Advertisment

Minor Girl Raped: ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ! ଆଇସିୟୁରେ ଚିକିତ୍ସାଧୀନ ପୀଡିତା

ଅଶୋକ ନଗରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଛି। କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ପୀଡ଼ିତା ଚିକିତ୍ସାଧୀନ ଅଛନ୍ତି। ଡାକ୍ତରଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ ହୋଇଛି।

Rape

Rape Photograph: (OTV)

Advertisment

ରାଜଧାନୀଭୁବନେଶ୍ୱରରୁ ଆସିଲା ଚାଞ୍ଚଲ୍ୟକର ଘଟଣା। ନାବାଳିକାଙ୍କୁ ଦୁଷ୍କର୍ମ (Minor Girl Raped) ନେଇ ସାଂଘାତିକ ଅଭିଯୋଗ ଆସିଛି। କ୍ୟାପିଟାଲ୍ ଥାନା ଅଶୋକ ନଗରରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏବେ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ପୀଡ଼ିତା ଚିକିତ୍ସାଧୀନ ଅଛନ୍ତି। 
ନାବାଳିକା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ପୋଲିସ ସମ୍ପୃକ୍ତ ନାବାଳିକାଙ୍କୁ ଏ ସମ୍ପର୍କରେ ପଚାରିବାରୁ କୌଣସି ସଠିକ୍ ଉତ୍ତର ଦେଇ ପାରୁନାହାନ୍ତି। ସନ୍ଦେହରେ କ୍ୟାପିଟାଲ୍ ହସ୍ପିଟାଲ୍ ଫାଣ୍ଡି ପୋଲିସକୁ ଜଣାଇଥିଲେ ଡାକ୍ତର। ଡାକ୍ତରଙ୍କ ରିପୋର୍ଟ ଆଧାରରେ କ୍ୟାପିଟାଲ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। 

Advertisment
Minor Girl Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ