Advertisment

ବ୍ୟୁରୋକ୍ରାଟ୍‌ଙ୍କ ହାତରେ ସଖୀକଣ୍ଢେଇ ଭଳି ନାଚୁଛନ୍ତି ନବୀନ

ଭୁବନେଶ୍ୱର: ବ୍ୟୁରୋକ୍ରାଟ୍‌ଙ୍କ ହାତରେ ସଖୀକଣ୍ଢେଇ ଭଳି ନାଚୁଛନ୍ତି। ଏକଥା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ। ପରୀ ହତ୍ୟା ମାମଲାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜାଣିଶୁଣି ଚୁପ୍ ରହୁଛନ୍ତି, ମୁହଁ ଖୋଲୁ ନାହାନ୍ତି। ବ୍ୟୁରୋକ୍ରାଟ୍‌ଙ୍କ ହାତରେ ସଖୀକଣ୍ଢେଇ ଭଳି ନାଚୁଛନ୍ତି, ପରୀ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ ଅବା ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି। ସେହିପରି ଆଜି ପ୍ରେସମିଟ୍‌ରେ ରାଜ୍ୟ ସରକାର ଓ ମନ୍ତ୍ରୀଙ୍କ ବିରୋଧରେ […]

ଅଦ୍ୟତନ ହୋଇଛି
ବ୍ୟୁରୋକ୍ରାଟ୍‌ଙ୍କ ହାତରେ ସଖୀକଣ୍ଢେଇ ଭଳି ନାଚୁଛନ୍ତି ନବୀନ

navven--main

Advertisment

ଭୁବନେଶ୍ୱର: ବ୍ୟୁରୋକ୍ରାଟ୍‌ଙ୍କ ହାତରେ ସଖୀକଣ୍ଢେଇ ଭଳି ନାଚୁଛନ୍ତି। ଏକଥା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ। ପରୀ ହତ୍ୟା ମାମଲାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜାଣିଶୁଣି ଚୁପ୍ ରହୁଛନ୍ତି, ମୁହଁ ଖୋଲୁ ନାହାନ୍ତି। ବ୍ୟୁରୋକ୍ରାଟ୍‌ଙ୍କ ହାତରେ ସଖୀକଣ୍ଢେଇ ଭଳି ନାଚୁଛନ୍ତି, ପରୀ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ ଅବା ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି।

Advertisment

class="size-full wp-image-229371 aligncenter" src="https://khabar.odishatv.in/wp-content/uploads/2020/12/pari-trick.jpg" alt="" width="750" height="430" />ସେହିପରି ଆଜି ପ୍ରେସମିଟ୍‌ରେ ରାଜ୍ୟ ସରକାର ଓ ମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ପରୀକୁ କେବଳ ହତ୍ୟା କରାଯାଇ ନାହିଁ, ତାର ଅଙ୍ଗ ତସ୍କରୀ ହୋଇଛି। ଆଉ ଏଥିରେ ଏକ ବଡ଼ ଅଙ୍ଗ ତସ୍କରୀ ରାକେଟ୍‌ ରହିଛି। ଘଟଣା ପଛରେ ବାବୁଲି ନାଏକର ସଂପୃକ୍ତି ରହିଛି। ଏନେଇ ପରୀର ପରିବାର ବାରମ୍ବାର ଏସ୍ପିଙ୍କୁ ଜଣାଇଛନ୍ତି। ତେବେ କାହା ଚାପରେ ନୟାଗଡ଼ ପୋଲିସ ବାବୁଲି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ତେଣୁ ରାଜ୍ୟ ସରକାର ଗଠନ କରିଥିବା ଏସ୍ଆଇଟି ତଦନ୍ତରେ ସତ ସାମ୍ନାକୁ ଆସିବନି। ତୁରନ୍ତ ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ସହ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ସେପଟେ ବିଜେପିର ଅଭିଯୋଗ ନେଇ ବିଜେପି କିମ୍ବା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ