Advertisment

ମଧ୍ୟସ୍ଥ କେନ୍ଦ୍ରକୁ ଆସିଲେନି ବର୍ଷା, ଅସନ୍ତୋଷ ବ୍ୟକ୍ତ କଲେ ଅନୁଭବ

କଟକ : ଆସିଲେନି ବର୍ଷା, ଅନୁଭବ ନିରାଶ । ପୁଣି ତେଜିଲା ବର୍ଷା-ଅନୁଭବ ପାରିବାରିକ ବିବାଦ । ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ଷ୍ଟାର ଦମ୍ପତି ବର୍ଷା-ଅନୁଭବ କଳିର କୌଣସି ସମାଧାନ ହୋଇପାରୁନି ।  ମଧ୍ୟସ୍ଥ କେନ୍ଦ୍ରକୁ ଆସିଲେନି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି…

ଅଦ୍ୟତନ ହୋଇଛି
ମଧ୍ୟସ୍ଥ କେନ୍ଦ୍ରକୁ ଆସିଲେନି ବର୍ଷା, ଅସନ୍ତୋଷ ବ୍ୟକ୍ତ କଲେ ଅନୁଭବ

barsh-anubhab

Advertisment

କଟକ : ଆସିଲେନି ବର୍ଷା, ଅନୁଭବ ନିରାଶ । ପୁଣି ତେଜିଲା ବର୍ଷା-ଅନୁଭବ ପାରିବାରିକ ବିବାଦ । ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ଷ୍ଟାର ଦମ୍ପତି ବର୍ଷା-ଅନୁଭବ କଳିର କୌଣସି ସମାଧାନ ହୋଇପାରୁନି ।  ମଧ୍ୟସ୍ଥ କେନ୍ଦ୍ରକୁ ଆସିଲେନି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି । ଅସନ୍ତୋଷ ବ୍ୟକ୍ତ କଲେ ସାଂସଦ ଅନୁଭବ ମହାନ୍ତି । ପତ୍ନୀ ବର୍ଷାଙ୍କ ବିରୋଧରେ ସିଧାସଳଖ ଅଭିଯୋଗ କରି ଅନୁଭବ କହିଛନ୍ତି, ଜାଣିଶୁଣି କୋର୍ଟକୁ ଆସୁନାହାନ୍ତି ବର୍ଷା । ମାମଲା ସରୁ ବୋଲି ସେ ଚାହୁ ନାହାନ୍ତି ଏହାକୁ ଜାଣିଶୁଣି ଲମ୍ବା ଟାଣିବାକୁ ଚେଷ୍ଟା କରୁଛନ୍ତି ।

Advertisment

ଅନୁଭବଙ୍କ କହିବା ଅନୁସାରେ ସେ କାଲି ଆସିଥିଲେ, କିନ୍ତୁ କାଲି ବି ଆସିନଥିଲେ ବର୍ଷା । ଆଜି ବି ସଠିକ୍ ସମୟରେ ସେ ଉପସ୍ଥିତ ଥିବାବେଳେ ବର୍ଷାଙ୍କର ଦେଖା ନାହିଁ । ଆଜି କଟକର କୋର୍ଟକୁ ଆସିଥିବା ବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି । କଟାକ୍ଷ କରି ଅନୁଭବ କହିଛନ୍ତି, ସୋସିଆଲ ମିଡିଆରେ ମନ୍ତବ୍ୟ ଦେବାକୁ ସମୟ ଅଛି, ହେଲେ କୋର୍ଟକୁ ଆସିବାକୁ ସମୟ ମିଳୁନି । କୋର୍ଟଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ମଧ୍ୟସ୍ଥ କୋର୍ଟକୁ ଆସୁନାହାନ୍ତି ବର୍ଷା  । ଏପରିକି ବର୍ଷା ଖୋଦ୍ ଦାଖଲ କରିଥିବା ଦୁଇଟି ଆବେଦନର ଶୁଣାଣି ତାରିଖରେ ମଧ୍ୟ ବର୍ଷା ଉପସ୍ଥିତ ନ ଥିଲେ । ଏନେଇ କୋର୍ଟଙ୍କ  ବାରମ୍ବାର ନୋଟିସ୍ କରିବା ସତ୍ତ୍ୱେ ଏହାକୁ ବେଖାତିର କରୁଛନ୍ତି ବର୍ଷା । ଅନୁଭବଙ୍କ ଏହି ସବୁ ଅଭିଯୋଗ ନେଇ ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରିନି ।

ସୂଚନାଯୋଗ୍ୟ ପାରିବାରିକ ବିବାଦ ମାମଲାକୁ ନେଇ ଗତ ଏପ୍ରିଲ ୫ ତାରିଖରେ କଟକ ଫ୍ୟାମିଲି କୋର୍ଟରେ ଉଭୟ ବର୍ଷା ଓ ଅନୁଭବ ହାଜର ହୋଇଥିଲେ । ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ହେବାପରେ ଉଭୟଙ୍କୁ ଫ୍ୟାମିଲି କୋର୍ଟ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ ବଦଳରେ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।  ପାରିବାରିକ କଳିକୁ ନେଇ ଦୀର୍ଘ ଦିନ ଧରି ବିବାଦରେ ଥିବା ଏହି ସେଲିବ୍ରିଟି ଦମ୍ପତି ବିଭିନ୍ନ ସମୟରେ ଗଣମାଧ୍ୟମରେ ନିଜ ଦାମ୍ପତ୍ୟ ଜୀବନର ତିକ୍ତତାକୁ ପରିପ୍ରକାଶ କରୁଛନ୍ତି ।

Advertisment
Barsa Anubhav Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ