Advertisment

Outrage Over Advocate Pitabas Panda’s Murder: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ନେଇ ହଇଚଇ, କ୍ରାଇମ୍ ସ୍ପଷ୍ଟରୁ CCTV ଉଭାନକୁ ନେଇ ପ୍ରଶ୍ନ

ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ହଲଚଲ୍। କିଏ ଓ କାହିଁକି ତାଙ୍କୁ ଅତି ନିକଟରୁ ଯୋଜନାବଦ୍ଧ ଭାବେ ମଝି ରାତିରେ ଗୁଳି କରିଦେଲା ? କିଏ ସେହି ୨ ଦୁର୍ବୃତ୍ତ ? କାହିଁକି ଏଯାଏଁ ଦୁର୍ବୃତ୍ତଙ୍କୁ ଧରିପାରୁନି ପୋଲିସ ?

PITABAS-MURDER

PITABAS-MURDER Photograph: (OTV)

Advertisment

ହତ୍ୟାକାଣ୍ଡକୁ ୨୪ ଘଣ୍ଟା ପୂରିବାକୁ ଥିଲେ ବି ଘୁରି ବୁଲୁଥିବା ପ୍ରଶ୍ନ ସବୁର ଉତ୍ତର ମିଳୁନି। ଯାହାକୁ ନେଇ ବଢ଼ିଛି ନାନା ରହସ୍ୟ। ଅପରପକ୍ଷରେ ବାର୍ କାଉନସିଲ୍ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଆସନ୍ତାକାଲି ରାଜ୍ୟବ୍ୟାପି କଲମ ଛାଡ଼ ଆନ୍ଦୋଳନ ଡାକରା ଦେଇଛି। ତେବେ ରାଜ୍ୟ ସରକାର ଦୋଷୀକୁ ତୁରନ୍ତ ଧରି ଆଖିଦୃଶିଆ ଆକ୍ସନ ନେବୁ ବୋଲି କହିଛନ୍ତି।...

Advertisment

ହସ ହସ ଚେହେରା...ସ୍ପଷ୍ଟବାଦୀ...ଯାହା କହୁଥିଲେ ରୋକଠୋକ୍...କେବେ ଓକିଲ ତ କେବେ ରାଜନେତା। ଲଢ଼େଇ କରୁଥିଲେ ଅନ୍ୟାୟ ବିରୋଧରେ...ନ୍ୟାୟ ପାଇଁ ଜାରି ରଖିଥିଲେ ଅଭିଯାନ...ହେଲେ ଦୁର୍ବୃତ୍ତଙ୍କ ଗୁଳିରେ କିନ୍ତୁ ନୀରବି ଗଲେ ସବୁଦିନ ପାଇଁ। ପତ୍ନୀ ମଥାରୁ ଲିଭିଯାଇଛି ସିନ୍ଦୂର, କାନ୍ଦୁଛନ୍ତି ଆତ୍ମୀୟ ସ୍ବଜନ, ଝୁରୁଛନ୍ତି ବନ୍ଧୁ ବାନ୍ଧବ।

ଗତକାଲି ଯିଏ ଦିନତମାମ ଚଳଚଞ୍ଚଳ ଥିଲେ, ଆଜି ଚାରି କାନ୍ଧରେ ବୁହା ହୋଇ ଶ୍ମଶାନକୁ ଚାଲିଗଲେ। ପଞ୍ଚଭୂତରେ ବିଲୀନ ହୋଇଗଲା ତାଙ୍କ ରକ୍ତ ମାଂସର ମରଶରୀର...ହେଲେ କାହିଁକି ହଠାତ୍ ଘଟିଗଲା ଏତେବଡ଼ ଅଘଟଣ ? କିଏ ସେହି ୨ ଦୁର୍ବୃତ୍ତ, ଯେଉଁମାନେ ସାମ୍ନା ସାମ୍ନି ଗୁଳି କରି ଖସି ପଳାଇଲେ ? ଲୁହ ଆଉ କୋହ ଭିତରେ ବତୁରି ଯାଉଛି ପ୍ରଶ୍ନ ସବୁ। ସମସ୍ତେ ଏବେ ନିର୍ବାକ୍।

Advertisment

ପୀତବାସ ପଣ୍ଡା। ବ୍ରହ୍ମପୁର ସହ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଜଣାଶୁଣା ଆଇନଜୀବୀ ତଥା ବିଜେପି ନେତା। କାଲି ଘରୁ ରାତି ୮ଟାରୁ ୮ଟା ୧୫ ଭିତରେ ବଡ଼ବଜାର ଥାନାକୁ ଯାଇଥିଲେ। କିନ୍ତୁ ଥାନାରୁ ଫେରିଆସି SNT ରୋଡ଼ ପାର୍କ ସାହି ନିକଟ ନିଜ ଚାମ୍ବରରେ ରହିଥିଲେ ପ୍ରାୟ ସାଢ଼େ ୯ଟା ଯାଏଁ। ସେଠାରୁ ପୁଣି ବାହାରି ବୈକୁଣ୍ଠନଗର ସ୍ଥିତ ଘରକୁ ଏକୁଟିଆ ଫେରୁଥିଲେ ଏହି ସ୍କୁଟରରେ।

ହେଲେ ୨ଶହ ମିଟର ଦୂର ବୈକୁଣ୍ଠନଗରର ଏଣ୍ଟ୍ରି ପଏଣ୍ଟରେ ସତେଯେମିତି ଛକିଥିଲା ମରଣ। ଯେଉଁଠି ୨ ହେଲମେଟ ପିନ୍ଧା ଅଜଣା ଦୁର୍ବୃତ୍ତ ବାଇକରେ ଆସି ଅତି ନିକଟରୁ ପୀତବାସଙ୍କୁ ଆଖିବୁଜା ଗୁଳି କରି ଖସିଗଲେ। ଆଉ ସ୍କୁଟର ଛାଡ଼ି ଗୁଳିବୀଦ୍ଧ ଅବସ୍ଥାରେ ପୀତବାସ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଯିବାକୁ ଚେଷ୍ଟା କରୁଥିଲେ। ମାତ୍ର କିଛି ଦୂର ପରେ ତଳେ ପଡ଼ିଗଲେ ଚେତାଶୂନ୍ୟ ହୋଇ।

Advertisment

କିଛି ବ୍ୟକ୍ତି ତାଙ୍କୁ ସ୍କୁଟରରେ ବସାଇ MKCG ମେଡ଼ିକାଲକୁ ନେଇଥିଲେ ସତ, ହେଲେ ମୃତ ଘୋଷଣା କଲେ ଡାକ୍ତର। ଏହି ଘଟଣା ପରେ କ୍ରାଇମସ୍ପଟରେ ପହଞ୍ଚିଥିଲେ ଗଞ୍ଜାମ ଏସପି।
ପାରିପାର୍ଶ୍ବକ ସ୍ଥିତିରୁ ପେସାଦାର ଅପରାଧୀଙ୍କ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ କିଏ ସେହି ୨ ଅଜଣା ଆତତାୟୀ ? କାହିଁକି କଲେ ହତ୍ୟା ? ମିଳୁନି ଉତ୍ତର। କୁହାଯାଉଛି, ଗୋପାଳପୁର ଗଣ ଦୁଷ୍କର୍ମ ସହ ଏକାଧିକ ହାଇପ୍ରୋଫାଇଲ୍ ମାମଲା ଲଢ଼ୁଥିଲେ ଓକିଲ ସାଜି। ବିଭିନ୍ନ ଉପାୟରେ ଅନେକ ଦୁର୍ନୀତିକୁ ସାମ୍ନାକୁ ଆଣୁଥିଲେ।

ଏଥିପାଇଁ ତାଙ୍କୁ କିଏ ଯୋଜନା ପାଞ୍ଚି ରାସ୍ତାରୁ ହଟାଇ ଦେଲା କି ? ନା କୌଣସି ରାଜନୈତିକ ଶତ୍ରୁତାରୁ ହତ୍ୟା ? ମଝି ରାସ୍ତାରେ ମଣିଷ ମାରିବାକୁ କେମିତି ସାହସ ଜୁଟାଇଲେ ଅପରାଧୀ ? ଘଟଣାକୁ ୨୪ ଘଣ୍ଟା ହେବାକୁ ବସିଥିଲେ ବି କାହିଁକି ଅପରାଧୀଙ୍କୁ ଠାବ କରିପାରୁନି ପୋଲିସ ? କ୍ରାଇମସ୍ପଟରେ ନଥିଲା କି ସିସିଟିଭି ? ସେପଟେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିବା ବାର୍ କାଉନସିଲ୍ ଅଫ ଇଣ୍ଡିଆ ଏବଂ ରାଜ୍ୟ ବାର୍ କାଉନସିଲ୍ ଦୋଷୀଙ୍କୁ ତୁରନ୍ତ ଧରି କଠୋର ଦଣ୍ଡ ଦାବି କରିଛି।

ଖଣିମନ୍ତ୍ରୀ କହିଛନ୍ତି, ଆଖିଦୃଶିଆ ଦଣ୍ଡ ସହ ବ୍ରହ୍ମପୁରର ଅପରାଧିକ ସିଣ୍ଡିକେଟକୁ ନିର୍ମୂଳ କରାଯିବ।
ମୃତ ପୀତବାସଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି, ଖୁବଶୀଘ୍ର ଦୋଷୀଙ୍କୁ ଧରିବା ସହ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବ। ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ ଆଦୌ ବରଦାସ୍ତ କରାଯିବନି।...

Murder Berhampur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ