Liquor Photograph: (OTV)
ନୂଆବର୍ଷ ମଉଜରେ ମଦ ପିଆରେ ରେକର୍ଡ। ବର୍ଷର ଶେଷ ସପ୍ତାହରେ ରାଜଧାନୀରେ ଦେଶୀ-ବିଦେଶୀ ମିଶେଇ ଲୋକ ପିଇଗଲେ ୪ ଲକ୍ଷ ଲିଟର ମଦ। ବଡ଼ଦିନରୁ ଜିରୋନାଇଟ୍ ସେଲିବ୍ରେସନ ଯାଏଁ ୩୨ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୨୦୨୫ ମସିହା ଶେଷ ସପ୍ତାହରେ ଭୁବନେଶ୍ବରରେ ବିକ୍ରି ହୋଇଛି ଅଢେଇ ଲକ୍ଷ ଲିଟର ବିଦେଶୀ ଓ ଦେଢ ଲକ୍ଷ ଲିଟର ଦେଶୀ ମଦ । ୧ ଲକ୍ଷ ୭୮ ହାଜର ଲିଟର ବିୟର୍ ବିକ୍ରି ହୋଇଛି। ବଡ ଦିନଠାରୁ ଜିରୋ ନାଇଟ୍ ମଧ୍ୟରେ ବିଭିନ୍ନ କ୍ଲବ, ପବ, ଅଫ ସପରେ ବିକ୍ରି ହୋଇଛି ୩୨ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା।
୨୮ କୋଟି ୪ ଲକ୍ଷ ୮୧ ହଜାର ଟଙ୍କାର ବିଦେଶୀ ଓ ୩ କୋଟି ୫୬ ଲକ୍ଷ ୧୧ ହଜାର ଟଙ୍କାର ବିୟର୍ କିଣିଛନ୍ତି ଲୋକେ। ସେହିଭଳି ୯୪ ଲକ୍ଷ ୨୦ ହଜାର ଟଙ୍କାର ଦେଶୀ ମଦ ବିକ୍ରି ହୋଇଛି। ...
୭ ଦିନରେ ଲୋକ ପିଇଗଲେ ୪ ଲକ୍ଷ ଲିଟର ମଦ
ଅଢେଇ ଲକ୍ଷ ଲିଟର ବିଦେଶୀ ମଦ ବିକ୍ରି
ଦେଢ ଲକ୍ଷ ଲିଟର ଦେଶୀ ମଦ ବିକ୍ରି
୧ ଲକ୍ଷ ୭୮ ହଜାର ଲିଟର ବିୟର୍ ବିକ୍ରି
ମୋଟ ୩୨ କୋଟି ୫୫ ଲକ୍ଷ ଟଙ୍କାର ମଦ ବିକ୍ରି
୨୮ କୋଟି ୪ ଲକ୍ଷ ୮୧ ହଜାର ଟଙ୍କାର ବିଦେଶୀ ମଦ ବିକ୍ରି
୩ କୋଟି ୫୬ ଲକ୍ଷ ୧୧ ହଜାର ଟଙ୍କାର ବିୟର୍ କିଣିଲେ ଲୋକ
୯୪ ଲକ୍ଷ ୨୦ ହଜାର ଟଙ୍କାର ଦେଶୀ ମଦ ବିକ୍ରି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/01/liquor-2026-01-01-18-58-36.jpg)