Advertisment

ଓଡିଶାର ୩୩ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ କାହିଁକି: ଅପରାଜିତା

ଭୁବନେଶ୍ୱର: ନିତି ଆୟୋଗର ଧାରଣକ୍ଷମ ବିକାଶ ଲକ୍ଷ୍ୟ-SDG ରାଙ୍କିଂକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। ଦାରିଦ୍ର୍ୟ ଦୂରୀକରଣଠୁ ନେଇ କ୍ଷୁଧାମୁକ୍ତ, ଉନ୍ନତ ଶିକ୍ଷା, ଲିଙ୍ଗ ଭିତ୍ତିକ ସମାନତା ଓ ଆର୍ଥିକ ବିକାଶ ଭଳି କ୍ଷେତ୍ରରେ ଓଡିଶାର ରାଙ୍କ୍ ବହୁ ତଳେ ରହିଥବା କହି…

ଅଦ୍ୟତନ ହୋଇଛି
ଓଡିଶାର ୩୩ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ କାହିଁକି: ଅପରାଜିତା

aparajita

Advertisment

ଭୁବନେଶ୍ୱର: ନିତି ଆୟୋଗର ଧାରଣକ୍ଷମ ବିକାଶ ଲକ୍ଷ୍ୟ-SDG ରାଙ୍କିଂକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। ଦାରିଦ୍ର୍ୟ ଦୂରୀକରଣଠୁ ନେଇ କ୍ଷୁଧାମୁକ୍ତ, ଉନ୍ନତ ଶିକ୍ଷା, ଲିଙ୍ଗ ଭିତ୍ତିକ ସମାନତା ଓ ଆର୍ଥିକ ବିକାଶ ଭଳି କ୍ଷେତ୍ରରେ ଓଡିଶାର ରାଙ୍କ୍ ବହୁ ତଳେ ରହିଥବା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ପ୍ରଶ୍ନବାଣରେ ଛନ୍ଦିବାର ଉଦ୍ୟମ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହାର ଜବାବ ରଖି ବିଜେଡି ଏସଡିଜି ରିପୋର୍ଟ ପ୍ରସ୍ତୁତି ପ୍ରକ୍ରିୟାରେ ଗଡ଼ବଡ଼ ଥିବା ଓ ରାଜ୍ୟ ଯୋଜନାକୁ ତଥ୍ୟରେ ସାମିଲ କରାଯାଇ ନଥିବାର ପାଲଟା ଅଭିଯୋଗ ଆଣିଛି। ସେପଟେ କଂଗ୍ରେସ ଉଭୟଙ୍କୁ ସମାଲୋଚନା କରିଛି।

Advertisment

ରାଜ୍ୟରେ କେତେ ହୋଇଛି ବିକାଶ? ଧାରଣକ୍ଷମ ବିକାଶ ଲକ୍ଷ୍ୟ ହାସଲ ଦିଗରେ କେତେ ଆଗେଇଛି ଓଡ଼ିଶା ? ନିତି ଆୟୋଗର SDG ରିପୋର୍ଟରୁ ଏସବୁର ଗୁମର ସାମ୍ନାକୁ ଆସିବା ପରେ ମୁହାଁମୁହିଁ ବିଜେପି-ବିଜେଡି। ରିପୋର୍ଟ ଭିତ୍ତିରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ଅଭିଯୋଗ କରିଛନ୍ତି- ରିପୋର୍ଟ ଅନୁଯାୟୀ, ଦାରିଦ୍ର୍ୟ ଦୂରୀକରଣରେ ବାକି ରାଜ୍ୟ ତୁଳନାରେ ଓଡ଼ିଶା ତଳଆଡୁ ତୃତୀୟ, କ୍ଷୁଧାମୁକ୍ତ ଓ ଉନ୍ନତ ଶିକ୍ଷାରେ ତଳଆଡୁ ୬, ଲିଙ୍ଗଭିତ୍ତିକ ସମାନତାରେ ତଳ ଆଡୁ ୧୧ ଓ ଆର୍ଥିକ ବିକାଶ କ୍ଷେତ୍ରରେ ବି ତଳଆଡୁ ୨ ନମ୍ବର ହେଲେ ଏଭଳି ସ୍ଥିତି ପାଇଁ ରାଜ୍ୟସରକାରଙ୍କୁ ପୁଣି ୫ଟି ପ୍ରଶ୍ନବାଣ ମାରିଛନ୍ତି।

ଅପରାଜିତା ପ୍ରଶ୍ନ କରିଛନ୍ତି

(୧)- ଓଡିଶାର ୩୩ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ କାହିଁକି ?

(୨)-ରାଜ୍ୟମାନଙ୍କ ତାଲିକାରେ ଓଡ଼ିଶା ତଳ ଆଡୁ ୫ମ ସ୍ଥାନରେ ରହିବା ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି ଅପମାନ ନୁହେଁ କି ?

Advertisment

(୩) ସହରାଞ୍ଚଳର କିଛି ଭାଗର ବିକାଶକୁ ସାମଗ୍ରିକ ଭାବେ ରାଜ୍ୟ ଏବଂ ଏହାର ସାଢ଼େ ୪କୋଟି ଲୋକଙ୍କ ବିକାଶ କୁହାଯାଉଛି କିଭଳି?

(୪) (ରାଜ୍ୟରେ ନାରୀ, ଶିଶୁ ବିରୋଧୀ ଅପରାଧ ଏବଂ ଶିଶୁ ଅପପୁଷ୍ଟି କଥା ଉଠାଇ)  ମିଶନ୍ ଶକ୍ତି କଣ ଫେଲ୍ ମାରିଛି? ରାଜ୍ୟର ମହିଳାକୁ ସୁରକ୍ଷା ଦେବାରେ ସରକାର କଣ ବିଫଳ?

Advertisment

(୫) ଇଜ ଅଫ ଡୁଇଙ୍ଗ ବିଜନେସରେ ଓଡ଼ିଶା ଶୂନ୍ୟ ରାଙ୍କକୁ ଆସିବା ଏବଂ ଇନୋଭେସନ୍ ରାଙ୍କିଂରେ ୧୪ତମ ସ୍ଥାନକୁ ଖସିବା ନେଇ ରାଜ୍ୟର ଯୁବା ଯିବେ କୁଆଡେ? ପୂର୍ବ ୬ଟି ପ୍ରଶ୍ନକୁ ମିଶାଇ ମୋଟ୍ ୧୧ଟି ପ୍ରଶ୍ନର ଉତ୍ତର ମାଗିଛନ୍ତି ଅପରାଜିତା।

ଅପରପକ୍ଷେ ଅପରାଜିତାଙ୍କ ପ୍ରେସମିଟ୍‌କୁ କାଉଣ୍ଟର କରିବାକୁ ଯାଇ ବିଜେଡି ସାଂସଦ ଅମର ପଟ୍ଟନାୟକ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଏସଡିଜି ରିପୋର୍ଟ ପ୍ରସ୍ତୁତି ପ୍ରକ୍ରିୟାରେ ଗଡ଼ବଡ଼ି ଅଛି, ରିପୋର୍ଟ ପ୍ରସ୍ତୁତି ସମୟରେ ରାଜ୍ୟ ଯୋଜନାକୁ ତଥ୍ୟରେ ସାମିଲ କରାଯାଇ ନଥିବାର ପାଲଟା ଅଭିଯୋଗ କରିଛନ୍ତି। ଏସଡିଜି କେନ୍ଦ୍ର ଓ ରାଜ୍ୟ ସ୍ତରରେ ନ ରହି ପଂଚାୟତକୁ ଗଲେ ସଠିକ ତଥ୍ୟ ଜଣାପଡିବ ଓ ମାନ ବଢିବ, ଏହାକୁ ନେଇ ରାଜନୀତି କରିବା ମୁର୍ଖାମୀର ପରିଚୟ ବୋଲି କହିଛନ୍ତି ଅମର।

ସେପଟେ SDG ରିପୋର୍ଟ ଅନୁସାରେ ବହୁ କ୍ଷେତ୍ରରେ ଓଡିଶା ତଳେ ରହିଛି। ତେଣୁ ଆଗକୁ ନିରନ୍ତର ବିକାଶ ଲାଗି ସେ ଦିଗରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସମାଜସେବୀ ଜଗଦାନନ୍ଦ ଜଗଦାନନ୍ଦ। ନିତିି ଆୟୋଗର SDG ରିପୋର୍ଟ ଅନୁସାରେ ୨୦୧୮ ରେ ୫୧ ପଏଣ୍ଟ, ୨୦୧୯ରେ ୫୮ ଓ ୨୦୨୦ରେ ୬୧ ପଏଣ୍ଟ ପାଇଛନ୍ତି ସରକାର ଅର୍ଥାତ୍ ବର୍ଷକୁ ବର୍ଷ ପଏଣ୍ଟ ବଢୁଛି କିନ୍ତୁ ରାଙ୍କ ଖସିଛି ତେଣୁ ଏ ବିବାଦ ଆଗକୁ ବି ବଢ଼ିପାରେ।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

ସେପଟେ ଆଜି ସାମ୍ବାଦିକ ସମ୍ମିଳନୀରେ ଅପରାଜିତା ଆଜିର ୫ଟି ପ୍ରଶ୍ନ ସହ ଅୋବର ୨୦୨୦ରେ ତାଙ୍କ ଅଫିସର ସିଲ୍ ବେଳେ ବିଜେଡି କର୍ମୀଙ୍କ କୋଭିଡ୍ ନିୟମ ଭଂଗ ନେଇ ଉଠାଇଥିବା ପ୍ରଶ୍ନ ଓ ପୁଣି ଗତ ଫେବୃଆରୀରେ ଶୁକ-ସାରୀ ମନ୍ଦିର ଖନନ ନେଇ ଐତିହ୍ୟ ସୁରକ୍ଷା ସଂପର୍କିତ ୫ଟି ପ୍ରଶ୍ନ ଉତ୍ତର ଆଜି ଯାଏଁ ମିଳି ନଥିବା କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ରିପୋର୍ଟ: ଜଗଦୀଶ ଦାସ,ଅରିନ୍ଦମ ଦାସ ଓ ହରିହର ଚାନ୍ଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ