odisha
ପୁରୀ: ପୁଲିସ୍ କ୍ୱାର୍ଟର୍ସରୁ ଚୋରି। ରାତି ଅଧରେ ଟଙ୍କା, ସୁନା ଗହଣା ଲୁଟି କଳାକନା ବୁଲାଇଲେ ଦୁର୍ବୃତ୍ତ।ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅନ୍ତର୍ଗତ କ୍ୱାକ୍ ରୋଡରେ ଥିବା ପୁଲିସ୍ କ୍ୱାର୍ଟର୍ସରୁ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି।
୩ରୁ ୪ ଜଣ ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ପୁଲିସ୍ କ୍ୱାର୍ଟର୍ସରେ ଥିବା କାକଟପୁର ଥାନା ଅଧିକାରୀ ସୁଜିତ ଦାସଙ୍କ ଘରେ ପଶିଥିଲେ। ଦୁର୍ବୃତ୍ତମାନେ ଘର ଭିତରକୁ ପ୍ରବେଶ କରି ଆଲ୍ମାରୀ ଭାଙ୍ଗି ସୁନା ଗହଣା ଓ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ସେହି ଘରେ ସୁଜିତ୍ ତାଙ୍କ ପରିବାର ସହ ରୁହନ୍ତି। କିନ୍ତୁ ଲକ୍ଡାଉନ୍ ଯୋଗୁ ସୁଜିତ୍ ଏବେ ତାଙ୍କ ପରିବାର ସହ କାକଟପୁରରେ ରହୁଛନ୍ତି।
ତେଣୁ ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଜଣାପଡ଼ିଛି। ଚୋରିକୁ ନେଇ କୁମ୍ଭାରପଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଡଗ୍ ସ୍କ୍ୱାଡ୍, ସାଇଣ୍ଟିଫିକ ସ୍କ୍ୱାଡ୍ ଦ୍ୱାରା ଘଟଣାର ତଦନ୍ତ କରାଯାଉଛି। ଏହାଛଡ଼ା ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ତଦନ୍ତ ପରିସରକୁ ନିଆଯିବ ବୋଲି କୁମ୍ଭାରପଡା ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error929_1626161522.jpg)