Advertisment

କେ. ରମେଶ ହାଜତ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ

ପୁରୀ: କେ. ରମେଶ ହାଜତ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ। ଭାଇରାଲ ମୋବାଇଲ ଭିଡିଓରୁ ମୃତକଙ୍କ ପରିବାର ସହ ଡିଲ୍ ହେଉଥିବା ଶୁଣାଯାଉଛି। ନିଜକୁ ହୋମଗାର୍ଡର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କହି ଜଣେ ଡିଲ୍ କରୁଥିବା ଦେଖାଯାଉଛି। ଏହି ଭିଡିଓରେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସ୍କିମ୍‌ରେ ଜାଗା ସହ ଆର୍ଥିକ ସହାୟତା ଦେବାକୁ ବି ସବୁ ଚେଷ୍ଟା କରାଯିବ ବୋଲି ପୋଲିସ୍ ବାବୁ ଜଣଙ୍କୁ କହୁଥିବା ଦେଖିବାକୁ ମିଳିଛି। ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳର କେହି ଜଣେ […]

କେ. ରମେଶ ହାଜତ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ

custodial

Advertisment

ପୁରୀ: କେ. ରମେଶ ହାଜତ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ। ଭାଇରାଲ ମୋବାଇଲ ଭିଡିଓରୁ ମୃତକଙ୍କ ପରିବାର ସହ ଡିଲ୍ ହେଉଥିବା ଶୁଣାଯାଉଛି। ନିଜକୁ ହୋମଗାର୍ଡର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କହି ଜଣେ ଡିଲ୍ କରୁଥିବା ଦେଖାଯାଉଛି।

Advertisment

publive-imageଏହି ଭିଡିଓରେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସ୍କିମ୍‌ରେ ଜାଗା ସହ ଆର୍ଥିକ ସହାୟତା ଦେବାକୁ ବି ସବୁ ଚେଷ୍ଟା କରାଯିବ ବୋଲି ପୋଲିସ୍ ବାବୁ ଜଣଙ୍କୁ କହୁଥିବା ଦେଖିବାକୁ ମିଳିଛି। ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳର କେହି ଜଣେ ମଧ୍ୟସ୍ତି ମଧ୍ୟ ମୂଲଚାଲ କରୁଥିବା ଦେଖାଉଛି ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

publive-imageତେବେ ପୋଲିସ୍ ବାବୁ ଜଣଙ୍କ ରାତି ଅଧିଆ କାହିଁକି ମୃତକଙ୍କ ପରିବାରକୁ ଭେଟିଲେ ଏବଂ କାହା ନିର୍ଦ୍ଦେଶରେ ଏଭଳି ଡିଲ୍ ପାଇଁ ଉଦ୍ୟମ କଲେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏନେଇ ପୋଲିସ୍‌ର କିମ୍ବା କେ. ରମେଶଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

ତିନିଦିନ ପରେ ବି ଥମୁନି ପୁରୀ ହାଜତ ମୃତ୍ୟୁର ତାତି। ବିଧାନସଭା ହୁଲସ୍ତୁଲ। ରାଜରାସ୍ତାରେ ଜାରି ରହିଛି ଅଶାନ୍ତିର ନିଆଁ ପୁରୀରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ବିଜେପିର ହଲ୍ଲାବୋଲ୍। ଶୋଭାଯାତ୍ରା, ବିକ୍ଷୋଭ, କୁଶପୁତ୍ତଳିକା ଦାହ।

ସମ୍ବିତ ପ୍ରଥମେ ମୃତ କେ.ରମେଶଙ୍କ ଘରେ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ କହିଥିଲେ, ଏହା ହାଜତ ମୃତ୍ୟୁ ନୁହେଁ, ହାଜତ ହତ୍ୟା। ଦୋଷୀଙ୍କ ବିରୋଧରେ ୩୦୨ ଦଫାରେ ମାମଲା ରୁଜୁ ହେଉ। ପରିବାରକୁ ରାଜ୍ୟ ସରକାର ୧ କୋଟି ଟଙ୍କା  କ୍ଷତିପୂରଣ ଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ