ମିଠା ତିଆରି ମେସିନରେ ଫସି କଟିଗଲା ନାବାଳକର ଆଙ୍ଗୁଳି Photograph: (OTV)
ମିଠା ତିଆରି ମେସିନରେ ନାବାଳକର ହାତ ପାପୁଲି ଫସିବା ଘଟଣା। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପରେ ଭୁବନେଶ୍ୱର ଏମସରେ ଭର୍ତ୍ତି। ଗୋଟିଏ ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଥିବା ବେଳେ ଅଉ ଦୁଇଟି ଆଙ୍ଗୁଠିକୁ ଯୋଡିବା ପାଇଁ ଚେଷ୍ଟା ଜାରୀ ରଖିଛନ୍ତି ଡାକ୍ତର। ଯଦି ସଠିକ ଭାବେ ଯୋଡି ହେବ ନାହିଁ ତାହେଲେ ସେହି ଦୁଇଟି ଅଙ୍ଗୁଠି ମଧ୍ୟ କଟା ଯିବାର ସମ୍ଭବନା ରହିଛି ବୋଲି ନାବାଳକଙ୍କ ବାପା ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ସାନଖେମୁଣ୍ଡି ପାଟପୁର ରେଡ୍ଡୀ ସାହିର ଏକ ମିଠା ଦୋକାନରେ ମିଠା ପ୍ରସ୍ତୁତ ମେସିନରେ ଜଣେ ନାବାଳକ ହାତ ଫସି ରହିଥିଲା। ସ୍ଥାନୀୟ ମେକାନିକ ହାତ ବାହର କରିବାକୁ ଚେଷ୍ଟା କରିବା ପରେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ସାବଧାନତା ସହ ନାବାଳକ ହାତ ବାହାର କରି ରକ୍ତାକ୍ତ ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଏବେ ନାବାଳକଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରା ଯାଇଛି।
- ମିଠା ତିଆରି ମେସିନରେ ଫସି କଟିଗଲା ଆଙ୍ଗୁଳି
- ବ୍ରହ୍ମପୁର ପରେ ଭୁବନେଶ୍ୱର ଏମସରେ ଭର୍ତ୍ତି
- ଗୋଟିଏ ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଛି
- ଅଉ ଦୁଇଟି ଆଙ୍ଗୁଠି ଯୋଡିବା ପାଇଁ ଚେଷ୍ଟା କରୁଛନ୍ତି ଡାକ୍ତର
- ଗତକାଲି ମିଠା ପ୍ରସ୍ତୁତ ମେସିନରେ ଫସିଯାଇଥିଲା ନାବାଳକର ହାତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/09/sweet-shop-accident-2026-02-09-18-25-45.jpg)