2
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି, କୋରାପୁଟ ଓ ଜୟପୁରରେ ନିର୍ବାଚନୀ ପ୍ରଚାର କରିବେ। ସ୍ୱତନ୍ତ୍ର ବସ୍ରେ ନବୀନ ରୋଡ୍ ଶୋ’ କରିବା ସହ ସାଧାରଣ ସଭାରେ ଯୋଗଦେବେ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଥମେ ମୁଖ୍ୟମନ୍ତ୍ରୀ ଜୟପୁରରେ ପହଞ୍ଚିବା ପରେ ମାଲକାନଗିରି ଯାତ୍ରା କରିବେ। ମାଲକାନଗିରିର କାଲିମେଳା ଓ ମାଥିଲିରେ ସଭା କରିବେ।
ଏହାପରେ ନବୀନ ପଟାଙ୍ଗୀ ଓ ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରେ ଭୋଟରଙ୍କୁ ସମ୍ବୋଧନ କରିବେ। ଅପରାହ୍ଣ ୩ଟାରେ ସେ କୋରାପୁଟର ଡୁମୁରୀପୁଟରେ ସାଧାରଣ ସଭା କରିବେ। ଏହାପରେ ଜୟପୁରରେ ମଧ୍ୟ ଏକ ସମାବେଶ ଅଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/2-4_1626341174.jpg)