Advertisment

Bear Attack: ଭାଲୁ ସହ ଲଢ଼ିଲା ସ୍ତ୍ରୀ, ବଞ୍ଚାଇଲା ସ୍ବାମୀର ଜୀବନ

ରକ୍ତମୁଖା ଭାଲୁ ସହ ମୁହାଁମୁହିଁ ଲଢ଼ି ସ୍ବାମୀଙ୍କୁ ନୂଆ ଜୀବନ ଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କୋଡିପଶା ଭାଲିଆନାଳ ଗାଁରେ ଏଭଳି ଘଟଣା ଘଟିଛି । ମାଲିଦେ ସୋରେନ ଓ ତାଙ୍କ ସ୍ତ୍ରୀ ଲିଲି ସୋରେନ ସୌଭାଗ୍ୟ ବସତଃ ଭାଲୁ ମୁହଁରୁ ଅଳ୍ପକେ ବର୍ତ୍ତି ଯାଉଛନ୍ତି ।

Keonjhar Women Bear Fight

Keonjhar Women Bear Fight Photograph: (OTV)

Advertisment

ପୁରାଣର ସେ ସାବିତ୍ରୀଙ୍କ ପରି ଇଏ ବି ଆଉ ଜଣେ ସାବିତ୍ରୀ । ସେଠି ଯମ ପାଖରୁ ସତ୍ୟବାନଙ୍କ ଜୀବନ ସାବିତ୍ରୀ ଫେରାଇ ଆଣିଥିଲେ ।  ଆଉ ଏ ସ୍ତ୍ରୀ ବି ମୃତ୍ୟୁ ସହ ନିଜେ ଲଢେଇ କରି ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି ।

Advertisment

ରକ୍ତମୁଖା ଭାଲୁ ସହ ମୁହାଁମୁହିଁ ଲଢ଼ି ସ୍ବାମୀଙ୍କୁ ନୂଆ ଜୀବନ ଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କୋଡିପଶା ଭାଲିଆନାଳ ଗାଁରେ ଏଭଳି ଘଟଣା ଘଟିଛି । ମାଲିଦେ ସୋରେନ ଓ ତାଙ୍କ ସ୍ତ୍ରୀ ଲିଲି ସୋରେନ ସୌଭାଗ୍ୟ ବସତଃ ଭାଲୁ ମୁହଁରୁ ଅଳ୍ପକେ ବର୍ତ୍ତି ଯାଉଛନ୍ତି । 

ମଙ୍ଗଳବାର ଅପରାହ୍ମରେ ଉଭୟ ସ୍ବାମୀ-ସ୍ତ୍ରୀ ପତ୍ର ସଂଗ୍ରହ ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ । ସେଠାରେ ୬ ଟିକିଆ ଭାଲୁ ପାଲଙ୍କ ସାମ୍ନାରେ ପଡ଼ିଯାଇଥିଲେ । ପଲ ମଧ୍ୟରୁ ଗୋଟିଏ ଭାଲୁ ହଠାତ୍ ମାଲଦେଙ୍କୁ ଆକ୍ରମଣ କରିଥିଲା ।

Advertisment

ଆଉ ମାଲଦେ ମଧ୍ୟ ନିଜ ଜୀବନ ବଞ୍ଚାଇବାକୁ ଭାଲୁ ସହ ଲଢ଼ୁଥିଲେ । ସେହି ସମୟରେ ସ୍ତ୍ରୀ ଲିଲି ତୁରନ୍ତ ଏକ ବାଡ଼ିରେ ଭାଲୁକୁ ପ୍ରହାର କରିଥିଲେ । ଫଳରେ ଭାଲୁଟି ମାଲଦେଙ୍କୁ ଛାଡ଼ି ଜୀବନ ବିକକରେ ଜଙ୍ଗଲକୁ ଚାଲିଯାଇଥିଲା । ପରେ ମାଲଦେଙ୍କୁ ଆହତ ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାକୁ ନେଇଥିଲେ ସ୍ତ୍ରୀ ଲିଲି । ଚିକିତ୍ସା ପରେ ଏବେ ମାଲଦେଙ୍କ ସ୍ବାସ୍ଥ୍ୟ ଭଲ ରହିଛି ।

ତେବେ ଭାଲୁକୁ ଭୟ ନକରି ସାହାସର ସହ ପରିସ୍ଥିତିକୁ ସାମ୍ନା କରିଥିଲେ ଲିଲି । ତାଙ୍କର ଏପରି ସହାସକୁ ସମସ୍ତେ ପ୍ରଶଂସା କରିଛନ୍ତି । 

Advertisment
Mayurbhanj Woman Attack Fight Forest Husband Bear
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ