Odisha
ଭୁବନେଶ୍ଵର: ୧୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ । ଅଫିସ କାର୍ଯ୍ୟ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କାଲିଠୁ ଆରମ୍ଭ ହେବାକୁ ଯାଉଛି ଲକଡାଉନ୍ ୨.୦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ ଅବଧିକୁ ଜୁନ ୧ ଯାଏ ବୃଦ୍ଧି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁସାରେ ୧୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ । ପୋଲିସ, ହୋମଗାର୍ଡ, ଅଗ୍ନିଶମ, ଜେଲ୍, ଓ ପୌର କର୍ମଚାରୀଙ୍କ ସମେତ ଅତ୍ୟାବଶ୍ୟକ ସେବାରେ ଜଡିତ କର୍ମଚାରୀଙ୍କ ପାଇଁ କୌଣସି କଟକଣା ନାହିଁ ।
ରାଜ୍ୟରେ ଆଉ ୨ ସପ୍ତାହ ଯାଏ ଲକ୍ଡାଉନ୍ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ୧୯ ତାରିଖ ଯାଏ ଲକ୍ଡାଉନ୍ ଥିଲା। ଏବେ ଲକ୍ଡାଉନ୍ ଅବଧିକୁ ଜୁନ୍ ୧ ଯାଏ ରାଜ୍ୟ ସରକାର ବଢ଼ାଇଛନ୍ତି। ଏନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି। ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟ ସକାଳ ୭ଟାରୁ ୧୧ଟା ଯାଏ ରହିଛି। ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ କମାଇ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/306478dc-6ebb-11ea-89df-41bea055720b_1621338546.jpg)