Champua-MONKEY-ATTACK Photograph: (OTV)
ଗାଁରେ ମାତିଛି କାମୁଡ଼ା ମାଙ୍କଡ଼ । ଘରେ ପଶୁଛି କଲବଲ କରୁଛି । ଆତଙ୍କରେ ଦିନ କାଟୁଛନ୍ତି ଲୋକ । ରବିବାର ୫ ଜଣଙ୍କୁ ମାଙ୍କଡ଼ କାମୁଡ଼ି କ୍ଷତାକ୍ତ କରିଥିବାବେଳେ ଆଜି ସୋମବାରରେ ପୁଣି ଦୁଇ ଜଣଙ୍କୁ କାମୁଡ଼ି ଆହତ କଲାଣି । ଲଗାତାର ଦୁଇ ଦିନ ହେଲା ମାଙ୍କଡ ଆତଙ୍କ ଜାରି ରଖିଥିବାରୁ ଲୋକମାନେ ଭୟରେ ରହୁଛନ୍ତି । ଖାଲି ସେତିକି ନୁହେଁ, ହଠାତ୍ ମାଙ୍କଡ଼ଟି ଘରେ ପଶି ଯାହାକୁ ପାଉଛି ଆଉ କାମୁଡ଼ି ଦେଉଛି । ଫଳରେ ଗ୍ରାମବାସୀ ଘରୁ ବାହାରିବାକୁ ଭୟ କଲେଣି ।
କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଦେଖିବାକୁ ମିଳିଛି ମାଙ୍କଡ଼ଙ୍କ ଉପଦ୍ରବ । ମାଙ୍କଡ କାମୁଡ଼ାରେ ଏଯାଏଁ ମୋଟ୍ ୭ ଜଣ ଆହତ ହେଲେଣି । ଘରେ ପଶି ଗୋଡ଼ାଇ ଗୋଡ଼ାଇ କାମୁଡୁଛି ମାଙ୍କଡ । ସନ୍ଧ୍ୟା ସମୟରେ ଦଲକ ହାଟି୍ଙ୍ଗରେ ମାଙ୍କଡଟି ହଠାତ୍ ପାଞ୍ଚ ଜଣକୁ କାମୁଡ଼ି ଆହତ କରିଥିଲା । ପୁଣି ଆଜି ସକାଳୁ ସକାଳୁ ଆଉ ୨ ଜଣକୁ କାମୁଡ଼ି ଆହତ କରିସାରିଛି । ଫଳରେ ଗାଁରେ ଅସନ୍ତୋଷ ଦେଖାଦେଇଛି । ମାଙ୍କଡକୁ ଧରି ଜଙ୍ଗଲରେ ଛାଡିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ମାଙ୍କଡ଼ ପାଇଁ ଗାଁରେ ଅସନ୍ତୋଷ ବଢ଼ୁଛି । ଲୋକମାନେ ଭୟରେ ରହୁଛନ୍ତି । ତେବେ ପ୍ରଶାସନ ଓ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ମାଙ୍କଡ଼ଟିକୁ ଗାଁରୁ ନେଇ ଜଙ୍ଗଲରେ ଛାଡ଼ିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/20/champua-monkey-attack-2025-10-20-16-59-43.jpg)