Advertisment

Tears of a Mother: ପୁଅ ପାଇଁ ବନ୍ଧା ପଡ଼ିଲା ରାସନ କାର୍ଡ, ଗୋଟିଏ ମାଆର ଦୁଃଖର କାହାଣୀ

ଖବର ପାଇବା ପରେ ନିଜେ କଲେକ୍ଟର ଆସି ପିଲାଟିକୁ ଦେଖା କରିଯିବା ସହ ପୁଅର ଚିକିତ୍ସା ନେଇ ମା’ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ତା’ ସହ ରାସନ କାର୍ଡ କିପରି ତାଙ୍କ ନିକଟକୁ ଫେରିବ ସେ ବ୍ୟବସ୍ଥା କରିବାକୁ ବି କହିଛନ୍ତି ।

Subarnapur-Ration-Card-Bandhaka

Subarnapur-Ration-Card-Bandhaka Photograph: (OTV)

Advertisment

ଦୁଃଖିନୀ ମା’ର ଦୁଃଖ କଥା । ପୁଅ ପାଇଁ ଗାଁରେ ବନ୍ଧା ପକାଇଛି ରାସନ କାର୍ଡ । ଗରିବୀର ଏ ଭିନ୍ନ ଚେହେରାକୁ ଦେଖିଲେ ଆପଣ ଅନୁମାନ କରିପାରିବେ ମା’ର ମନ ତା’ ପୁଅ ପାଇଁ କେତେ ବ୍ୟସ୍ତ ହେଉଥିବ। ତା’ ପୁଅକୁ ସୁସ୍ଥ କରି କେମିତି ଘରକୁ ନେବାକୁ ଚିନ୍ତା କରୁଥିବ । ଗରିବୀ ସିନା ତାକୁ ହସ୍ପିଟାଲରେ ଉପହାସ କରିଛି । କିନ୍ତୁ ଏମାନଙ୍କ ପ୍ରତି ପ୍ରଶାସନ ବଢ଼ାଇଛି ସହାୟତାର ହାତ । ଏନେଇ ଖବର ପାଇବା ପରେ ନିଜେ କଲେକ୍ଟର ଆସି ପିଲାଟିକୁ ଦେଖା କରିଯିବା ସହ ପୁଅର ଚିକିତ୍ସା ନେଇ ମା’ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ତା’ ସହ ରାସନ କାର୍ଡ କିପରି ତାଙ୍କ ନିକଟକୁ ଫେରିବ ସେ ବ୍ୟବସ୍ଥା କରିବାକୁ ବି କହିଛନ୍ତି । 

Advertisment



ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଲାରଙ୍ଗା ଗାଁର କ୍ରୀଷ୍ନା ନାଏକ । ଇଚ୍ଛାପୁର ହାଇସ୍କୁଲରେ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି । ସ୍କୁଲରେ ଖେଳ ପ୍ରତିଯୋଗୀତାରେ ଭାଗ ନେଇ ଉଚ୍ଚ ଡିଆଁ ଖେଳିବା ସମୟରେ ହଠାତ୍ ପଡ଼ିଯିବାରୁ ତାଙ୍କ ହାତ ଭାଙ୍ଗିଯାଇଥିଲା । ପରେ ତତକ୍ଷଣାତ ଶିକ୍ଷକମାନେ କ୍ରୀଷ୍ନାଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ମା’ ଏନେଇ ଖବର ପାଇବା ପରେ ଗାଁର ଜଣେ ବ୍ୟକ୍ତିଙ୍କ ନିକଟରେ ରାସନ କାର୍ଡ ବନ୍ଧକ ରଖି ସାଢ଼େ ୪ ହଜାର ଟଙ୍କା ଆଣି ପୁଅର ଚିକିତ୍ସା କରାଉଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ