Advertisment

ପିଲାଙ୍କ ପରୀକ୍ଷା ଦାୟିତ୍ୱ ନେବେ ଶିକ୍ଷକ

ଭୁବନେଶ୍ୱର: କରୋନା ମହାମାରୀ କାଳରେ ଯୁକ୍ତ ୩ ଓ ପିଜି ପରୀକ୍ଷା କରିବା ନେଇ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ପିଲାମାନେ ଏ ସ୍ଥିତିରେ କିଭଳି ପରୀକ୍ଷା ଦେବେ ସେନେଇ ଶିକ୍ଷକଙ୍କୁ ଦାୟିତ୍ୱ…

ପିଲାଙ୍କ ପରୀକ୍ଷା ଦାୟିତ୍ୱ ନେବେ ଶିକ୍ଷକ

Anun-Sahoo

Advertisment

ଭୁବନେଶ୍ୱର: କରୋନା ମହାମାରୀ କାଳରେ ଯୁକ୍ତ ୩ ଓ ପିଜି ପରୀକ୍ଷା କରିବା ନେଇ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ପିଲାମାନେ ଏ ସ୍ଥିତିରେ କିଭଳି ପରୀକ୍ଷା ଦେବେ ସେନେଇ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିଲାଗି ମେଣ୍ଟରିଂ ସିଷ୍ଟମ ଲାଗୁ କରାଯାଇଛି ନିର୍ଦ୍ଦିଷ୍ଟ କଲେଜର ଶିକ୍ଷକ ଓ ଛାତ୍ରଙ୍କ ସଂଖ୍ୟାକୁ ଦେଖି ଏହି ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ପ୍ରତି ଶିକ୍ଷକଙ୍କ ଦାୟିତ୍ୱରେ ନିର୍ଦ୍ଦିଷ୍ଟ ସଂଖ୍ୟକ ପିଲା ରହିବେ। ସଂପୃକ୍ତ ପିଲାମାନେ କିଭଳି ଅନଲାଇନ୍ ପରୀକ୍ଷା ଦେଇପାରିବେ ସେ କଥା ସଂପୃକ୍ତ ମେଣ୍ଟର ବା ଶିକ୍ଷକ ବୁଝିବେ। ଆଜିଠାରୁ ଏହି ମେଣ୍ଟରିଂ ବ୍ୟବସ୍ଥା ଲାଗୁ ହୋଇଥିବା ସେ କହିଛନ୍ତି।

ଗତବର୍ଷ ୟୁଜି ଓ ପିଜିର କେବଳ ଶେଷ ସେମିଷ୍ଟର ପରୀକ୍ଷା ହୋଇଥିଲା । ତାପୁଣି ଅନଲାଇନ୍‌ରେ । ଅନ୍ୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ପ୍ରମୋସନ ଦିଆଯାଇଥିଲା । ତେବେ ପାଠପଢା ଓ ପରୀକ୍ଷା ଦ୍ୱନ୍ଦ୍ୱ ଦୂର ପାଇଁ ଆସନ୍ତା ଶନିବାର ଉଚ୍ଚଶିକ୍ଷା ବିଭାଗ କୁଳପତି ସମ୍ମିଳନୀ ଡକାଯାଇଥିଲା । କୋର୍ସ କେତେ ଆଗେଇଛି ଓ ପରୀକ୍ଷା କେମିତି କରାଯିବ ସେନେଇ ଏଥିରେ ଆଲୋଚନା ହୋଇଥିଲା । ଏନେଇ ବିଶ୍ୱବିଦ୍ୟାଳୟଗୁଡିକ ତରଫରୁ ମତାମତ ମଗାଯାଇଥିଲା ।

Advertisment

ତେବେ ରାଜ୍ୟରେ ପ୍ରାୟ ୮୫୦ ଡିଗ୍ରୀ କଲେଜ ରହିଛି । ୧୧ଟି ବିଶ୍ୱବିଦ୍ୟାଳୟ ଅଧିନରେ ଏସବୁ କଲେଜ ପରିଚାଳିତ ହେଉଛନ୍ତି । ତେବେ ପରୀକ୍ଷା ପରିଚାଳନା ନେଇ ୟୁଜିସି ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ