Advertisment

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା: ଇଟାଭାଟି ମାଲିକ ଅଟକ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଇଟାଭାଟି ମାଲିକଙ୍କୁ ଅଟକ ରଖାଯାଇଛି। ଏହି ଘଟଣାରେ ସଂପୃକ୍ତିଥିବା ଅଭିଯୋଗରେ ଇଟାଭାଟିର ମାଲିକ ଲୁଲୁ ବେହେରାକୁ ସହଦେବଖୁଣ୍ଟା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିବା ଲାଗି ନୀଳଗିରି ପୋଲିସ ବାଲେଶ୍ୱରରେ ପହଞ୍ଚିଛି। ଅନ୍ୟପକ୍ଷରେ ଘଟଣାକୁ ନେଇ ଶ୍ରମ ବିଭାଗ ଅଧିକାରୀ ଇଟାଭାଟିରେ ଚଢ଼ଉ କରିଛନ୍ତି। କାହିଁକି ନାବାଳିକାଙ୍କୁ ଇଟାଭାଟିରେ ରଖାଗଲା ସେନେଇ ଶ୍ରମ ଅଧିକାରୀ ଖୋଳତାଡ଼ […]

ଅଦ୍ୟତନ ହୋଇଛି
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା: ଇଟାଭାଟି ମାଲିକ ଅଟକ

rape

Advertisment

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଇଟାଭାଟି ମାଲିକଙ୍କୁ ଅଟକ ରଖାଯାଇଛି। ଏହି ଘଟଣାରେ ସଂପୃକ୍ତିଥିବା ଅଭିଯୋଗରେ ଇଟାଭାଟିର ମାଲିକ ଲୁଲୁ ବେହେରାକୁ ସହଦେବଖୁଣ୍ଟା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି।

Advertisment

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିବା ଲାଗି ନୀଳଗିରି ପୋଲିସ ବାଲେଶ୍ୱରରେ ପହଞ୍ଚିଛି। ଅନ୍ୟପକ୍ଷରେ ଘଟଣାକୁ ନେଇ ଶ୍ରମ ବିଭାଗ ଅଧିକାରୀ ଇଟାଭାଟିରେ ଚଢ଼ଉ କରିଛନ୍ତି। କାହିଁକି ନାବାଳିକାଙ୍କୁ ଇଟାଭାଟିରେ ରଖାଗଲା ସେନେଇ ଶ୍ରମ ଅଧିକାରୀ ଖୋଳତାଡ଼ କରିଛନ୍ତି।

ଏହାପରେ ନାବାଳିକାଙ୍କୁ ଚିକିତ୍ସା କରାଯାଇଥିବା ବାଲେଶ୍ୱରର ହସ୍ପିଟାଲରେ ପହଞ୍ଚି ପୋଲିସ ତନାଘନା ଆରମ୍ଭ କରିଛି। ଚିକିତ୍ସା କରିଥିବା ଡାକ୍ତର ଓ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି।

Advertisment

ଗତକାଲି ନୀଳଗିରିର ଗୋଟିଏ ଇଟାଭାଟିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହାପରେ ତାଙ୍କୁ ବିଷ ପିଆଇ ଦିଆଯାଇଥିଲା ବୋଲି ନାବାଳିକାଙ୍କ ଦାଦା ଅଭିଯୋଗ କରିଥିଲେ। ପରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ