Land Dispute Photograph: (OTV)
ବାଜି ରାଉତ ଛାତ୍ରାବାସ ଜମିକୁ ନେଇ ବିବାଦ। ଜମି ହଡପ ଉଦ୍ୟମ ସହ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଝିଅ କୃଷ୍ଣା ମହାନ୍ତି। ନିଜ ପୁଅ ଅମ୍ଳାନ ମହାନ୍ତି ଓ ବୋହୂ ରୁଚି ପଟ୍ଟନାୟକଙ୍କ ନାମରେ ଏଭଳି ଅଭିଯୋଗ କରିଛନ୍ତି। ସେପଟେ ଜାଲ ୱିଲ୍ କରି ମାଳତୀ ଦେବୀଙ୍କ ଜମିକୁ ହଡ଼ପ ହୋଇଥିବା ନେଇ ପାଲଟା ଅଭିଯୋଗ କରିଛନ୍ତି ନାତି ଅମ୍ଲାନ ମହାନ୍ତି।
୧୯୯୬ ମସିହାରେ ମାଳତୀ ଦେବୀ ଏକ ୱିଲ ମାଧ୍ୟମରେ ନିଜ ଖରିଦ୍ ଜମିରୁ ୨.୨୩ ଏକର ବାଜି ରାଉତ ଛାତ୍ରାବାସକୁ ଦାନ କରିଥିଲେ। ସେତେବେଳେ ଛାତ୍ରାବାସ ନାଁରେ ଏହି ଜମି ରେକର୍ଡ ହୋଇପାରିନଥିଲା। ଏବେ ବାଜି ରାଉତ ଛାତ୍ରାବାସ ନାଁରେ ଏହି ଜମିର ପଟ୍ଟା ହେବାପରେ ଅମ୍ଲାନ ଓ ରୁଚି କୃଷ୍ଣା ମହାନ୍ତିଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ କୃଷ୍ଣା ମହାନ୍ତି ଏବେ ନିଜ ଘର ଛାଡ଼ି ଛାତ୍ରାବାସ ଭିତରେ ଥିବା ନବ-ମାଳତୀ କୁଟୀରରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି।
ୱିଲକୁ ଚାଲେଞ୍ଜ କରି ସ୍ୱାଧୀନତା ସଂଗ୍ରାମୀଙ୍କ ନାତି କୋର୍ଟରେ
ଏପଟେ ଦାନ ହୋଇଥିବା ଜମିକୁ ନିଜ ନାମରେ କରିବାକୁ କୋର୍ଟର ଆଶ୍ରୟ ନେଇଛନ୍ତି ଅମ୍ଲାନ। ଅମ୍ଳାନ ଅଭିଯୋଗ କରି କହିଛନ୍ତି ଯେ ୧୯୯୬ ମସିହାରେ ତାଙ୍କ ଆଈ ମାଳତୀ ଦେବୀଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ସେତେବେଳକୁ ସେ ଡିମ୍ନେସିଆରେ ପୀଡ଼ିତ ଥିଲେ। ଏହାର ସୁଯୋଗ ନେଇ କିଛି ବ୍ୟକ୍ତି ଜବରଦସ୍ତ କରାଇ ଏ ୱିଲ୍ କରାଇଛନ୍ତି, ଯାହାକି ସଂପୂର୍ଣ୍ଣ ଭୁଲ। ଏହି ୨.୨୩ ଏକର ଜମି ଛାତ୍ରାବାସର ନୁହେଁ। ଏହି ଜମି ଅଜା ଆଈଙ୍କର ହୋଇଥିବାରୁ ଏହି ଜାଗା ଉପରେ ତାଙ୍କର ମଧ୍ୟ ଅଧିକାର ଅଛି। ସେ ପୂର୍ବରୁ ଛାତ୍ରାବାସ କମିଟିର ସଦସ୍ୟ ହିସାବରେ ଛାତ୍ରାବାସ କଥା ବି ବୁଝୁଥିଲେ ବୋଲି କହିଛନ୍ତି ।
ଅନ୍ୟାୟକୁ ବିରୋଧ କରିବାରୁ ସାଇଡ କରି ଦିଆଯାଇଛି ବୋଲି ଅମ୍ଲାନ କହିଛନ୍ତି। ମାଆକୁ ମାଡ ମାରିବା କଥାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି।... ଏସବୁ ଭିତରେ ବାଜି ରାଉତ ଛାତ୍ରାବାସ ଟ୍ରଷ୍ଟର ଅନୁରୋଧକ୍ରମେ ପୁଲିସ ଉପସ୍ଥିତିରେ ମାଳତୀ ଦେବୀ ଛାତ୍ରାବାସକୁ ଦାନ କରିଥିବା ଜାଗା ଚିହ୍ନଟ କରିଛନ୍ତି ଅନୁଗୁଳ ତହସିଲଦାର । ଏହାପରେ ଛାତ୍ରାବାସ ପକ୍ଷରୁ ଉକ୍ତ ସ୍ଥାନରେ ପାଚେରୀ ନିର୍ମାଣ ଆରମ୍ଭ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/10/land-dispute-2026-01-10-15-28-09.jpg)