Advertisment

ଭ୍ୟାକ୍ସିନ୍ ଟେଣ୍ଡରରେ ଆଗ୍ରହ ଦେଖାଇଲେନି ଟିକା ଉତ୍ପାଦନକାରୀ ସଂସ୍ଥା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାରେ ଆଗ୍ରହ ଦେଖାଇଲେନି ଟିକା ଉତ୍ପାଦନକାରୀ ସଂସ୍ଥା। ପ୍ରି-ବିଡିଂ ବୈଠକକୁ ଆସିଲେନି ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ନବ ଦାସ ଦେଇଥିବା ଚିଠିରୁ ଏହି ସୂଚନା ମିଳିଛି। ରାଜ୍ୟ…

ଭ୍ୟାକ୍ସିନ୍ ଟେଣ୍ଡରରେ ଆଗ୍ରହ ଦେଖାଇଲେନି ଟିକା ଉତ୍ପାଦନକାରୀ ସଂସ୍ଥା

vaccination

Advertisment

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାରେ ଆଗ୍ରହ ଦେଖାଇଲେନି ଟିକା ଉତ୍ପାଦନକାରୀ ସଂସ୍ଥା। ପ୍ରି-ବିଡିଂ ବୈଠକକୁ ଆସିଲେନି ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ନବ ଦାସ ଦେଇଥିବା ଚିଠିରୁ ଏହି ସୂଚନା ମିଳିଛି। ରାଜ୍ୟ ସରକାର ଟିକା ଯୋଗାଣ ନେଇ ଗ୍ଲୋବାଲ୍ ଟେଣ୍ଡର ନୀତି କୋହଳ କରିଥିଲେ। ତେବେ ଏହା ପରେ ବି କୌଣସି ଟିକା ସଂସ୍ଥା ରାଜ୍ୟ ସହ ଡିଲ୍ କରିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି।

Advertisment

କମ୍ପାନି ମାନେ ସିଧାସଳଖ ଭାବେ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବାକୁ ଚାହିଁଥିବା ନବ ଚିଠିରେ ଉଲ୍ଲେଖ କରିଛନ୍ତି। ତୁରନ୍ତ ଏହାକୁ ନେଇ କେନ୍ଦ୍ରକୁ ହସ୍ତକ୍ଷେପ କରିବାକୁ ନବ କହିଛନ୍ତି। କେନ୍ଦ୍ର ସରକାର ଟିକା ଯୋଗାଣ ନୀତି କୋହଳ କରିବା ପରେ ଗ୍ଲୋବାଲ ଟେଣ୍ଡର ଡାକିଥିଲେ ରାଜ୍ୟ ସରକାର।

ନିୟମରେ କୋହଳ କରାଯାଇଥିଲେ ବି ବିଡିଂ ପ୍ରତି ଏତେଟା ଆଗ୍ରହ ଟିକା ଉତ୍ପାଦନକାରୀ କମ୍ପାନି ମାନେ ଦେଖାଇନାହାନ୍ତି। ସେରମ୍ ଓ ଭାରତ ବାୟୋଟେକ୍ ରାଜ୍ୟ ପରିବର୍ତ୍ତେ ସିଧା କେନ୍ଦ୍ର ସହ ଡିଲ୍ କରିବାକୁ ଚାହିଁଛନ୍ତି। ଏପରିକି ମଡର୍ଣ୍ଣା, ଫାଇଜର ଭଳି କଂପାନୀ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ପାଇଁ ଅପେକ୍ଷାରେ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ