NANDU-DRAMA Photograph: (OTV)
ବାଜା ଗଜା ଧରି ପହଞ୍ଚିଥିଲେ । ହେଲେ ଗେଟ୍ ଆଗରେ ପଡିଥିଲା ବଡ଼ ତାଲା । ଶେଷରେ ହଟହଟା ହେଲେ ନାଣ୍ଡୁ ବାବୁ । ଆଜି ଅପରାହ୍ନ ପ୍ରାୟ ସାଢେ ୧୨ଟା । କଂଗ୍ରେସ ଭବନ ପାଖରେ ଜମିଥିଲା ଭିଡ଼ । ଲାଇନ ହୋଇ ରହିଥିଲା ପୋଷ୍ଟର ଓ କଂଗ୍ରେସ ପତାକା ଲାଗିଥିବା ଗାଡି । ଗାଡି ଗୁଡିକରେ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁବାବୁ ଓରଫ ଅନନ୍ତ ନାରାୟଣ ଧଳଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା ।ଏହାପରେ ବାଜା ରୋଷଣୀ କରି ବିରାଟ ପଟୁଆରରେ ମାଷ୍ଟର କ୍ୟାଣ୍ଟିନ ଛକରୁ କଂଗ୍ରେସ ଭବନକୁ ଆସିଥିଲେ ନାଣ୍ଡୁବାବୁ । ସାଥିରେ ଥିଲେ ଶତାଧକ ସମର୍ଥକ ଓ ବାଉନ୍ସର । ହେଲେ ସେ ପହଞ୍ଚିବା ବେଳକୁ କଂଗ୍ରେସ ଭବନ ଗେଟରେ ପଡ଼ିଥିଲା ତାଲା ।
ଆଉ ଏହାପରେ ଆରମ୍ଭ ହୋଇଥିଲା ହାଇଡ୍ରାମା । ନାଣ୍ଡୁବାବୁ ଓ ତାଙ୍କ ସମର୍ଥକ ପାଟିତୁଣ୍ଡ କରିବା ସହ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ବିରୋଧରେ ବର୍ଷିଥିଲେ । ସ୍ଥିତି ବିଗିଡିବା ଆଗରୁ କଂଗ୍ରେସ ଭବନ ଆଗରେ ଥିବା ପୋଲିସ ସେମାନଙ୍କୁ ଘଉଡାଇ ଦେଇଥିଲେ । ତେବେ ଫେରିବା ବେଳେ ନାଣ୍ଡୁବାବୁ କିନ୍ତୁ ପିସିସି ସଭାପତିଙ୍କୁ ଖୋଲା ଚାଲେଞ୍ଜ କରି କଟୁମନ୍ତବ୍ୟ ଦେଇଥିଲେ । ପରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସର ରାଜ୍ୟ ନେତୃତ୍ବଙ୍କ ଉପରେ ବର୍ଷିଥିଲେ ।
କଂଗ୍ରେସ ଭବନ ଆଗରେ ହାଇଡ୍ରାମା ଚାଲିଥିବା ବେଳେ ଦଳର କୌଣସି ବଡ ନେତାଙ୍କୁ ଦେଖିବାକୁ ମିଳି ନ ଥିଲା । ନାଣ୍ଡୁ ବାବୁଙ୍କ ମେଣ୍ଟର କିଏ ? କିଏ ତାଙ୍କୁ ଭକ୍ତଙ୍କ ବିରୁଦ୍ଧରେ ବିଷେଦଗାର୍ କରିବାକୁ ସାହସ ଦେଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ ଦାୟିତ୍ୱରେ ଥିବା ମିଡ଼ିଆ ସଂଯୋଜକ କହିଛନ୍ତି ମିଶ୍ରଣ ନେଇ ପିସିସି ସଭାପତିଙ୍କ ପକ୍ଷରୁ ମନା କରାଯାଇଛି। ତେଣୁ ଆମେ ଗେଟରେ ତାଲା ପକାଇ ଦେଇଛୁ। ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ବ୍ୟସ୍ତ ଥିବା ଭକ୍ତ ଦାସ କହିଛନ୍ତି, ନାଣ୍ଡୁ ଜଣେ କ୍ରିମିନାଲ। ଯଦିଓ ତାଙ୍କ ପାଇଁ ଜଣେ ଆମ ଦଳର ବିଧାୟକ କହିଥିଲେ ମୁଁ ତାକୁ ଅନୁଧ୍ୟାନ କରୁଛି। କିନ୍ତୁ ହଠାତ୍ କାହିଁକି ଆସି ଏମିତି କଲେ ତାହା ମୁଁ ଜାଣିନି। ଗାନ୍ଧିବାଦୀ ଦଳରେ ଏମିତି ଚାହିଁଲେ ଦଳରେ ମିଶନ୍ତିନି ।
ରାଜ୍ୟ କଂଗ୍ରେସ ମୁଖ୍ୟାଳୟ ଆଗରେ ଏଭଳି ନାଟକ ପରେ ଦଳରେ ପୁଣି ଥରେ ଗୋଷ୍ଠୀ ବିବାଦ ଆରମ୍ଭ ହୋଇଥିବା ଅନୁମାନ କରିଛନ୍ତି ରାଜନୈତିକ ସମୀକ୍ଷକ । ସେମାନଙ୍କ ମତରେ, କଂଗ୍ରେସ ଧୀରେ ଧୀରେ ଆଗକୁ ବଢ଼ୁଥିବା ବେଳେ ପୁଣି ଥରେ ଏହାର ପୁରୁଣା ରୋଗ କବଳିତ ହେଲା ପରି ଲାଗୁଛି । ପିସିସି ସଭାପତିଙ୍କ ବିରୁଦ୍ଧରେ ଏହା ନିଜ ଦଳର କିଛି ନେତାଙ୍କ ଷଡ଼ଯନ୍ତ୍ର ହୋଇଥାଇପାରେ।
ନାଣ୍ଡୁ ବାବୁଙ୍କ ଏଭଳି ନାଟକ ପଛରେ ସ୍କ୍ରିପ୍ଟ କାହାର ? କିଏ ସେ ଷଡ଼ଯନ୍ତ୍ରକାରୀ ? କୁହାଯାଉଛି ଜିଲ୍ଲା ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବା କିଛି ନେତାଙ୍କ ଏହା ହେଉଛି ଚାଲ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/15/nandu-drama-2025-10-15-20-44-11.jpg)