Advertisment

ରାଜ୍ୟରେ ଚିହ୍ନଟ ହେଲେ ୩୪୦୫ କରୋନା ଆକ୍ରାନ୍ତ, ୪୨ ମୃତ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୪୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୪୨; ଲୋକାଲ କେସ୍- ୧୪୬୩ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯…

ଅଦ୍ୟତନ ହୋଇଛି
ରାଜ୍ୟରେ ଚିହ୍ନଟ ହେଲେ ୩୪୦୫ କରୋନା ଆକ୍ରାନ୍ତ, ୪୨ ମୃତ

corona testing

Advertisment

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୪୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୪୨; ଲୋକାଲ କେସ୍- ୧୪୬୩ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯ ହଜାର ୫୨୬ ରେ ପହଞ୍ଚିଛି। ଆକ୍ଟିଭ କେସ- ୫୧୧୦୪ ରହିଥିବାବେଳେ ୮,୦୪,୯୮୧ ସୁସ୍ଥ ହେଲେଣି। ୨୪ ଘଣ୍ଟାରେ ୫୬ ହଜାର ୮୦୭ଟି ସାମ୍ପଲ ଟେଷ୍ଟ କରାଯାଇଛି। ପଜିଟିଭିଟି ରେଟ୍ ୬ ପ୍ରତିଶତ(୫.୯%) ତଳକୁ ଖସିଛି।

Advertisment

କେଉଁ ଜିଲ୍ଲାରୁ କେତେ:

ଅନୁଗୁଳ- ୧୮୩, ବାଲେଶ୍ୱର- ୨୯୬, ବରଗଡ଼- ୬୬, ଭଦ୍ରକ- ୧୭୯, ବଲାଙ୍ଗିର- ୧୮, ବୌଦ୍ଧ- ୫୯, କଟକ- ୨୩୦, ଦେବଗଡ଼- ୨୩, ଢେଙ୍କାନାଳ- ୫୪, ଗଜପତି- ୫୮, ଗଂଜାମ- ୩୬, ଜଗତସିଂହପୁର- ୧୨୯, ଯାଜପୁର- ୩୯୧, ଝାରସୁଗୁଡ଼ା- ୯, କଳାହାଣ୍ଡି- ୫୪, କନ୍ଧମାଳ- ୫୫, କେନ୍ଦ୍ରାପଡ଼ା- ୭୩, କେନ୍ଦୁଝର- ୮୯, ଖୋର୍ଦ୍ଧା-୫୦୦, କୋରାପୁଟ- ୬୩, ମାଲକାନଗିରି- ୭୨, ମୟୂରଭଂଜ- ୧୮୭, ନବରଙ୍ଗପୁର- ୮୩, ନୟାଗଡ଼- ୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ପୁରୀରୁ ୪ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି। ସେହିପରି ବରଗଡ଼, ଜଗତସିଂହପୁର, କଳାହାଣ୍ଡି ଓ ରାୟଗଡ଼ାରୁ ୩ ଲେଖାଏଁ, ଗଞ୍ଜାମ, କେନ୍ଦୁଝର, ମାଲକାନଗିରି ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ, ବାଲେଶ୍ୱର, ବଲାଙ୍ଗିର ଓ ଦେବଗଡ଼ରୁ ଜଣେ ଲେଖାଏଁ, କେନ୍ଦ୍ରାପଡ଼ା, ନୂଆପଡ଼ା ଓ ସମ୍ବଲପୁରରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୮୮କୁ ବୃଦ୍ଧି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ