Advertisment

Bada Danda Controversy: ଆମିଷମୁକ୍ତ ବଡଦାଣ୍ଡ ଘୋଷଣା କେବଳ ଧୂଆଁବାଣ, ଆଜି ବି ଚାଲିଛି ବିକ୍ରି

ଆମିଷ ମୁକ୍ତ ହେବ ବଡଦାଣ୍ଡ। ଶ୍ରୀମନ୍ଦିରର ୨ କିଲୋମିଟର ରାଡିଏସରେ ମଦ ବିକ୍ରି କରାଯାଇପାରିବ ନାହିଁ। ଏହା ରଥଯାତ୍ରା ପାଇଁ ନୁହଁ ଏହା ବର୍ଷ ସାରା ବଳବତ୍ତର ରହିବ ବୋଲି ତତ୍କାଳୀନ ସମୟରେ କହିଥିଲେ ଆଇନମନ୍ତ୍ରୀ। ସେହି ଘୋଷଣା ଘୋଷଣାରେ ହିଁ ରହିଯାଇଛି।

Bada Danda Controversy

ଆମିଷମୁକ୍ତ ବଡଦାଣ୍ଡ ଘୋଷଣା କେବଳ ଧୂଆଁବାଣ Photograph: (OTV)

Advertisment

ଆମିଷ ମୁକ୍ତ ହେବ ବଡଦାଣ୍ଡ। ଶ୍ରୀମନ୍ଦିରର ୨ କିଲୋମିଟର ରାଡିଏସରେ ମଦ ବିକ୍ରି କରାଯାଇପାରିବ ନାହିଁ। ଏହା ରଥଯାତ୍ରା ପାଇଁ ନୁହଁ ଏହା ବର୍ଷ ସାରା ବଳବତ୍ତର ରହିବ ବୋଲି ତତ୍କାଳୀନ ସମୟରେ କହିଥିଲେ ଆଇନମନ୍ତ୍ରୀ। ସେହି ଘୋଷଣା ଘୋଷଣାରେ ହିଁ ରହିଯାଇଛି। ଏନେଇ ବୁଦ୍ଧିଜୀବୀ, ସେବକ ଓ ମଠ ମହନ୍ତମାନେ ଅଭିଯୋଗ କରିଛନ୍ତି। ଆଉ ଦାବି କରିଛନ୍ତି, ଆଧ୍ୟାତ୍ମିକ ସହର, ଜଗନ୍ନାଥ ବିରାଜମାନ ହୋଇଥିବା ଶ୍ରୀକ୍ଷେତ୍ର ଆମିଷ ମୁକ୍ତ ହେଉ। ସେପଟେ ନିର୍ଦ୍ଦେଶ ଆସିଲେ ସେହି ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ପୌରସଂସ୍ଥା ଅଧିକାରୀ।

Advertisment

ସେତେବେଳେ କୁହାଯାଇଥିଲା ଯେ ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପୁରା ବଡଦାଣ୍ଡରେ ଯେତେଗୁଡିଏ ହୋଟେଲ ବା ଫାଷ୍ଟ୍‌ଫୁଡ୍‌ ସେଣ୍ଟର ରହିଛି ସେଠାରେ ଆମିଷ ବିକ୍ରି ହୋଇପାରିବ ନାହିଁ। ସେହିପରି ଶ୍ରୀମନ୍ଦିର ୨ କିଲୋମିଟର ପରିସରରେ ମଦ କାଉଣ୍ଟର କି ବାର ହୋଇପାରିବ ନାହିଁ। କିନ୍ତୁ କିନ୍ତୁ ବି ବଡଦାଣ୍ଡରେ ଆମିଷ ବିକ୍ରି ଦେଖିଲେ ଏସବୁ କଥା କେବଳ ଧୂଆଁବାଣ ପରି ଲାଗୁଛି।  

ପୁରୀର ଓଡ଼ିଶା ଯୁବ ଚେତନା ସଂଗଠନ,  ନିର୍ମାଲ୍ୟ, ମିଶନ ଓଡ଼ିଶା, ନିଶା ନିବାରଣ ଅଭିଯାନ ଭଳି ଅନେକ ଅନୁଷ୍ଠାନ ଅବକାରୀ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆମିଷ ମୁକ୍ତ ବଡଦାଣ୍ଡ ଓ ମଦମୁକ୍ତ ପୁରୀ ଦାବି କରୁଥିଲେ। ଏହାକୁ ନେଇ ଆଇନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ବି ବଡଦାଣ୍ଡରେ, ଗୁଣ୍ଡିଚା ମନ୍ଦିର ନିକଟରେ ଆମିଷ ଦୋକାନ ରହିଛି। ସେହିପରି କଲେଜ ରୋଡ, ମୋଚି ସାହି, ରେଡକ୍ରସ ରୋଡ, ମଶାଣି ପାଖ, ଚଣ୍ଡୀ ଛକରେ ମାଳ ମାଳ ମାଛ ଦୋକାନ ଥିଲେ ମଧ୍ୟ ଉଠାଯାଉନି। 

Advertisment

ଏହାକୁ ନେଇ ପ୍ରଶ୍ନ ଉଠିବାରୁ, ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି, “ଘୋଷଣା ହୋଇଛି କିନ୍ତୁ କାର୍ଯ୍ୟକାରୀ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନାହିଁ। ନିର୍ଦେଶ ଆସିଲେ କାମ କରାଯିବ। ଏହା ସହିତ ଏବେ ବଡ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଆମିଷ ଦୋକାନ ନାହିଁ ବା କାଁ ଭାଁ ରହିଛି ବୋଲି ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।

Puri Jagannath Temple Shree Jagannatha Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ