Advertisment

Migrant Worker Missing for Eight Months: ଆଠମାସ ହେଲା ସ୍ୱାମୀ ନିଖୋଜ, ପୋଲିସ ନିଷ୍କ୍ରିୟତାରେ ସରକାରଙ୍କୁ ଗୁହାରି

ଆଠମାସ ହେଲା ସ୍ୱାମୀ ନିଖୋଜ, ଥାନାରେ ଅଭିଯୋଗ ପରେ ବି ମିଳୁନି ଖୋଜ ଖବର। ତାମିଲନାଡୁ ଗଲେ ଆଉ ଫେରିଲେନି! ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଡ଼ଙ୍ଗାପାଳ ଗାଁରେ l

Migrant Worker Missing for Eight Months

ଆଠମାସ ହେଲା ସ୍ୱାମୀ ନିଖୋଜ Photograph: (OTV)

Advertisment

ଆଠମାସ ହେଲା ସ୍ୱାମୀ ନିଖୋଜ, ଥାନାରେ ଅଭିଯୋଗ ପରେ ବି ମିଳୁନି ଖୋଜ ଖବର। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଡ଼ଙ୍ଗାପାଳ ଗାଁରେ l ଡ଼ଙ୍ଗାପାଳ ଗ୍ରାମର ରତନା ପାତ୍ରଙ୍କୁ ଡିହଯୋଡି ସାହିର ଲକ୍ଷ୍ମୀଧର ପାତ୍ର ଓ ତାଙ୍କ ପୁଅ ଲୁଲୁପାତ୍ର ତାମିଲନାଡୁର ଏକ କମ୍ପାନୀରେ କାମ କରିବାକୁ କହି ଘରୁ ଡାକିନେଇଥିଲେ l

Advertisment

ଘରୁ ଯିବାର କୋଡିଏ ଦିନ ପର୍ଯ୍ୟନ୍ତ ରତନାଙ୍କ ସହ ପବରୀ ଫୋନ ଯୋଗେ କଥା ହୋଇଥିବା ବେଳେ ପରେ ତାଙ୍କ ସହ ଆଉ କୌଣସି ଯୋଗାଯୋଗ କରି ପାରିନଥିଲେ l ପବରୀ ତାଙ୍କ ସ୍ୱାମୀଙ୍କ ବିଷୟରେ ଲକ୍ଷ୍ମୀଧର ଓ ତାଙ୍କ ପୁଅ ଲୁଲୁଙ୍କୁ ପଚାରିବାରୁ ସେ ଘରକୁ ଫେରିଯାଇଥିବା କହିଥିଲେ।

ଏନେଇ କଙ୍କଡାହାଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ସ୍ତ୍ରୀ ପବରି l କିନ୍ତୁ ଅଭିଯୋଗକୁ ପ୍ରାୟ ଆଠମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରତନାଙ୍କ ବିଷୟରେ କୌଣସି ସୂଚନା ପାଇନାହାନ୍ତି ପବରୀ l ଯାହାକୁ ନେଇ ସ୍ୱାମୀଙ୍କୁ ଖୋଜି ଆଣିବାକୁ ସରକାରଙ୍କୁ ଗୁହାରି କରିଛନ୍ତି l

Advertisment
Odisha News Dhenkanal Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ