Advertisment

ଜାଳେଣି କାଠ ନଥିବାରୁ ହୋଇପାରିଲାନି ରୋଷେଇ; ଉପାସରେ ରହିଲେ ୧୧୯ ପିଲା

ମାଲକାନଗିରି: ଜାଳେଣି କାଠ ଅଭାବ ଯୋଗୁ ରୋଷେଇ ନହୋଇପାରିବାରୁ ୧୧୯ ଜଣ ପିଲା ଉପାସରେ ରହିଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଥିବା କୋଣ୍ଡାରେଡ଼ି ଆବାସିକ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ୧୧୯ ଜଣ ଛାତ୍ର ଗତକାଲି ମଧ୍ୟରାତ୍ର ଯାଏ ଉପାସରେ ରହିଥିବା ଅଭିଯୋଗ ହୋଇଛି। ଶେଷରେ ରାତି ୧୨ଟା ପରେ ପିଲାଙ୍କୁ କେବଳ ଭାତ ଖାଇବାକୁ ଦିଆଯାଇଥିଲା। ଭାତ ସହ ଡାଲି କି ତରକାରି କିଛି ବି ନଥିଲା।  ସ୍କୁଲରେ ଜାଳେଣି କାଠ […]

ଜାଳେଣି କାଠ ନଥିବାରୁ ହୋଇପାରିଲାନି ରୋଷେଇ; ଉପାସରେ ରହିଲେ ୧୧୯ ପିଲା

vlcsnap-error248

Advertisment

ମାଲକାନଗିରି: ଜାଳେଣି କାଠ ଅଭାବ ଯୋଗୁ ରୋଷେଇ ନହୋଇପାରିବାରୁ ୧୧୯ ଜଣ ପିଲା ଉପାସରେ ରହିଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଥିବା କୋଣ୍ଡାରେଡ଼ି ଆବାସିକ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

୧୧୯ ଜଣ ଛାତ୍ର ଗତକାଲି ମଧ୍ୟରାତ୍ର ଯାଏ ଉପାସରେ ରହିଥିବା ଅଭିଯୋଗ ହୋଇଛି। ଶେଷରେ ରାତି ୧୨ଟା ପରେ ପିଲାଙ୍କୁ କେବଳ ଭାତ ଖାଇବାକୁ ଦିଆଯାଇଥିଲା। ଭାତ ସହ ଡାଲି କି ତରକାରି କିଛି ବି ନଥିଲା।  ସ୍କୁଲରେ ଜାଳେଣି କାଠ ନଥିବାରୁ ରୋଷେଇ ହୋଇପାରୁନି ବୋଲି ହଷ୍ଟେଲ ଦାୟିତ୍ୱରେ ଥିବା ଭଲ୍ୟୁଣ୍ଟାରି ଶିକ୍ଷକ କହିଛନ୍ତି। ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଫୋନ ସୁଇଚ ଅଫ୍‌ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିବା ବି କହିଥିଲେ ଭଲ୍ୟୁଣ୍ଟାରି ଶିକ୍ଷକ। ପରେ ପିଲା ନିଜେ ଜାଳେଣି କାଠର ବ୍ୟବସ୍ଥା କରିବା ସହ ରାତି ୧୦ଟା ପରେ ରୋଷେଇ କରିଥିଲେ। ରାତି ଗଡ଼ୁଥିବାରୁ ଭୋକରେ ଆଉଟୁପାଉଟୁ ହୋଇଥିଲେ ପିଲା।  ଭୋକ ଲାଗିବାରୁ କେବଳ ଭାତ ଖାଇ ରାତି କଟାଇଥିଲେ। କିଏ ଶୁଖିଲା ଭାତ ଖାଇଲା ତ କିଏ ଭାତ ପଖାଳି ଖାଇଥିଲା।

ସରକାରୀ ଆବାସିକ ବିଦ୍ୟାଳୟର ଏଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ବିବ୍ରତ କରିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଅନେକ ବାର ଏଭଳି ଘଟଣା ଘଟିଥିବା ପିଲାମାନେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ଦେହ ଖରାପ ହେଲେ ଚିକିତ୍ସା ସୁବିଧା ମିଳୁନଥିବା ବି ଛାତ୍ରମାନେ ଅଭିଯୋଗ କରିଛନ୍ତି। ପିଲା ଉପାସରେ ଥିବା ବେଳେ ହଷ୍ଟେଲରେ ହୋହଲ୍ଲା ହୋଇଥିଲା।

Advertisment

ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କ ପାଖରେ ଖବର ପହଞ୍ଚିବା ପରେ ସେ ହଷ୍ଟେଲକୁ ଯାଇଥିଲେ। ସେତିକି ବେଳକୁ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ନଥିବା ସେ କହିଛନ୍ତି। ପିଲା କେବଳ ଭାତ ଖାଇଥିବା ବି ସେ ସୂଚନା ଦେଇଛନ୍ତି।

ତେବେ ଏନେଇ ଶିକ୍ଷା ଅଧିକାରୀଙ୍କୁ ଜଣାଇବେ ବୋଲି ଚିତ୍ରକୋଣ୍ଡା ଆଇଆଇସି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ