HOW-LATE-OF-BARBATI-EXPAND Photograph: (OTV)
ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭିତରେ ବଢୁଛି ମାନସିକ ଦୁଶ୍ଚିନ୍ତା । ବଢୁଛି ଜୀବନ ହାରିଦେବାର ଚରମ ନିଷ୍ପତ୍ତି । କିଟ ବିଶ୍ବବିଦ୍ୟାଳୟରେ ବର୍ଷକ ଭିତରେ ଜୀବନ ହାରିଛନ୍ତି ୩ ଛାତ୍ରଛାତ୍ରୀ । ବିଧାନସଭା ତଥ୍ୟ ଅନୁସାରେ ଗତ ୧୫ ମାସ ମଧ୍ୟରେ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୨୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ବିଦ୍ୟାର୍ଥୀଙ୍କ ମଧ୍ୟରେ ବଢୁଥିବା ଏହି ପ୍ରବଣତାକୁ ନେଇ ବଢୁଛି ଚିନ୍ତା । ଏବେ ଅନେକଙ୍କ ମନରେ ପ୍ରଶ୍ନ ଛାତ୍ରଛାତ୍ରୀଙ୍କ ଭିତରେ ଏଭଳି ଦୁରାରୋଗ୍ୟକୁ ଦୂର କରିବା ପାଇଁ ଅଛନ୍ତି ତ ଆବଶ୍ୟକୀୟ ମେଣ୍ଟାଲ ହେଲ୍ଥ କାଉ ନସିଲର ? ଜାତୀୟ ଶିକ୍ଷା ନୀତିରେ ଥିବା ଗାଇଡ୍ ଲାଇନକୁ ମାନୁଛନ୍ତି ତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ? ୟୁଜିସି ଗାଇଡ ଲାଇନ୍ କହୁଛି ପ୍ରତି ଶହେ ପିଲାରେ ଜଣେ ପ୍ରଫେସନାଲ ମେଣ୍ଟାଲ ହେଲଥ କାଉନସେଲର କିମ୍ବା ମନସ୍ତତ୍ତ୍ବବିତ୍ ରହିବା କଥା । ଯେଉଁମାନେ ଛାତ୍ରଛାତ୍ରୀଙ୍କ ନିରନ୍ତର ମାନସିକ ସ୍ବାସ୍ଥ୍ୟର ସୁରକ୍ଷା ନେବେ । ହେଲେ ଆମ ରାଜ୍ୟରେ ଥିବା ୧୩ଟି ସରକାରୀ, ୮ ଘରୋଇ ଏବଂ ୩ ଡିମ୍ଡ ୟୁନିଭରସିଟିରେ ସେହି ଅନୁପାତରେ କେତେ ଜଣ କ୍ବାଲିଫାଇଡ ମେଣ୍ଟାଲ ହେଲ୍ଥ କାଉନସେଲର ଅଛନ୍ତି ତାର ହିସାବ କାହା ପାଖରେ ନାହିଁ । କେବଳ ନିୟମାବଳୀକୁ ନିଜର ୱେବସାଇଟ୍ ଏବଂ କ୍ୟାମ୍ପସ କାନ୍ଥରେ ମାରି ଛାଡିଦିଆଯାଇଛି । ଯଦି କାଉନସେଲର୍ ଅଛନ୍ତି ସେମାନେ ପିଲାଙ୍କ ଷ୍ଟ୍ରେସ୍ କମାଇବାପାଇଁ କି କି ପଦକ୍ଷେପ ନେଉଛନ୍ତି ତାହା ବି ବୁଝା ପଡୁନି । କିଟ୍ ବିଶ୍ବବିଦ୍ୟାଳୟରେ ଗତ ଫେବୃଆରୀ ମାସରେ ଜଣେ ନେପାଳୀ ଛାତ୍ରୀ, ମେ ମାସରେ ଆଉ ଜଣେ ନେପାଳୀ ଛାତ୍ର ଏବଂ ନଭେମ୍ବର ୩୦ ତାରିଖେରେ ପୁଣି ଜଣେ ଛାତ୍ର ଜୀବନ ହାରିବା ପରେ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ । ସେପଟେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପ୍ରତି ୨୫ ଜଣ ପିଲାରେ ଜଣେ ମେଣ୍ଟାଲ ହେଲଥ୍ କାଉସେଲର ଅଛନ୍ତି । ତେବେ ଓଡ଼ିଶାରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ଛାଡିଦେଲେ ଅନ୍ୟ କୌଣସି ସରକାରୀ ହେଉ ବା ଘରୋଇ ଶିକ୍ଷାନୁଷ୍ଠାନରେ କେତେ କାଉନସେଲର ଅଛନ୍ତି ତାର ତଥ୍ୟ ନାହିଁ ।
ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟର ୟୁଜିସିର ଗାଇଡ ଲାଇନ୍ ଅନୁୟାୟୀ କାନ୍ଥ ବାଡରେ ଆଣ୍ଟି ରାଗିଙ୍ଗ ସେଲ, ଆଇସିସି କମିଟି କାର୍ଯ୍ୟ କରୁଥିଲା । ଏନଇପି ଲାଗୁ ହେବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଜଣେ ମନସ୍ତତ୍ତ୍ବବିତଙ୍କୁ ନିଯୁକ୍ତ କରିଛନ୍ତି । ଯିଏ ପ୍ରତିଦିନ କ୍ଲାସରୁମରେ ପିଲାଙ୍କ ମାନସିକ ଚାପ କମାଇବା ପାଇଁ କ୍ଲାସ ନେଉଛନ୍ତି । କେବଳ ପାଠପଢା ଚାପ ନୁହଁ, ପିଲାଙ୍କ ସାମାଜିକ ଚଳଣି, ପ୍ରେମ ଜନିତ ଏବଂ ପାରିବାରିକ ସମସ୍ୟା ଦୂର କରିବା ପାଇଁ ସେ ଚେଷ୍ଟା କରିଥାନ୍ତି । ତେବେ ଛାତ୍ରୀଛାତ୍ରୀଙ୍କ କହିବା କଥା ବର୍ତ୍ତମାନ ସ୍ଥିତିରେ ପିଲାଙ୍କ ଭିତରେ ବଢୁଥିବା ରାଗ, ରୋଷ ଏବଂ ଚାପକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ବ୍ୟବସ୍ଥା ନିହାତି ଆବଶ୍ୟକ।
ଜସ୍ମିତ୍ କର, ଅଧ୍ୟାପିକା, ମନସ୍ତତ୍ତ୍ବ ବିଭାଗ, ଉତ୍କଳବିଶ୍ବ ବିଦ୍ୟାଳୟ
ଏନଇପି-୨୦୨୦ ଗାଇଡ ଲାଇନ୍ ଅନୁଯାୟୀ ମେଣ୍ଟାଲ ହେଲଥ୍ କାଉନସେଲର ନିଯୁକ୍ତିକୁ ସୁନିଶ୍ଚିତ କରିବା ପାଇଁ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଅନୁଧ୍ୟାନ କରିବା ଦରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/10/how-late-of-barbati-expand-2025-12-10-22-06-49.jpg)