Death Photograph: (OTV)
ଯାଜପୁରରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ମୃତଦେହ ରଖି ଘରୋଇ ମେଡିକାଲ ଆଗରେ ବିକ୍ଷୋଭ। ମେଡିକାଲକୁ ବନ୍ଦ ସହ କ୍ଷତି ପୂରଣ ଦାବିରେ ଆନ୍ଦୋଳନ। ଯାଜପୁର ମେଡିକାଲ ଛକ ନିକଟରେ ଥିବା ଏକ ଘରୋଇ ମେଡିକାଲରେ ଯାଜପୁର ଖଣ୍ଡର ଅଞ୍ଚଳର ସସ୍ମିତା ଗେଡିଙ୍କୁ ଗତ ୨୪ ତାରିଖରେ ସନ୍ତାନ ପ୍ରସବ ଲାଗି ଭର୍ତ୍ତି କରାଯାଇଥିଲା ।
ସେଠାରେ ଚିକିତ୍ସିତ ବେଳେ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିଥିଲା ଘରୋଇ ମେଡିକାଲ । କିନ୍ତୁ ତାଙ୍କର ଗତକାଲି ରାତିରେ ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ ଦାବି ଘରୋଇ ମେଡିକାଲରେ ଅପରେସନ ତ୍ରୁଟି କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ସେହି ଘରୋଇ ମେଡିକାଲରେ ଗତ 24 ତାରିଖରେ ବରୀ ରତ୍ନଗିରି ଅଞ୍ଚଳରୁ ପ୍ରସବ ଲାଗି ଆସିଥିବା ଜଣେ ମହିଳା ପୁତ୍ର ସନ୍ତାନ ଜନ୍ମ ଦେବା ପରେ ମୃତ୍ୟୁ ହୋଇଥିଲା ।
ଲୋକଙ୍କ ଜୀବନ ସହ ଖେଳ !
ବାରମ୍ବାର ଏହି ଘରୋଇ ମେଡିକାଲରେ ଏଭଳି ଘଟଣା ଘଟୁଛି । ସରକାରୀ ଡାକ୍ତର ଏହି ଘରୋଇ ହସ୍ପିଟାଲକୁ ଆସି ଅପରେସନ କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବାର ଅଭିଯୋଗ ହୋଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ସଂପୃକ୍ତ ଘରୋଇ ମେଡିକାଲକୁ ବନ୍ଦ କରାଯିବାକୁ ଦାବି କରାଯାଇଛି । ମୃତଦେହ ରଖି ସଂପର୍କୀୟମାନେ ଆନ୍ଦୋଳନ କରୁଛନ୍ତି ମେଡିକାଲରେ ତାଲା ପକାଇ ମେଡିକାଲ କର୍ତ୍ତୃପକ୍ଷ ପଳାଇଥିବା ବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।
ପ୍ରସୂତି ମୃତ୍ୟୁ: ମୃତଦେହ ରଖି ଧାରଣା
ଯାଜପୁରର ଏକ ମେଡିକାଲ୍ ସାମ୍ନାରେ ଧାରଣା
୨୪ ତାରିଖରେ ସନ୍ତାନ ପ୍ରସବ ଲାଗି ଅସ୍ତ୍ରୋପଚାର କରାଯାଇଥିଲା
ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରିଥିଲେ ମେଡିକାଲ୍ କର୍ତ୍ତୃପକ୍ଷ
କାଲି ରାତିରେ ମୃତ୍ୟୁ ହେବାରୁ ଚିକିତ୍ସା ଅବେହେଳା ଅଭିଯୋଗ
ଗତ ୨୪ରେ ସେହି ମେଡିକାଲରେ ଆଉ ଜଣେ ପ୍ରସୁତିଙ୍କର ମୃତ୍ୟୁ ହୋଇଥିଲା
ଘଟଣାସ୍ଥଳରେ ଭଙ୍ଗାରୁଜା, ଉତ୍ତେଜନା ଦେଖି କର୍ତ୍ତୃପକ୍ଷ ତାଲା ମାରି ଚମ୍ପଟ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/30/death-2025-12-30-16-25-11.jpg)