Advertisment

Sundarpada Explosion Case: ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ, ତଦନ୍ତ କରିବ NIA

ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣର ହେବ NIA ତଦନ୍ତ। ବିସ୍ଫୋରଣ ପଛରେ ବଡ଼ ଚକ୍ରାନ୍ତ ଆଶଙ୍କାରେ ଘର ମାଲିକଙ୍କଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ NIA ଜେରା କରିବ। ତନ୍ନତନ୍ନ କରି ସମସ୍ତଙ୍କୁ ପଚରା ଯିବ।

BBSR BOMB BLAST

BBSR BOMB BLAST Photograph: (OTV)

Advertisment

ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ ଘଟଣାରେ NIAର ତଦନ୍ତ। ଘର ମାଲିକଙ୍କଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ ଜେରା କରିଛି ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସୀ। ବିସ୍ଫୋରଣ ପଛରେ ବଡ଼ ଚକ୍ରାନ୍ତ ଆଶଙ୍କାରେ ପଚରାଉଚରା କରାଯାଇଛି।

Advertisment

ଗତକାଲି ବୋମା ଭିଡ଼ୁଥିବା ସୁନ୍ଦରପଦା ଆଜାଦନଗରରେ ବେଳେ ବଡ଼ ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ଗୁରୁତର ହୋଇଥିଲେ। ଭୁବନେଶ୍ବର ଡିସିପି କହିଛନ୍ତି, ବିସ୍ଫୋରଣରେ ଆହତ ସମସ୍ତଙ୍କ ବ୍ୟକ୍ତିଙ୍କ ବିରୋଧରେ ମାମଲା ହୋଇଛି।

ସେମାନେ ସୁସ୍ଥ ହେବା ପରେ କାର୍ଯ୍ୟାନୁଷ୍ଠାନ ହେବ। ଯେଉଁମାନେ ବୋମା ତିଆରି କରୁଥିଲେ ସେମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ପୂର୍ବରୁ ୭ଟି ମାମଲା ରହିଛି। ତେଣୁ କୌଣସି ଅପରାଧ ଘଟାଇବାକୁ ବୋମା ତିଆରେ କରୁଥିଲେ କି ବୋଲି ପ୍ରଶ୍ନ ଉଠିଛି। ଏଦିଗରେ ବି ତଦନ୍ତ ଚାଲିଥିବା ଭୁବନେଶ୍ବର ଡିସିପି ଜଗମୋହନ ମୀନା କହିଛନ୍ତି। 

Advertisment
Bhubaneswar NIA Sundarpada Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ