Advertisment

ନିର୍ଭୟା ଦୋଷୀଙ୍କୁ ଶୀଘ୍ର ଫାଶୀ ପାଇଁ ତେଜୁୁଛି ଦାବି ; ବଢ଼ୁଛି ଘାତକଙ୍କ ଆବେଦନ ସଂଖ୍ୟା

ବ୍ରହ୍ମପୁର (ଅଶୋକ ବ୍ରହ୍ମା) : ଅପେକ୍ଷା ଡିସେମ୍ବର ୧୭କୁ । ସେହିଦିନ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସିଂର ରିଭ୍ୟୁ ପିଟିସନ୍ ଉପରେ ସୁପ୍ରିମ୍‌କୋର୍ଟରେ ହେବ ଶୁଣାଣି । ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଅକ୍ଷୟ ସିଂ କରିଥିବା ପିଟିସନ୍‌କୁ ଗ୍ରହଣ କରି ଓପନ୍ କୋର୍ଟରେ ଏହାର ଶୁଣାଣି କରାଯିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ। ସେପଟେ ଦୋଷୀଙ୍କ ଶୀଘ୍ର ଫାଶି ଦଣ୍ଡ ଦିଆଯାଉ ବୋଲି ପୁଣିଥରେ ଦାବି କରିଛନ୍ତି ନିର୍ଭୟାଙ୍କ […]

ନିର୍ଭୟା ଦୋଷୀଙ୍କୁ ଶୀଘ୍ର ଫାଶୀ ପାଇଁ ତେଜୁୁଛି ଦାବି ; ବଢ଼ୁଛି ଘାତକଙ୍କ ଆବେଦନ ସଂଖ୍ୟା

nirbhaya accused

Advertisment

ବ୍ରହ୍ମପୁର (ଅଶୋକ ବ୍ରହ୍ମା) : ଅପେକ୍ଷା ଡିସେମ୍ବର ୧୭କୁ । ସେହିଦିନ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସିଂର ରିଭ୍ୟୁ ପିଟିସନ୍ ଉପରେ ସୁପ୍ରିମ୍‌କୋର୍ଟରେ ହେବ ଶୁଣାଣି । ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଅକ୍ଷୟ ସିଂ କରିଥିବା ପିଟିସନ୍‌କୁ ଗ୍ରହଣ କରି ଓପନ୍ କୋର୍ଟରେ ଏହାର ଶୁଣାଣି କରାଯିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ। ସେପଟେ ଦୋଷୀଙ୍କ ଶୀଘ୍ର ଫାଶି ଦଣ୍ଡ ଦିଆଯାଉ ବୋଲି ପୁଣିଥରେ ଦାବି କରିଛନ୍ତି ନିର୍ଭୟାଙ୍କ ମାଆ।

Advertisment

publive-imageଅନ୍ୟପଟେ ନିର୍ଭୟା ଦୋଷୀଙ୍କ ପ୍ରତି ଥିବା ଘୃଣା ଓ ଆକ୍ରୋଶ ବଢ଼ିବାରେ ଲାଗିଛି। ଏ ୪ ନର ପିଶାଚଙ୍କୁ ଫାଶି ଦେବା ଲାଗି ଘାତକ ଭାବେ ନିୟୋଜିତ ହେବାକୁ ଜଣେ କି ଦୁଇ ଜଣ ନୁହେଁ, ଜେଲ କର୍ତ୍ତୃପକ୍ଷଙ୍କୁ ମିଳିଛି ୧୫ ଜଣଙ୍କ ଆବେଦନପତ୍ର। ଆଶ୍ଚର୍ଯ୍ୟର କଥା ୨ଟି ଆବେଦନ ଆମେରିକା ଓ ଇଂଲଣ୍ଡ ଭଳି ଦେଶରୁ ଆସିଥିବା ବେଳେ ଆବେଦନକାରୀଙ୍କ ମଧ୍ୟରେ ବରିଷ୍ଠ ନାଗରିକ, ଆଇନଜୀବୀ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ବି ରହିଛନ୍ତି।

publive-imageସେପଟେ ତିହାଲ୍ ଜେଲ୍ କର୍ତ୍ତୃପକ୍ଷ ଉତ୍ତର ପ୍ରଦେଶ ସରକାରଙ୍କୁ ୨ ଜଣ ଘାତକ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ୟୁପି ଜେଲ୍ ବିଭାଗ ବି ଏଥିରେ ସହମତି ପ୍ରକାଶ କରିଛି।

Advertisment

ସେପଟେ ଫାଶିକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଫାଶି ଦଣ୍ଡଦେବା ବ୍ୟବସ୍ଥା ଥିବା ରାଜ୍ୟର ଏକ ମାତ୍ର ଜେଲ୍ ବ୍ରହ୍ମପୁର ମଣ୍ଡଳ କାରାଗାର ପୁଣି ଚର୍ଚ୍ଚାରେ। ଏକ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୯୯୩ରେ ଏହି ଜେଲ୍‌ରେ ମୟୂରଭଂଜର ଲକ୍ଷ୍ମଣ ନାୟକଙ୍କୁ ଫାଶି ଦିଆଯାଇଥିଲା। ସେତେବେଳେ ସେଠାରେ କାର୍ଯ୍ୟରତ ଥିବା ତତ୍କାଳୀନ ଷ୍ଟେନୋ ତଥା ବର୍ତ୍ତମାନର କଏଦୀ ମଙ୍ଗଳ ଅଧିକାରୀ ସେ ସମୟର କଥା ବଖାଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ