Municipal Election Photograph: (OTV)
ଆସନ୍ତା ଜୁନ୍ ମାସ ସୁଦ୍ଧା ରାଜ୍ୟରେ ପୌର ନିର୍ବାଚନ। ନୂତନ ଘୋଷିତ ପୌରାଞ୍ଚଳରେ ଏହି ନିର୍ବାଚନ କରାଯିବ। ନିୟମାନୁସାରେ, ପୌରାଞ୍ଚଳ ଘୋଷଣା ହେବାର ୬ ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା।
ଗତ ଡିସେମ୍ବର ମାସରେ ରାଜ୍ୟ ସରକାର ୨୪ଟି ନୂଆ ଏନ୍ଏସି ଓ ପୌରପାଳିକା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେଣୁ ଆସନ୍ତା ଜୁନ୍ ଶେଷ ସୁଦ୍ଧା ସେ ସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ।
ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିସନର ଚିଠି ଲେଖି ଅବଗତ କରିଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢ଼ୀ।
ଜୁନ୍ ସୁଦ୍ଧା ନୂଆ ପୌରାଞ୍ଚଳରେ ନିର୍ବାଚନ
ଆସନ୍ତା ଜୁନ୍ ଶେଷ ସୁଦ୍ଧା ରାଜ୍ୟରେ NAC ଓ ପୌର ନିର୍ବାଚନ
ନୂତନ ଘୋଷିତ ପୌରାଞ୍ଚଳରେ ନିର୍ବାଚନ କରାଯିବ
ଜୁନ୍ ଶେଷ ସୁଦ୍ଧା ସବୁ ସ୍ଥାନରେ ହେବ ନିର୍ବାଚନ
ନିର୍ବାଚନ ସହ ଫଳାଫଳ ପ୍ରକାଶ ପାଇବ
ସରକାରଙ୍କୁ ରାଜ୍ୟ ନିର୍ବାଚନ କମିସନର ଚିଠି ଲେଖି କଲେ ଅବଗତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/21/municipal-election-2026-01-21-11-33-46.jpg)