WOMEN_PROTEST Photograph: (OTV)
ମଦ ବେପାରୀଙ୍କ ଆଗରେ ହାର ମାନିଥିବା ପ୍ରଶାସନକୁ ମହିଳାଙ୍କ ଚେତାବନୀ। ମଦ ପିଇଲେ ୨ ହଜାର, ବିକିଲେ ୧୦ ହଜାର ଟଙ୍କା ଫାଇନ ଦାବି ସହ ସ୍ଲୋଗାନ ଦେଇ ଆଜି ଗର୍ଜିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଘୋଘର ଗାଁର ମହିଳା ମାନେ।
ମଦ ବିରୋଧରେ ନୂଆ ବର୍ଷରେ ନୂଆ ନିଷ୍ପତ୍ତି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗାଁରେ ମଦବିକ୍ରୀ ଯୋଗୁ ଛୋଟ ପିଲା ନିଶାଗ୍ରସ୍ତ ହୋଇ ବୁଲୁଛନ୍ତି। ତେଣୁ ଗାଁର ମହିଳା ମାନେ ଉତ୍ତ୍ୟକ୍ତ ହେବା ସହ ଆଜି ନାରା ଦେଇ ଗର୍ଜିଛନ୍ତି।....
୩ ମାସ ତଳେ ବିରବିରା ଗାଁରେ ମଦ ଦାଉରୁ ରକ୍ଷା ପାଇଁ ମହିଳା ମାନେ ରାତିରେ ଲାଠି ଧରି ମଦବେପାରୀଙ୍କ ଉପରେ ଚଢ଼ାଉ କରିଥିଲେ। ମଦ ଜବତ ସହ ପୋଲିସ ହାତକୁ ଦେଇଥିଲେ ବେପାରୀଙ୍କୁ। କିଛିଦିନ ବିକ୍ରି ବନ୍ଦ ପରେ ଏବେ ପୁଣି ଚାଲିଥିବାରୁ ମଦ ମାଫିଆଙ୍କ ଆଗରେ ପ୍ରଶାସନ ହାର ମାନିଥିବା କହିଛନ୍ତି ସଚେତନ ମହିଳାମାନେ। ଶେଷରେ ଏକଜୁଟ୍ ହୋଇ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି।....
ମଦ ବିରୋଧରେ ପ୍ରଶାସନକୁ ମହିଳାଙ୍କ ଚେତାବନୀ
ଗର୍ଜିଲେ ସୁନ୍ଦରଗଡ଼ ଜିଲ୍ଲା ଘୋଘର ଗାଁର ମହିଳା
ମଦ ପିଇଲେ ୨ ହଜାର, ବିକିଲେ ୧୦ ହଜାର ଫାଇନ ଦାବି
ମଦ ବିରୋଧୀ ଅଭିଯାନରେ ଏକଜୁଟ୍ ହେଲେ ଗାଁ ମହିଳା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/02/women_protest-2026-01-02-10-59-40.jpg)