Advertisment

ଦୁର୍ବଳ ଓ ସଂକ୍ରମଣ ପ୍ରବଣ ଲୋକଙ୍କ ପ୍ରତି ଅଧିକ ଯତ୍ନବାନ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦୁର୍ବଳ ଓ ସଂକ୍ରମଣ ପ୍ରବଣ ଲୋକଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଆଡଭାଇଜରି ମଧ୍ୟ ଜାରି ହୋଇଛି। ଦୁର୍ବଳ,  ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ସଂକ୍ରମଣ ପ୍ରବଣ ଲୋକ ଇତ୍ୟାଦିଙ୍କ ପ୍ରତି ଅଧିକ ଯତ୍ନବାନ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସମସ୍ତ ରାଜ୍ୟର ମୁଖ୍ୟ […]

ଦୁର୍ବଳ ଓ ସଂକ୍ରମଣ ପ୍ରବଣ ଲୋକଙ୍କ ପ୍ରତି ଅଧିକ ଯତ୍ନବାନ ରହିବାକୁ ପରାମର୍ଶ

caring of covid patient

Advertisment

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦୁର୍ବଳ ଓ ସଂକ୍ରମଣ ପ୍ରବଣ ଲୋକଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଆଡଭାଇଜରି ମଧ୍ୟ ଜାରି ହୋଇଛି। ଦୁର୍ବଳ,  ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ସଂକ୍ରମଣ ପ୍ରବଣ ଲୋକ ଇତ୍ୟାଦିଙ୍କ ପ୍ରତି ଅଧିକ ଯତ୍ନବାନ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏମାନଙ୍କୁ ଠିକ୍ ସମୟରେ ତ୍ୱରିତ ସେବା, ସୁବିଧା ଯୋଗାଇଦେବା ଲାଗି ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଥିଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୧୦୭.୪୯ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଏହି ଟଙ୍କାରେ ଥାନା ଗୁଡ଼ିକରେ ମହିଳା ହେଲ୍ପ ଡେସ୍କକୁ ଅଧିକ କ୍ରିୟାଶୀଳ କରିବାକୁ କୁହାଯାଇଛି। ହେଲ୍ପ ଡେସ୍କରେ ଆଇନଜୀବୀ, ମନସ୍ତତ୍ତ୍ୱବିତ୍, ଏନଜିଓଙ୍କୁ ସାମିଲ କରିବାକୁ କୁହାଯାଇଛି।

Advertisment

ଓଡ଼ିଶାରେ କରୋନା ଟେଷ୍ଟିଂ ବଢୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ଏବଂ ମୃତ୍ଯୁ ସଂଖ୍ୟା ମଧ୍ୟ ବଢୁଛି। ୫୦ ପ୍ରତିଶତରୁ ଅଧିକ ଭେଣ୍ଟିଲେଟର ଫିଲପ୍ ଅଛି। ତେଣୁ କ୍ରିଟିକାଲ ରୋଗୀ ଏବେ ମେଡ଼ିକାଲରେ ଥିବାରୁ ମୃତ୍ଯୁ ସଂଖ୍ୟା ଆଗକୁ ଆହୁରି ବଢିପାରେ। ଯେତେ ଶୀଘ୍ର ଟିକାକରଣ ସରିବ ସେହି ଅନୁପାତରେ ମୃତ୍ୟୁ ହାର କମିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ମେ ମାସ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ କମିବ ବୋଲି ଆଶା ରହିଥିବା ସେ ସୂଚନା ଦେଇଛନ୍ତି। ସେପଟେ ବ୍ଲାକ ଫଙ୍ଗସ ଏବଂ ହ୍ୱାଇଟ  ଫଙ୍ଗସକୁ ନେଇ ଲୋକମାନେ ଭୟଭୀତ ନହେବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବ୍ଲାକ ଫଙ୍ଗସ୍ ଓ ହ୍ୱାଇଟ ଫଙ୍ଗସ ଆଗରୁ ଥିଲା, ଲୋକେ ଭୟଭୀତ ହୁଅନ୍ତୁ ନାହିଁ । ଆମ ରାଜ୍ୟରେ ୧୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି।

ଗୋଟିଏ ଘରେ ଅଧିକ ଲୋକ ରହୁଥିଲେ ମାସ୍କ ବ୍ୟବହାର କରନ୍ତୁ । ମାସ୍କ ପିନ୍ଧିଲେ ୯୫ ପ୍ରତିଶତ ସଂକ୍ରମଣ ଆଶଙ୍କା କମ୍ ଥାଏ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁଙ୍କ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବର୍ଷାରେ ଓଦା ହେଲେ ସଂକ୍ରମଣ ହେବାର ସମ୍ଭାବନା ରହିଛି । ବର୍ଷାରେ ଓଦା ହେଲେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ। କୋଭିଡ ସମୟ ହୋଇଥିବାରୁ ଅଧିକ ସତର୍କ ରୁହନ୍ତୁ, ଓଦା ହୁଅନ୍ତୁ ନାହିଁ।

Advertisment

ରାଜ୍ୟରୁ କରୋନା ସଂକ୍ରମଣ ଯେପରି କମିବାର ନାଁ ନେଉନି। ଆଜି ଦୈନିକ ସଂକ୍ରମଣ ପୁଣି ୧୨ ହଜାର ଉପରେ ରହିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି  ୧୨,୫୨୩ କରୋନା ପଜିଟିଭ।

Corona Breaking News Corona News Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ