Advertisment

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା: ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିବେ ନବୀନ

ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ବିଜେଡି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ବି ରହିଛି। ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସହିତ ବରଗଡ଼ ଜିଲ୍ଲାର ବିଜେପୁରରୁ ବି ନିର୍ବାଚନ ଲଢ଼ିବେ। ଏହି ତାଲିକାରେ ଅଭିନେତା ତଥା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ନାହିଁ। ତାଙ୍କ ବଦଳରେ କଂଗ୍ରେସ […]

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା: ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିବେ ନବୀନ

naveen

Advertisment

ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ବିଜେଡି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ବି ରହିଛି।

Advertisment

ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସହିତ ବରଗଡ଼ ଜିଲ୍ଲାର ବିଜେପୁରରୁ ବି ନିର୍ବାଚନ ଲଢ଼ିବେ।

ଏହି ତାଲିକାରେ ଅଭିନେତା ତଥା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ନାହିଁ। ତାଙ୍କ ବଦଳରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଛି। ୨୧ଟି ଲୋକସଭା ଆସନରୁ ବିଜେଡି ଆଜି ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ମନ୍ତ୍ରୀ ରମେଶ ମାଝିଙ୍କୁ ନବରଙ୍ଗପୁର ଲୋକସଭା ଆସନ ପାଇଁ ଟିକେଟ୍ ଦିଆଯାଇଛି। କୋରାପୁଟରୁ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରାଯାଇଛି। କଳାହାଣ୍ଡି ଲୋକସଭା ଆସନରୁ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗିରରୁ କଳିକେଶ ନାରାୟଣ ସିଂଦେଓ, ବରଗଡ଼ରୁ  ପ୍ରସନ୍ନ ଆଚାର୍ଯ୍ୟ, ଆସିକାରୁ ପ୍ରମିଳା ବିଷୋୟୀ ଓ କନ୍ଧମାଳ ଲୋକସଭା ଆସନରୁ ଅଚ୍ୟୁତ ସାମନ୍ତ ପ୍ରାର୍ଥୀ ହୋଇଛନ୍ତି। ସୁନ୍ଦରଗଡ଼ ଲୋକସଭା ଆସନରୁ ସୁନୀତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରାଯାଇଛି।

Advertisment

୯ଟି ଆସନରୁ ୩ଟିରେ ମହିଳାଙ୍କୁ ଟିକେଟ୍ ଦିଆଯାଇଛି।

ସେହିପରି ବିଧାନସଭା ଆସନ ପାଇଁ ବି ନାଁ ଘୋଷଣା କରାଯାଇଛି। ୫୩ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।  ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ, ନର୍ଲାରୁ ଭୂପିନ୍ଦର ସିଂହ, ଖରିଆରୁ ଲମ୍ବୋଧର ନିହାଲ ଓ ଭବାନୀପାଟଣାରୁ ଦୁଷ୍ମନ୍ତ ନାଏକ ପ୍ରାର୍ଥୀ ହୋଇଛନ୍ତି।

ଗୁଣପୁରରୁ ରଘୁନାଥ ଗମାଙ୍ଗ, ରାୟଗଡ଼ାରୁ ଲାଲବିହାରୀ ହିମିରିକା, କୋରାପୁଟରୁ ରଘୁରାମ ପଡାଲ, ଲକ୍ଷ୍ମୀପୁରରୁ ପ୍ରଭୁ ଜାନୀ, ଜୟପୁରରୁ ରବି ନାରାୟଣ ନନ୍ଦ, ଉମରକୋଟରୁ ସୁବାସ ଗଣ୍ଡ, ଡାବୁଗାଁରୁ ମନୋହର ରନ୍ଧାରୀ, କୋଟପାଡ଼ରୁ ପଦ୍ମିନୀ ଦିଆନ, ଚିତ୍ରକୋଣ୍ଡାରୁ ପୂର୍ଣ୍ଣଚନ୍ଦ୍ର ବାକା, ଧର୍ମଗଡ଼ରୁ ମହୋଷଧୀ ବାଗ, ବ୍ରହ୍ମପୁରରୁ ବିକ୍ରମ ପଣ୍ଡା, ଗୋପାଳପୁରରୁ ପ୍ରଦୀପ ପାଣିଗ୍ରାହୀ,  ଦିଗପହଣ୍ଡିର ସୂର୍ଯ୍ୟ ନାରାୟଣ ପାତ୍ର, ଚିକିଟିରୁ ଉଷା ଦେବୀ, ଛତ୍ରପୁରରୁ ସୁବାସ ବେହେରା, ପାରଳାଖେମୁଣ୍ଡିରୁ କଲ୍ୟାଣୀ ଗଜପତି, ମୋହନାରୁ ପୂର୍ଣ୍ଣବାସୀ ନାୟକ, ଆସିକାର ମଂଜୁଳା ସ୍ୱାଇଁ, ସୋରଡ଼ାରୁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ସାନଖେମୁଣ୍ଡିରୁ ନନ୍ଦିନୀ ଦେବୀ ପ୍ରାର୍ଥୀ ହୋଇଛନ୍ତି।

Advertisment

ସେହିପରି ପୋଲସରା ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଖଲିକୋଟରୁ କେ.କେ.ସୂର୍ଯ୍ୟମଣି ବହିଦାର, ଜି.ଉଦୟଗିରିରୁ ସାଲୁଗା ପ୍ରଧାନ,  ବୌଦ୍ଧରୁ ପ୍ରଦୀପ ଅମାତ, କଣ୍ଟାମାଳରୁ ମହୀଧର ରଣା, ଭଂଜନଗରରୁ ବିକ୍ରମ ଆରୁଖ, ଦଶପଲ୍ଲାରୁ ରମେଶ ବେହେରା, ଟିଟିଲାଗଡ଼ରୁ ଟୁକୁନି ସାହୁ,ପାଟଣାଗଡ଼ରୁ ସରୋଜ ମେହେର,ସୋନପୁରରୁ ନିରଞ୍ଜନ ପୂଜାରୀ, କଣ୍ଟାବାଂଜିରୁ ଅଜୟ ଦାସ, ବୀରମହାରାଜପୁରରୁ ପ୍ରଦ୍ମନାଭ ବେହେରା, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରୁ ସୁଶାନ୍ତ ସିଂହ, ପଦମପୁରରୁ ବିଜୟ ରଂଜନ ସିଂହବରିହା ଓ ଝାରସୁଗୁଡ଼ାରୁ ନବ ଦାସଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ କରିଛି।

ସୁନ୍ଦରଗଡ଼ ବିଧାନସଭା ଆସନରୁ ଯୋଗେଶ କୁମାର ସିଂହଙ୍କୁ ବିଜେଡି ଟିକେଟ୍ ଦେଇଥିବା ବେଳେ ରାଜଗାଙ୍ଗପୁରରୁ ମଙ୍ଗଳା କିଷାନ, ତଳସରାରୁ ଷ୍ଟିଫେନ୍  ସୋରେନ୍‌, ରାଉରକେଲାରୁ ସାରଦା ପ୍ରସାଦ ନାୟକ, ରଘୁନାଥପଲ୍ଲୀରୁ ସୁବ୍ରତ ତରାଇ ଓ ବଣାଇରୁ  ରଞ୍ଜିତ୍ କିଷାନଙ୍କୁ ପ୍ରାର୍ଥୀ କରାଯାଇଛି।

ଆଜି ମୁଖ୍ୟମନ୍ତ୍ରୀ ୫୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୯ଟି ଆସନକୁ ଝୁଲାଇ ରଖିଛନ୍ତି। ଏହି ଆସନ ଗୁଡ଼ିକ ପାଇଁ କାହାରି ନାଁ ଘୋଷଣା କରିନାହାନ୍ତି। ଏହି ଆସନ ଗୁଡ଼ିକ ହେଲା- ଲାଞ୍ଜିଗଡ଼, ଝରିଗାଁ, ମାଲକାନଗିରି, ପଟାଙ୍ଗୀ, ବ୍ରଜରାଜନଗର, ବୀରମିତ୍ରପୁର, ଲୋଇସିଂହା, ବଲାଙ୍ଗିର ଓ ଫୁଲବାଣୀ। ସେଥିରୁ କିଛି ଆସନରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ନବୀନ ନାମ ଘୋଷଣା କରିନାହାନ୍ତି।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍‌ ୧୧ ତାରିଖରେ ୪ଟି ଲୋକସଭା ଆସନ-କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ପାଇଁ ମତଦାନ ହେବ। ଏହା ସହିତ ଏହି ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ନିର୍ବାଚନ ହେବ।

style="color: #ff0000;">ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

କୋରାପୁଟ ଲୋକସଭା ପ୍ରାର୍ଥୀ-  କୌଶଲ୍ୟା ହିକ୍‌କା

ବିଧାନସଭା ପ୍ରାର୍ଥୀ

ବିଷମ କଟକ- ଜଗନ୍ନାଥ ସାରକା

ଗୁଣୁପୁର- ରଘୁନାଥ ଗମାଙ୍ଗ

ରାୟଗଡ଼ା- ଲାଲ ବିହାରୀ ହିମିରିକା

କୋରାପୁଟ- ରଘୁରାମ ପଡ଼ାଲ

ଲକ୍ଷ୍ମୀପୁର- ପ୍ରଭୁ ଜାନୀ

ଜୟପୁର- ରବି ନାରାୟଣ ନନ୍ଦ

ନବରଙ୍ଗପୁର ଲୋକସଭା ପ୍ରାର୍ଥୀ- ରମେଶ ଚନ୍ଦ୍ର ମାଝି

ବିଧାନସଭା ପ୍ରାର୍ଥୀ

ନବରଙ୍ଗପୁର- ସର୍ବେଶ୍ୱର ପ୍ରଧାନୀ

ଉମରକୋଟ- ସୁବାସ ଗଣ୍ଡ

ଡାବୁଗାଁ- ମନୋହର ରନ୍ଧାରୀ

କୋଟପାଡ଼- ପଦ୍ମିନୀ ଦିଆନ

ଚିତ୍ରକୋଣ୍ଡା- ପୂର୍ଣ୍ଣଚନ୍ଦ୍ର ବାକା

ବରଗଡ଼ ଲୋକସଭା ପ୍ରାର୍ଥୀ- ପ୍ରସନ୍ନ ଆଚାର୍ଯ୍ୟ

ବିଧାନସଭା ପ୍ରାର୍ଥୀ

ବରଗଡ଼- ଦେବେଶ ଆଚାର୍ଯ୍ୟ

ଅତାବିରା- ସ୍ନେହାଙ୍ଗିନୀ ଛୁରିଆ

ଭଟ୍‌ଲି- ସୁଶାନ୍ତ ସିଂହ

ପଦମପୁର- ବିଜୟ ରଞ୍ଜନ ସିଂହ ବରିହା

ବିଜେପୁର- ନବୀନ ପଟ୍ଟନାୟକ

ଝାରସୁଗୁଡ଼ା- ନବ କିଶୋର ଦାସ

କଳାହାଣ୍ଡି ଲୋକସଭା ପ୍ରାର୍ଥୀ- ପୁଷ୍ପେନ୍ଦ୍ର ସିଂହଦେଓ

ବିଧାନସଭା ପ୍ରାର୍ଥୀ

ଭବାନୀପାଟଣା- ଦୁଷ୍ମନ୍ତ ନାୟକ

ନର୍ଲା- ଭୁପିନ୍ଦର ସିଂହ

ଜୁନାଗଡ଼- ଦିବ୍ୟଶଙ୍କର ମିଶ୍ର

ଧର୍ମଗଡ଼- ମହୌଷଧୀ ବାଗ୍‌

ନୂଆପଡ଼ା- ରାଜେନ୍ଦ୍ର ଢୋଲକିଆ

ଖରିଆର- ଲମ୍ବୋଦର ନିଆଲ

ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ- ଚନ୍ଦ୍ରଶେଖର ସାହୁ

ବିଧାନସଭା ପ୍ରାର୍ଥୀ

ବ୍ରହ୍ମପୁର- ବିକ୍ରମ କୁମାର ପଣ୍ଡା

ଗୋପାଳପୁର- ପ୍ରଦୀପ କୁମାର ପାଣିଗ୍ରାହୀ

ଦିଗପହଣ୍ଡି- ସୂର୍ଯ୍ୟନାରାୟଣ ପାତ୍ର

ଚିକିଟି- ଉଷା ଦେବୀ

ଛତ୍ରପୁର- ସୁବାସ ଚନ୍ଦ୍ର ବେହେରା

ପାରଳାଖେମୁଣ୍ଡି- କଲ୍ୟାଣୀ ଗଜପତି

ମୋହନା- ପୂର୍ଣ୍ଣବାସୀ ନାୟକ

ଆସିକା ଲୋକସଭା ପ୍ରାର୍ଥୀ- ପ୍ରମିଳା ବିଶୋଇ

ବିଧାନସଭା ପ୍ରାର୍ଥୀ

ଆସିକା- ମଞ୍ଜୁଳା ସ୍ୱାଇଁ

ସୋରଡ଼ା- ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

ସାନଖେମୁଣ୍ଡି- ନନ୍ଦିନୀ ଦେବୀ

ହିଞ୍ଜିଳି- ନବୀନ ପଟ୍ଟନାୟକ

ପୋଲସରା- ଶ୍ରୀକାନ୍ତ ସାହୁ

କବିସୂର୍ଯ୍ୟନଗର- ଲତିକା ପ୍ରଧାନ

ଖଲ୍ଲିକୋଟ- କେ.କେ. ସୂର୍ଯ୍ୟମଣୀ ବୈଦ୍ୟ

କନ୍ଧମାଳ ଲୋକସଭା ପ୍ରାର୍ଥୀ- ଅଚ୍ୟୁତ ସାମନ୍ତ

ବିଧାନସଭା ପ୍ରାର୍ଥୀ

ବାଲିଗୁଡା- ଚକ୍ରଧର କହଁର

ଜି.ଉଦୟଗିରି- ସାଲୁଗା ପ୍ରଧାନ

ବୌଦ୍ଧ- ପ୍ରଦୀପ ଅମାତ

କଣ୍ଟାମାଳ- ମହିଧର ରଣା

ଭଞ୍ଜନଗର- ବିକ୍ରମ କେଶରୀ ଆରୁଖ

ଦଶପଲ୍ଲା- ରମେଶ ବେହେରା

ବଲାଙ୍ଗୀର ଲୋକସଭା ପ୍ରାର୍ଥୀ- କଳିକେଶ ନାରାୟଣ ସିଂହଦେଓ

ବିଧାନସଭା ପ୍ରାର୍ଥୀ

ଟିଟଲାଗଡ଼- ଟୁକୁନି ସାହୁ

ପାଟଣାଗଡ଼- ସରୋଜ ମେହେର

ସୋନପୁର- ନିରଞ୍ଜନ ପୂଜାରୀ

କଣ୍ଟାବାଞ୍ଜି- ଅଜୟ ଦାସ

ବୀରମହାରାଜପୁର- ପଦ୍ମନାଭ ବେହେରା

ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ- ସୁନୀତା ବିଶ୍ୱାଳ

ବିଧାନସଭା ପ୍ରାର୍ଥୀ

ସୁନ୍ଦରଗଡ଼- ଯୋଗେଶ କୁମାର ସିଂହ

ରାଜଗାଙ୍ଗପୁର- ମଙ୍ଗଳା କିଷାନ

ତଳସରା- ଷ୍ଟିଫେନ୍ ସୋରେନ୍‌

ରାଉରକେଲା- ସାରଦା ପ୍ରସାଦ ନାୟକ

ରଘୁନାଥପାଲି- ସୁବ୍ରତ ତରାଇ

ବଣାଇ- ରଞ୍ଜିତ କିଷାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ