Advertisment

Buffalo Disease Odisha: ଭୟାବହ ମଇଁଷି ମଡକ, ୧୫ ଦିନରେ ୨୦ରୁ ଅଧିକ ମୃତ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ସୁନ୍ଦରପୁର ପଞ୍ଚାୟତ ଦୋହରା ପାଟଣା ଓ ଖଟୁଆ ପାଟଣା ଗାଁରେ ଗତ ୧୫ ଦିନରେ ମଲେଣି ୨୦ରୁ ଅଧିକ ମଇଁଷି। ଏମିତି ମଇଁଷି ମଡକ ଫଳରେ ଗୋପାଳଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

Buffalo Disease Odisha

ଭୟାବହ ମଇଁଷି ମଡକ Photograph: (OTV)

Advertisment

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ସୁନ୍ଦରପୁର ପଞ୍ଚାୟତ ଦୋହରା ପାଟଣା ଓ ଖଟୁଆ ପାଟଣା ଗାଁରେ ଗତ ୧୫ ଦିନରେ ମଲେଣି ୨୦ରୁ ଅଧିକ ମଇଁଷି। ଏମିତି ମଇଁଷି ମଡକ ଫଳରେ ଗୋପାଳଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯିବା ସହ ମଇଁଷି ହରାଇଥିବା ଚାଷୀମାନେ ଏବେ ଦୁଃଖରେ ଦିନ କାଟୁଛନ୍ତି। 

Advertisment

ଏହି ସମସ୍ୟା ବାବଦରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମଇଁଷିକୁ ନେଇ ଜୀବିକା ନିର୍ବାହ କରୁଥିବା ଚାଷୀମାନଙ୍କ ପାଇଁ ଏହି ମଡକ ଭୟାବହ ଆଘାତ ସୃଷ୍ଟି କରିଛି। 

ଚାନ୍ଦବାଲି ପଶୁ ଚିକିତ୍ସା ଅଧିକାରୀଙ୍କ ସୂଚନା ଅନୁଯାୟୀ, ମଇଁଷିଙ୍କ କଲିଜାରେ କୃମି ସହିତ ମୁହଁ ଫୁଲିଯାଉଛି। ଏବେ ସେମାନଙ୍କୁ ଚିକିତ୍ସା କରାଯାଉଛି। ଧୀରେ ଧୀରେ ସୁସ୍ଥ ହେବ ବୋଲି ଆଶା କରାଯାଉଛି। 

Advertisment

ଅନ୍ୟପକ୍ଷରେ ମଇଁଷି ପାଳକ ଏବେ ଦୁଃଖରେ ଭାଙ୍ଗି ପଡ଼ିବା ସହ ପରିବାର ପ୍ରତିପୋଷଣ କରିବା ନେଇ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି। ଚିକିତ୍ସା ସୁବିଧା ଦେବା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ସରକାରୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Farmer Death Of Buffaloes Mass Animal Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ