Jagannath Idol Seen Floating Photograph: (OTV)
ମହାପ୍ରଭୁଙ୍କୁ ମହୋଦଧିରେ ଭସେଇଦେଲେ । ସମୁଦ୍ର ଭିତରେ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର। ଏ ଭିଡିଓ ଦେଖିବାକୁ ଅତି କଷ୍ଟଦାୟକ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ମହାପ୍ରଭୁଙ୍କ ଏକ ବିଗ୍ରହ ସମୁଦ୍ରରେ ଭାସୁଥିବା ବେଳେ କିଛି ଯୁବକ ଉଦ୍ଧାର କରିଛନ୍ତି। ବିଗ୍ରହକୁ କୂଳକୁ ଆଣିଛନ୍ତି।
କିନ୍ତୁ ଏଠି ପ୍ରଶ୍ନ ଉଠୁଛି କି କିଏ ଶ୍ରୀବିଗ୍ରହଙ୍କୁ ଏମିତି ସମୁଦ୍ରରେ ବିସର୍ଜନ କଲା? ଦାରୁ ବ୍ରହ୍ମଙ୍କୁ ପାଣିରେ କାହିଁକି ଛାଡ଼ିଲା? ଯଦି, ସମୁଦ୍ରରୁ ଉଦ୍ଧାର ହେଲା ତେବେ ତାଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ଭାବେ କାହିଁକି ନିଆଗଲାନି। ଉଦ୍ଧାର କରୁଥିବା ଯୁବକ ବି ବେଶ୍ ବେଖାତିର ଭାବେ ବିଗ୍ରହକୁ ଟାଣି ନେଉଛନ୍ତି। ଭାଇରାଲ୍ ହେଉଥିବା ଭିଡିଓ ପୁରୀ ସମୁଦ୍ରକୂଳରେ ହୋଇଥିବା ଅନୁମାନ କରାଯାଉଛି।
• ମହାପ୍ରଭୁଙ୍କୁ ମହୋଦଧିରେ ଭସେଇ ଦେଲେ
• ସମୁଦ୍ର ଭିତରେ ଜଗନ୍ନାଥଙ୍କ ବିଗ୍ରହ
• କେହି ଭସାଇ ଦେଇଥିବା ଅନୁମାନ
• ଯୁବକ ମାନେ ଦୟନୀୟ ଅବସ୍ଥାରେ ବିଗ୍ରହକୁ ଆଣିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/25/jagannath-idol-seen-floating-2025-12-25-13-32-08.jpg)