Advertisment

ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଆଦିବାସୀ ଝିଅ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସର୍ବ ଭାରତୀୟ ସ୍ତରରେ ଚମକିଲେ ଆଦିବାସୀ ଝିଅ ସ୍ୱାଗତିକା କଅଁର। ଛତିଶଗଡ଼ ରାଜ୍ୟ ରାୟପୁରଠାରେ ଆୟୋଜିତ ‘ମିସ ତିଆରା କ୍ୱିନ ଭାରତ କଣ୍ଟେଷ୍ଟ’ରେ ଟାଇଟେଲ୍‌ ଜିତି ନିଜ ବଲାଙ୍ଗିର ପାଇଁ ଗୌରବ ଆଣିଛନ୍ତି। ୫୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ଚମକିଛନ୍ତି ସ୍ୱାଗତିକା। ବଲାଙ୍ଗିର ଜିଲ୍ଲା ପ୍ୟାଲେସ ଲାଇନ୍‌ ପଡ଼ାରେ ରହୁଥିବା ସରକାରୀ ଆଇଟିଆଇ କଲେଜର କର୍ମଚାରୀ ସୁଦର୍ଶନ କୁଅଁରଙ୍କ ଝିଅ ହେଉଛନ୍ତି ସ୍ୱାଗତିକା। ସେ ଏବେ ଧୂମାଭଟା ବୀଣାପାଣି ଡିଗ୍ରୀ କଲେଜରେ ରାଜନୀତି […]

ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଆଦିବାସୀ ଝିଅ

odia jhia

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସର୍ବ ଭାରତୀୟ ସ୍ତରରେ ଚମକିଲେ ଆଦିବାସୀ ଝିଅ ସ୍ୱାଗତିକା କଅଁର। ଛତିଶଗଡ଼ ରାଜ୍ୟ ରାୟପୁରଠାରେ ଆୟୋଜିତ ‘ମିସ ତିଆରା କ୍ୱିନ ଭାରତ କଣ୍ଟେଷ୍ଟ’ରେ ଟାଇଟେଲ୍‌ ଜିତି ନିଜ ବଲାଙ୍ଗିର ପାଇଁ ଗୌରବ ଆଣିଛନ୍ତି। ୫୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ଚମକିଛନ୍ତି ସ୍ୱାଗତିକା।

Advertisment

ବଲାଙ୍ଗିର ଜିଲ୍ଲା ପ୍ୟାଲେସ ଲାଇନ୍‌ ପଡ଼ାରେ ରହୁଥିବା ସରକାରୀ ଆଇଟିଆଇ କଲେଜର କର୍ମଚାରୀ ସୁଦର୍ଶନ କୁଅଁରଙ୍କ ଝିଅ ହେଉଛନ୍ତି ସ୍ୱାଗତିକା। ସେ ଏବେ ଧୂମାଭଟା ବୀଣାପାଣି ଡିଗ୍ରୀ କଲେଜରେ ରାଜନୀତି ବିଜ୍ଞାନ ଅନର୍ସରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ। ପାଠ ପଢ଼ା ସହିତ ମଡେଲିଂ ଓ ରଙ୍ଗୀନ ଦୁନିଆର ସ୍ୱପ୍ନ ଦେଖୁଥିବା ସ୍ୱାଗତିକା ବଲାଙ୍ଗିରରେ ହୋଇଥିବା ୱେଷ୍ଟର୍ଣ୍ଣ ଓଡ଼ିଶା ମିସ୍‌ ଡିଭା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ସେ ପ୍ରଥମ ତିନୋଟି ସ୍ଥାନ ହାସଲ କରି ସର୍ବ ଭାରତୀୟ ସ୍ତରର ‘ମିସ୍‌ ତିଆରା କ୍ୱିନ କଣ୍ଟେଷ୍ଟ୍’ରେ ଭାଗ ନେଇଥିଲେ।

ଗତ ୩୦ ତାରିଖରେ ରାୟପୁରଠାରେ ଆୟୋଜିତ ହୋଇଥିଲା ‘ମିସ୍‌ ତିଆରା କ୍ୱିନ ଭାରତ-୨୦୧୯ କଣ୍ଟେଷ୍ଟ’। ଏଥିରେ ସେ ୫୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି। ଆଜି ସେ ରାୟପୁରରୁ ବଲାଙ୍ଗିର ପ୍ୟାଲେସ ଲାଇନ୍‌ ସ୍ଥିତ ନିଜ ଘରକୁ ଆସିଛନ୍ତି। ସେଥିପାଇଁ ଜିଲ୍ଲା ଆଦିବାସୀ ସଂଘ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

Advertisment

ସ୍ୱାଗତିକା ଆଗାମୀ ଦିନରେ ଫିଲ୍ମ ଓ ମଡେଲିଂ ଲାଇନ୍‌ରେ କାମ କରିବେ ବୋଲି କହିଛନ୍ତି। ଆଗକୁ ଯିବା ପାଇଁ ଆଗାମୀ ଦିନରେ ସବୁ ପ୍ରକାର ସାହାଯ୍ୟ ସହଯୋଗ ଆଦିବାସୀ ସଂଘ ତରଫରୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଆଦିବାସୀ ସଂଘର ଉପଦେଷ୍ଟା ସତ୍ୟନାରାୟଣ ଭୋଇ କହିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ