରେ ହୁଏତ ଆଇନଗତ ପ୍ରତିବନ୍ଧକ ଆସିପାରେ। ସେପଟେ ଏସଓପିରେ ପ୍ରଥମ ଜମି ବିକ୍ରୀ ପାଇଁ ଲେଆଉଟ ପ୍ଲାନକୁ ଛାଡ କରାଯାଇଛି। ଅର୍ଥାତ ଯଦି ବଡ ଜମିରୁ ଯଦି ୫୦୦ ବର୍ଗ ମିଟରରୁ କମ ଜମି ବିକ୍ରୀ କରୁଛନ୍ତି ଥରୁଟିଏ ଛାଡ ମିଳିବ।

ତେବେ ଏଠାରେ ପ୍ରଶ୍ନ, ବିନା ଲେଆଉଟରେ ଥିବା ପ୍ଲଟକୁ ରାସ୍ତା ମିଳିବ ତ ? ଏଭଳି କ୍ଷେତ୍ରରେ ଯଦି ପ୍ରଥମ ପ୍ଲଟ ବିକ୍ରି କରିବା ଆଇନ ଦୃଷ୍ଟିରୁ ଠିକ ତେବେ ଦ୍ବିତୀୟ ପ୍ଲଟ ପାଇଁ ଏହା ବେଆଇନ କିପରି ବୋଲି ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। 
ତେବେ ରାଜ୍ୟ ସରକାରଙ୍କ ନୂଆ ଏସଓପି ଉଭୟ କ୍ରେତା ଓ ବିକ୍ରେତାଙ୍କ ସହ ସରକାରୀ ଅଫିସରେ ସୃଷ୍ଟି ହୋଇଥିବା ଅନେକ ଦ୍ବନ୍ଦ୍ବ ଦୂର କରିବାରେ ସହାୟକ ହୋଇଛି। 

Advertisment

Odisha Odisha Revenue Department Land
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ