Advertisment

Massive Fire Breaks Out At Supermarket: ୧୭ ଘଣ୍ଟା ପରେ ବି ଲିଭିନି ଲିଙ୍ଗିପୁର ନିକଟ ସୁପରମାର୍ଟରେ ନିଆଁ

୧୭ ଘଣ୍ଟା ପରେ ବି ଲିଭିନି ଲିଙ୍ଗିପୁର ନିକଟ ସୁପରମାର୍ଟରେ ନିଆଁ। କୋଠାର ତୃତୀୟ ମହଲାରେ ଲାଗିଛି ନିଆଁ। ଆୟତ୍ତକୁ ଆସିନି ବିଲ୍ଡିଂ ନିଆଁ। କୋଟି କୋଟି ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ। ନିଆଁ ଲିଭାରେ ଅଗ୍ନିଶମବାହିନୀର ୪୦ ଦମକଳ ନିୟୋଜିତ।

Massive Fire Breaks Out At Supermarket

୧୭ ଘଣ୍ଟା ପରେ ବି ଲିଭିନି ଲିଙ୍ଗିପୁର ନିକଟ ସୁପରମାର୍ଟରେ ନିଆଁ Photograph: (OTV)

Advertisment

ଦୀର୍ଘ ୧୭ ଘଣ୍ଟାରୁ ଅଧିକ ହେଲାଣି, ତଥାପି ଜଳୁଛି ଭୁବନେଶ୍ୱର ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟ। ନିଆଁର ପ୍ରକୋପରେ ଛାତ ଫାଟି ଧୂଆଁ ବାହାରିଲାଣି । ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ଲାଗିଥିଲା ନିଆଁ । ଏବେବି ହୁତୁ ହୁତୁ ହୋଇ ଜଳୁଛି । ନିଆଁ ଲିଭାଇବାରେ ଲାଗିଛି ଅଗ୍ନିଶମବାହିନୀ। ତଥାପି ଏଯାଏଁ ଆୟତ୍ତ ହୋଇପାରିନି। ସୁପରମାର୍ଟର ତୃତୀୟ ମହଲାରେ ନିଆଁ ଲାଗିଛି। 

Advertisment

ସ୍ଥିତି ବର୍ତ୍ତମାନ ଏଭଳି ହୋଇଛି ଯେ ବିଲଡିଂର କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ। କାଲିଠୁ ନିଆଁ ଲିଭାଇବାକୁ ୪୦ରୁ ଊର୍ଦ୍ଧ୍ବ ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇପାରିନାହିଁ । ନିଆଁରେ ଜଳିପୋଡ଼ି କୋଟି କୋଟି ଟଙ୍କାର ପ୍ଲାଷ୍ଟିକ୍, ଷ୍ଟିଲ୍ ଆଦି ଘରୋଇ ଉପକରଣ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। 

ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ନିଆଁ ବ୍ୟାପିବାରେ ଏହା ସହାୟକ ହୋଇଛି। ମାତ୍ରାଧିକ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ନିଆଁ ଆୟତ୍ତ ହେଉନଥିବା ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି। ନିଆଁ ଲିଭାଇବା ପାଇଁ Advance robotic monitor ବ୍ୟବହାର କରାଯାଇଥିଲା। ଗତକାଲି ରାତିରେ ନିଆଁ ଲାଗିବାପରେ ବିଲ୍ଡିଂ ଭିତରକୁ ରୋବୋଟିକ ମନିଟରକୁ ପ୍ରବେଶ କରାଯାଇଥିଲା। ତେବେ ରୋବଟ ସମ୍ପୂର୍ଣ୍ଣ ଭାବରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇପାରିନଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Advertisment

  • ୧୭ ଘଣ୍ଟା ପରେ ବି ଲିଭିନି ଭୁବନେଶ୍ୱର ଲିଙ୍ଗିପୁର ନିକଟ ସୁପରମାର୍ଟରେ ନିଆଁ
  • କୋଠାର ତୃତୀୟ ମହଲାରେ ଲାଗିଛି ନିଆଁ, ଆୟତ୍ତକୁ ଆସିନି ବିଲ୍ଡିଂ ନିଆଁ
  • କୋଟି କୋଟି ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ନିଆଁ ଲିଭାରେ ଅଗ୍ନିଶମବାହିନୀର ୪୦ ଦମକଳ ନିୟୋଜିତ
  • ପାଣିରେ ଆୟତ୍ତ ହେଉନି ନିଆଁ, ଫୋମ୍ ସାହାଯ୍ୟରେ ଲିଭାଇବାକୁ ଉଦ୍ୟମ
  • କାନ୍ଥ ଭାଙ୍ଗି ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଛି
  • ଅଗ୍ନିଶମ ଡିଜି କହିଛନ୍ତି 'ଅତ୍ୟନ୍ତ ଦହନୀୟ ସାମଗ୍ରୀ ଥିବାରୁ ନିଆଁ ବ୍ୟାପୀ ଚାଲିଛି'
Fire Accident Fire Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ