Advertisment

ଅଭିଜିତ୍ ଅାୟରଙ୍କୁ ଅାଶ୍ୱସ୍ତି

ଭୁବନେଶ୍ୱର : ବିଧାୟକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଅାୟର ମିତ୍ରଙ୍କୁ କ୍ଷମା ଦେଲା ବିଧାନସଭା। ଗୃହ କମିଟି ପ୍ରସ୍ତାବ ଅାଧାରରେ ଅାୟରଙ୍କୁ କ୍ଷମା କରିଦିଅାଯାଇଥିବା ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର। ଗତକାଲି ବିଧାନସଭାରେ ଗୃହ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଏଥିରେ ଅଭିଜିତ୍‌ଙ୍କୁ କ୍ଷମା ଦେବାକୁ ଗୃହ କମିଟି ପ୍ରସ୍ତାବ ଦେଇଥିଲା ବୋଲି କହିଛନ୍ତି ନରସିଂହ ମିଶ୍ର। ଅଭିଜିତ ଅାୟର ବର୍ତ୍ତମାନ ଝାରପଡ଼ା ଜେଲରେ ଅଛନ୍ତି। ପୂର୍ବରୁ ତଳ କୋର୍ଟରେ ଅଭିଜିତଙ୍କ […]

ଅଭିଜିତ୍ ଅାୟରଙ୍କୁ ଅାଶ୍ୱସ୍ତି

abhijiti-up

Advertisment

ଭୁବନେଶ୍ୱର : ବିଧାୟକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଅାୟର ମିତ୍ରଙ୍କୁ କ୍ଷମା ଦେଲା ବିଧାନସଭା। ଗୃହ କମିଟି ପ୍ରସ୍ତାବ ଅାଧାରରେ ଅାୟରଙ୍କୁ କ୍ଷମା କରିଦିଅାଯାଇଥିବା ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର।

Advertisment

ଗତକାଲି ବିଧାନସଭାରେ ଗୃହ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଏଥିରେ ଅଭିଜିତ୍‌ଙ୍କୁ କ୍ଷମା ଦେବାକୁ ଗୃହ କମିଟି ପ୍ରସ୍ତାବ ଦେଇଥିଲା ବୋଲି କହିଛନ୍ତି ନରସିଂହ ମିଶ୍ର। ଅଭିଜିତ ଅାୟର ବର୍ତ୍ତମାନ ଝାରପଡ଼ା ଜେଲରେ ଅଛନ୍ତି। ପୂର୍ବରୁ ତଳ କୋର୍ଟରେ ଅଭିଜିତଙ୍କ ଜାମିନ୍ ଖାରଜ ହୋଇଥିବାବେଳେ ସେ ଜାମିନ ପାଇଁ ହାଇକୋର୍ଟ ଯାଇଥିବା ଜଣାପଡିଛି।

ଗତ ମାସ ୨୩ ତାରିଖରେ ଗୃହ କମିଟି ଅାଗରେ ହାଜର ହୋଇ ନିଜର ବୟାନ ରଖିବା ସହ କ୍ଷମା ମାଗିଥିଲେ ଅାୟର। ପୁନର୍ବାର ସତ୍ୟପାଠ ମାଧ୍ୟମରେ କ୍ଷମା ମାଗିବା ସହ ବିଧାୟକଙ୍କ ପ୍ରତି ଏଭଳି ଅାକ୍ଷେପମୂଳକ ମନ୍ତବ୍ୟ ତାଙ୍କର ମୁର୍ଖତା ଥିଲା ବୋଲି କହିଥିଲେ ଅାୟର।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ