Advertisment

ଓଟିଭି ସାମ୍ବାଦିକଙ୍କୁ ହକି ବିଶ୍ୱକପ୍ କଭରେଜ୍‌ରୁ ବଞ୍ଚିତ କରିବାକୁ ଚକ୍ରାନ୍ତ

ଭୁବନେଶ୍ୱର : ପ୍ରଥମେ ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର, ଅାଉ ଏବେ ହକି ବିଶ୍ୱକପ୍ କଭରେଜ୍‌ରୁ ବଞ୍ଚିତ କରିବାକୁ ପଦକ୍ଷେପ। କିଛି ଦିନ ତଳେ ରାଜ୍ୟ କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୋଇଥିବା ଓଟିଭିର ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଡି. ନିରଞ୍ଜନ ରେଡ୍ଡୀଙ୍କୁ ବିଶ୍ୱ କପ୍ ହକି କଭରେଜ୍‌ର ମିଡିଅା ଅାକ୍ରିଡିଟେସନ୍‌ରୁ ବଞ୍ଚିତ କରାଯାଇଛି। ନିଜର ଖରାପ ବ୍ୟବହାର ପାଇଁ ଓଟିଭିର ଏହି ବରିଷ୍ଠ ରିପୋର୍ଟରଙ୍କୁ କ୍ଷମା ମାଗିବା ପରିବର୍ତ୍ତେ ସଂପୃକ୍ତ ପ୍ରଶାସକ […]

ଓଟିଭି ସାମ୍ବାଦିକଙ୍କୁ ହକି ବିଶ୍ୱକପ୍ କଭରେଜ୍‌ରୁ ବଞ୍ଚିତ କରିବାକୁ ଚକ୍ରାନ୍ତ

hockey

Advertisment

ଭୁବନେଶ୍ୱର : ପ୍ରଥମେ ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର, ଅାଉ ଏବେ ହକି ବିଶ୍ୱକପ୍ କଭରେଜ୍‌ରୁ ବଞ୍ଚିତ କରିବାକୁ ପଦକ୍ଷେପ। କିଛି ଦିନ ତଳେ ରାଜ୍ୟ କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୋଇଥିବା ଓଟିଭିର ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଡି. ନିରଞ୍ଜନ ରେଡ୍ଡୀଙ୍କୁ ବିଶ୍ୱ କପ୍ ହକି କଭରେଜ୍‌ର ମିଡିଅା ଅାକ୍ରିଡିଟେସନ୍‌ରୁ ବଞ୍ଚିତ କରାଯାଇଛି।

Advertisment

publive-imageନିଜର ଖରାପ ବ୍ୟବହାର ପାଇଁ ଓଟିଭିର ଏହି ବରିଷ୍ଠ ରିପୋର୍ଟରଙ୍କୁ କ୍ଷମା ମାଗିବା ପରିବର୍ତ୍ତେ ସଂପୃକ୍ତ ପ୍ରଶାସକ ଓ ବିଶ୍ୱକପ୍ ଅାୟୋଜକ ଓଲଟା ଏଭଳି ନିମ୍ନସ୍ତରକୁ ଖସିବାକୁ ପଛେଇ ନାହାଁନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା- ଯେଉଁଠି ଟେଲିଭିଜନ୍ ରେଟିଂ ଦୃଷ୍ଟିରୁ ଢେର୍ ପଛରେ ଥିବା ନ୍ୟୁଜ୍ ଚ୍ୟାନେଲ୍‌ଗୁଡ଼ିକୁ ବିଶ୍ୱକପ୍ କଭରେଜ୍ ପାଇଁ ଅନୁମତି ମିଳିଛି, ସେଠାରେ ସବୁଠୁ ବଡ଼ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଓଟିଭିକୁ ପ୍ରତିନିଧିତ୍ୱ କରୁଥିବା ନିରଞ୍ଜନ ରେଡ୍ଡିଙ୍କୁ ସେଥିରୁ ବାରଣ କରାଯାଇଛି।

publive-imageଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ଅନ୍ୟ ସମସ୍ତ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍‌ଗୁଡ଼ିକର ମିଳିତ ଭାବେ ଟେଲିଭିଜନ୍ ରେଟିଂ ଯାହା, ଏକାକୀ ଓଟିଭିର ରେଟିଂ ତାଠାରୁ ଅଧିକ ତେଣୁ ଓଟିଭିର ବରିଷ୍ଠ ରିପୋର୍ଟର ନିରଞ୍ଜନ ରେଡ୍ଡିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ବୈମାତୃକ ବ୍ୟବହାର କେବଳ ଯେ ଗ୍ରହଣଯୋଗ୍ୟ ନୁହେଁ, ବେଅାଇନ୍ ମଧ୍ୟ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ